ପୁଣି ଆସୁଛି ନୂଆ ନୋଟ, ମୋଦି ସରକାର ବଦଳାଇଲେ ୧୦୦ଟଙ୍କାର ରଙ୍ଗରୂପ

ନୂଆଦିଲ୍ଳୀ : ମୋଦି ସରକାର କଳାଧନରେ ବାଧକ ସୃଷ୍ଟି କରିବା ପରେ ଧିରେ ଧିରେ ସମସ୍ତ ମୁଦ୍ରାର ରଙ୍ଗରୂପ ପରିବର୍ତ୍ତନ କରିବାରେ ଲାଗିଛନ୍ତି । ୫୦୦, ୫୦ ଏବଂ ୧୦ ଟଙ୍କା ନୋଟର ନୂଆ ରୂପ ବଦଳିବା ପରେ ବର୍ତ୍ତମାନ ୧୦୦ଟଙ୍କିଆ ନୋଟର ରୂପ ବଦଳିବାକୁ ଯାଉଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ବର୍ଷ ଏପ୍ରିଲ ମାସରେ ରିଜର୍ଭ ବ୍ୟାଙ୍କ ୧୦୦ଟଙ୍କିଆ ନୂଆ ନୋଟ ଲଞ୍ଚ କରିବା ପାଇଁ ଯାଉଛି।

ସୂଚନା ଅନୁଯାୟୀ , ବିମୁଦ୍ରାକରଣ ପରେ ମୋଦି ସରକାର ଦେଶରେ କଳାଧନ ଉପରେ ବହୁ ପ୍ରକାରର ପ୍ରତିବନ୍ଧକ ଲଗାଇଛନ୍ତି । ନୋଟରେ ବିଭିନ୍ନ ସୁରକ୍ଷା ଫିଚର ଯୋଡ଼ା ହେବା ସହ ୨୦୦ ଏବଂ ୨୦୦୦ର ନୂଆ ନୋଟ ମଧ୍ୟ ଲଞ୍ଚ କରାଯାଇଛି । ଏଥିସହ ବଜାରରେ ବହୁଳ ମାତ୍ରାରେ ବ୍ୟବହାର ହେଉଥିବା ୧୦୦୦ ଟଙ୍କିଆ ନୋଟକୁ ମଧ୍ୟ ବନ୍ଦ କରାଯାଇଛି।

ତେବେ ୨୦୦ ଟଙ୍କିଆ ନୋଟ ଛପା ହେବା ଶେଷ ହେବା ପରେ ନୂଆ ୧୦୦ ଟଙ୍କା ଛପା ହେବା ଆରମ୍ଭ ହେବ । ନୂଆ ନୋଟ ବଜାରରେ ଆସିବା ପରେ ମଧ୍ୟ ପୁରୁଣା ନୋଟକୁ ସଂପୂର୍ଣ୍ଣ ଭାବେ ବନ୍ଦ କରାଯିବ ନାହିଁ । ନୂଆ ନୋଟର ରଙ୍ଗ ଏବଂ ରୁପ ବଦଳା ଯାଇଥିବା ବେଳେ ତାହାର ଆକାର ପୂର୍ବ ଭଳି ରହିବ ବୋଲି ଜଣାପଡ଼ିଛି। କାରଣ ଏହା ଦ୍ବାରା ନୋଟଟି ଏଟିଏମରୁ ବାହାରିବା ପାଇଁ କୌଣସି ଅସୁବିଧା ହେବ ନାହିଁ।

You might also like