ମନ କୀ ବାତରେ ସାଇବର ଆଲର୍ଟ, ଫ୍ରଡକୁ ନେଇ ସଚେତନ କଲେ ପ୍ରଧାନମନ୍ତ୍ରୀ

ରହିଯାଅ, ଚିନ୍ତାକର ଓ ପଦକ୍ଷେପ ନିଅ ।  ସାଇବର ସୁରକ୍ଷାକୁ ନେଇ ମୋଦିଙ୍କ ତିନି ମନ୍ତ୍ର ।  ଡିଜିଟାଲ ଆରେଷ୍ଟରୁ ନିଜକୁ ସୁରକ୍ଷିତ ରଖିବାକୁ ଆଜି ମନ କୀ ବାତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତିନି ଚରଣ କଥା କହିଛନ୍ତି ।  ଯଦି କଲ ଆସୁଛି ତେବେ ଧୈର୍ଯ୍ୟଧରି ରହିଯାଅ ।  ବିବ୍ରତ ହୁଅନ୍ତୁ ନାହିଁ ।  ଶାନ୍ତ ରୁହ ।  ତରବରିଆ କୌଣସି ପଦକ୍ଷେପ ନିଅ ନାହିଁ ।

ବ୍ୟକ୍ତିଗତ ସୂଚନା ଦିଅ ନାହିଁ  ।  ସମ୍ଭବ ହେଲେ ସ୍କ୍ରିନ ସଟ୍ ନେବା ସହ ରେକର୍ଡିଂ କର ।  ଦ୍ବିତୀୟ ଚରଣରେ ଚିନ୍ତା କରନ୍ତୁ। କୌଣସି ସରକାରୀ ଏଜେନସୀ ଫୋନରେ ନା ଧମକ ଦିଅନ୍ତି ନା ପଚରାଉଚରା କରନ୍ତି । ସରକାରୀ ଏଜେନସୀ ପଇସା ମାଗନ୍ତି ନାହିଁ ।  ଯଦି କଲରେ ଡରାଉଛନ୍ତି ତେବେ ଭାବନ୍ତୁ କିଛି ଗଡ଼ବଡ଼ ଅଛି ।  ତୃତୀୟ ଚରଣରେ ପଦକ୍ଷେପ ନିଅ ।  ରାଷ୍ଟ୍ରୀୟ ହେଲପ ଲାଇନ ନମ୍ବର ୧୯୩୦କୁ କଲ୍ କର । cybercrime.gov.inକୁ ଯାଇ ରିପୋର୍ଟ କର। ପରିବାର ଓ ପୋଲିସକୁ ସୂଚିତ କର। ପ୍ରମାଣ ସୁରକ୍ଷିତ ରଖ ।

ଡିଜିଟାଲ ଆରେଷ୍ଟ ଫ୍ରଡ୍ ରେ କଲର୍ ନିଜକୁ ପୋଲିସ, ସିବିଆଇ, ଆରବିଆଇ କିମ୍ବା ନାରକୋଟିକ୍ସ ଅଧିକାରୀ ଭାବେ ଫୋନ୍ କରନ୍ତି ।  ସେମାନଙ୍କ ପ୍ରଥମ କାମ ଆପଣଙ୍କ ବ୍ୟକ୍ତିଗତ ତଥ୍ୟ ଆଦାୟ କରିବା ।  ଦ୍ବିତୀୟରେ ସେମାନେ ଏପରି ଭୟଭୀତ କରିବେ ଯେ ଆପଣ କିଛି ଚିନ୍ତା କରି ପାରିବେ ନାହିଁ ।  ତୃତୀୟରେ ତୁରନ୍ତ ଫୈସଲା କର ନଚେତ ଗିରଫ କରିବାକୁ ଧମକ ଦେବେ ।

ତୁରନ୍ତ ଫୈସଲା ପାଇଁ ପୀଡ଼ିତଙ୍କ ଉପରେ ମାନସିକ ଚାପ ସୃଷ୍ଟି କରିବେ ।  ମୋଦି କହିଛନ୍ତି, ଡିଜିଟାଲ ଆରେଷ୍ଟ ଭଳି କୌଣସି ବ୍ୟବସ୍ଥା ଆଇନରେ ନାହିଁ ।  ଏହା କେବଳ ଏକ ଫ୍ରଡ ।  ଏହାକୁ ରୋକିବାକୁ ଏଜେନସୀଗୁଡିକ ପଦକ୍ଷେପ ନେଉଛନ୍ତି ।  କିନ୍ତୁ ଏଥିପ୍ରତି ଜନସାଧାରଣ ସଜାଗ ହେବା ଜରୁରୀ ବୋଲି ସେ କହିଛନ୍ତି ।

You might also like