ପୁଣି ଚର୍ଚ୍ଚାରେ ମୋଦି- ମେଲୋନି, ଜି-୨୦ ଶିଖର ସମ୍ମିଳନୀରେ ହୃଦୟଖୋଲା କଥାବାର୍ତ୍ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା

ନୂଆଦିଲ୍ଲୀ : ପୁଣି ଚର୍ଚ୍ଚାରେ ମୋଦି- ମେଲୋନି । ଜୋହାନସବର୍ଗରେ ଜି-୨୦ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇଟାଲୀ ପ୍ରଧାନମନ୍ତ୍ରୀ ଜର୍ଜିଆ ମେଲୋନୀଙ୍କ ହୃଦୟଖୋଲା କଥାବାର୍ତ୍ତାକୁ ନେଇ ଚାରିଆଡ଼େ ଚର୍ଚ୍ଚା। ଦୁଇ ରାଷ୍ଟ୍ରମୁଖ୍ୟ ପରସ୍ପରକୁ ଦେଖିବା ପରେ ହସିବା ସହ ହାତ ମିଳାଇ ଜୋରଦାର ଅଭିବାଦନ ଜଣାଇଥିଲେ। ମେଲୋନିଙ୍କ ମନ ଖୋଲା ହସ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ବୈଠକରେ ମଧ୍ୟ ମୋଦିଙ୍କ ପାର୍ଶ୍ବରେ ବସିଥିଲେ ଇଟାଲୀ ପ୍ରଧାନମନ୍ତ୍ରୀ। ସମ୍ମିଳନୀ ସ୍ଥଳରେ ବ୍ରାଜିଲ ରାଷ୍ଟ୍ରପତି ଲୁଲା ଦି ସିଲଭାଙ୍କ ସମେତ ବହୁ ନେତା ମୋଦିଙ୍କୁ ସାକ୍ଷାତ କରି କରମର୍ଦ୍ଦନ କରିଥିଲେ।