‘ମୋଦି ଓ୍ଵାନ୍‌ସ ମୋର୍‌’ ବନାମ ଆପଣ ଖୁସି ତ !! ରାପ୍‌ରେ ଚାଲିଛି ନିର୍ବାଚନ ପ୍ରଚାର. . .

ଚଳିତ ମାସରେ ରଣବୀର ସିଂହଙ୍କ ଫିଲ୍ମ ଗଲି ବୟ ରିଲିଜ୍ ହେବାକୁ ଯାଉଛି। ଫିଲ୍ମ ରିଲିଜ ହେବା ପୂର୍ବରୁ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସପକ୍ଷରେ ଆସିଥିବା ଏହି ଗୀତ ବହୁତ ଭାଇରାଲ ହେବାରେ ଲାଗିଛି। ୟୁଟ୍ୟୁବରେ ଅନେକ ବିଜେପି ସପୋର୍ଟର ସେୟାର କରିଛନ୍ତି। ପିଲମ୍ ନରେନ୍ଦ୍ର ମୋଦି ୟୁଥ୍ ମାନଙ୍କ ଯୋଗାଯୋଗରେ ରହୁଛନ୍ତି, ସେ ୟୁଥ୍ ସହିତ ମଧ୍ୟ ଚାଲିବାକୁ ଚାହୁଁଛନ୍ତି। ବ୍ଲାକ୍ ଏଣ୍ଡ ହ୍ବାଇଟ ରାପ୍ ସଙ୍ଗରେ ମ୍ୟୁଜିକ ଭିଡିଓ ଆରମ୍ଭ ହେଉଛି।

୨୦୧୯ ସାଧାରଣ ନିର୍ବାଚନ ପାଇଁ ଜୋରଦାର ହେଲାଣି କ୍ୟାମ୍ପେନ୍। ସରକାରରେ ଥିବା ଦଳ କ୍ଷମତା ବଜାୟ ରଖିବା ଲକ୍ଷ୍ୟରେ ରହିଥିବା ବେଳେ ବିରୋଧୀ ୫ ବର୍ଷ ପରେ ଶାସନ ଗାଦି ହାତେଇବାକୁ ଭରପୂର ପ୍ରୟାସ କରୁଛନ୍ତି। ମନଲୋଭା ପ୍ରତିଶ୍ରୁତି ସହ ନେତା ଭୋଟରଙ୍କ ପାଖରେ ନେତା ପହଞ୍ଚୁଥିବା ବେଳେ ପ୍ରି-କ୍ୟାମ୍ପେନର ଲୋକପ୍ରିୟ ଫଣ୍ଡା ସାଜିଛି ସୋସିଆଲ୍ ମିଡିଆ। ନିର୍ବାଚନରେ ସବୁବେଳେ ସୋସିଆଲ୍ ମିଡିଆକୁ ଅସ୍ତ୍ର କରୁଛି ବିଜେପି। ୨୦୧୯ ଭୋଟ୍ ପୂର୍ବରୁ ବି ସେମିତି ମାହୋଲ ତିଆରି ହେଲାଣି। ଏବେ ମୋଦିଙ୍କ ଉପରେ ଏବ ରାପ୍ ସଙ୍ଗ ଇଣ୍ଟରନେଟରେ ଛାଇ ଯାଇଛି।

‘MODI ONCE MORE’ ନାଁରେ ରିଲିଜ ହୋଇଛି ରାପ୍ ସଙ୍ଗ। ସୋସିଆଲ ମିଡିଆରେ ଜବରଗସ୍ତ ହିଟ୍ ବି ହୋଇଛି ଗୀତ। ରାପ୍ ସଙ୍ଗରେ ଦର୍ଶାଯାଇଛି, ମୋଦି ସରକାରଙ୍କ ୫ ବର୍ଷ କାର୍ଯ୍ୟକାଳର ଉପଲବ୍ଧି। ୟୁଟ୍ୟୁବରେ ନରେନ୍ଦ୍ର ମୋଦି ଫ୍ୟାନଙ୍କ ନାମରେ ଥିବା ୟୁଟ୍ୟୁବ ଆକାଉଣ୍ଟରେ ‘ମୋଦି ୱାନ୍ସ ମୋର’ ରାପ ସଙ୍ଗ୍ ରିଲିଜ କରାଯାଇଛି। ଏହି ରାପ ସଙ୍ଗକୁ ଦୁଇ ଦିନ ପୂର୍ବରୁ ହିଁ ଇଣ୍ଟରନେଟରେ ରିଲିଜ କରାଯାଇଛି ଏବଂ ପୂରା ଦମ୍ ରେ ତାହା ଭାଇରାଲ ମଧ୍ୟ ହେଉଛି। ଗୀତର ଆରମ୍ଭରେ ରହିଛି ହର କଦମ୍ ଅବ୍ ସାଥ୍ ବଢ଼ାନା ହେ,ସାଥ୍ ନମୋ କେ ହମ୍ ସବକୋ ଆନା ହେ। ଏହା ସହିତ ୫ ବର୍ଷରେ ମୋଦି ସରକାରଙ୍କ ଉପଲବ୍ଧିକୁ ଦର୍ଶାଯାଇଛି।

ଗୀତଟିକୁ ପାଖାପାଖି କୋଟିଏ ଲୋକ ଦେଖିସାରିଲେଣି। ମୋଦିଙ୍କର ଜଣେ ଫ୍ୟାନ୍ ମୁମ୍ବାଇର ଅନୁରାଗ ଦୀକ୍ଷିତ ନିଜ ଟ୍ୱିଟର ଫ୍ରେଣ୍ଡସଙ୍କ ସହ ମିଶି ‘MODI ONCE MORE’ ସଙ୍ଗକୁ ପ୍ରସ୍ତୁତ କରିଛନ୍ତି। ଗୀତଟିକୁ ଲେଖିଛନ୍ତି ଗୁରୁଗ୍ରାମର ଅଙ୍କିତା ସିଂହ। ଏମାନେ ମଲଟି ନ୍ୟାସନାଲ୍ କମ୍ପାନୀରେ କାମ କରନ୍ତି। ଅନୁରାଗ ଓ ଅଙ୍କିତାଙ୍କ କହିବା କଥା, ବିଜେପି ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। କେବଳ ମୋଦିଙ୍କ ବିଚାରଧାରା, କାର୍ଯ୍ୟଶୈଳୀ ଓ ଲୋକାଭିମୁଖୀ ଯୋଜନା ସେମାନଙ୍କୁ ମୁଗ୍ଧ କରେ।

ନିଶ୍ଚୟ ପଢ଼ନ୍ତୁ : ‘ଖୁସି ତ’ ପଞ୍ଚ୍ ଲାଇନରେ ଆସିଲା ରାପ୍, ରହିଛି ଓଡ଼ିଆ ସଂସ୍କୃତି, ଐତିହ୍ୟର ଗାଥା

ମୋଦି ଫ୍ୟାନ ହୋଇଥିବାରୁ ରାପ୍‌ ସଙ୍ଗ ପ୍ରସ୍ତୁତ କରିଛନ୍ତି। ସେ ଯାହା ହେଉନା କାହିଁ, ୨୦୧୯ ନିର୍ବାଚନ ପୂର୍ବରୁ ରାପ୍ ସଙ୍ଗ କ୍ୟାମ୍ପେନ୍ ମାହୋଲକୁ ଆହୁରି ସରଗରମ କରିଛି। ‘MODI ONCE MORE’ ରାପ୍ ସଙ୍ଗକୁ ପ୍ରଧାନମନ୍ତ୍ରୀ, ଅମିତ ଶାହଙ୍କ ସମେତ ବିଜେପିର ବହୁ ବରିଷ୍ଠ ନେତା ସେୟାର କରୁଛନ୍ତି। କାରଣ ନିର୍ବାଚନ ମୁଡରେ ନଜର ଆସିଲେଣି ବିଜେପି ନେତା। ନିକଟରେ ସାଂସଦ ଅନୁରାଗ ଠାକୁର ସଂସଦର ଶୀତକାଳୀନ ଅଧିବେଶନରେ ନମୋ ଏଗେନ୍ ଲେଖାଥିବା ହୁଡି ପିନ୍ଧି ଆସିଥିଲେ।


Pritiparna

Recent Posts

ତିନି ଦିନ ମଧ୍ୟରେ ୩ ଜଣଙ୍କୁ ମାରିଦେଲା ନାବାଳକ

ଭଦ୍ରକ: ତିନି ଦିନରେ ନେଇଛି ୩ ଜୀବନ । ଗୋଟିଏ ପରେ ଗୋଟିଏ ଜୀବନ ନେଇଛି ଅଭିଯୁକ୍ତ ନାବାଳକ ।…

39 mins ago

ବନ୍ଦ ହେଲା ପ୍ରିୟଙ୍କା ଚୋପ୍ରାଙ୍କ ରେଷ୍ଟୁରାଣ୍ଟ, ପାର୍ଟନରସିପ୍ ସରିବା ପରେ ହେଲା ଖରାପ ଅବସ୍ଥା

ପ୍ରିୟଙ୍କା ଚୋପ୍ରା କେବଳ ଜଣେ ମହାନ ଅଭିନେତ୍ରୀ, ଗାୟକ ଏବଂ ଲେଖକ ନୁହଁନ୍ତି, ସେ ଜଣେ ଭଲ ବ୍ୟବସାୟୀ ମଧ୍ୟ…

43 mins ago

କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିବା ପରେ ଖୁସିରେ ଡିଆଁ ମାରିଲେ ବିରଳ କୃଷ୍ଣସାର ମୃଗ

ଗୋପ (କେନ୍ୟୁଜ): କୋଣାର୍କ ବାଲୁଖଣ୍ଡ ଅଭୟାରଣ୍ୟକୁ ଆସିଲେ ବିରଳ ୧୦ କୃଷ୍ଣସାର ମୃଗ । ବନବିଭାଗ ପକ୍ଷରୁ ବିରଳ କୃଷ୍ଣସାର…

60 mins ago

ଆସନ୍ତାକାଲି ପାଇଁ ଓଡିଶାର ସମସ୍ତ ସ୍କୁଲ ସକାଳୁଆ, ୨୨ ତାରିଖରୁ ସ୍ୱାଭାବିକ ହେବ କ୍ଲାସ

କେନ୍ୟୁଜ (ବ୍ୟୁରୋ) : ଆଉ ଦିନକ ପାଇଁ ବଢ଼ିଲା ସକାଳୁଆ ସ୍କୁଲ । ଆସନ୍ତାକାଲି ସକାଳ ୬ଟା ୩୦ ରୁ…

1 hour ago

କ୍ରିକେଟ୍‌ ଜଗତରେ ଶୋକର ଛାଇ, ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ଦେହାନ୍ତ

ଭାରତର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ତଥା କର୍ଣ୍ଣାଟକର ଡାହାଣହାତୀ ଦ୍ରୁତ ବୋଲର ଡେଭିଡ୍‌ ଜନସନ୍‌ଙ୍କ ୫୨ ବର୍ଷ ବୟସରେ ଦେହାନ୍ତ…

1 hour ago

ପ୍ରତିଦିନ ଜଣେ ବ୍ୟକ୍ତି କେତେ ପରିମାଣର ଫାଇବର ଖାଇବା ଉଚିତ?

ଶରୀରକୁ ସୁସ୍ଥ ରଖିବା ପାଇଁ କେବଳ ଭିଟାମିନ୍ ଏବଂ ମିନେରାଲ୍ସ ନୁହେଁ ବରଂ ପ୍ରଚୁର ଫାଇବର ମଧ୍ୟ ଆବଶ୍ୟକ ।…

1 hour ago