ଦ୍ବିତୀୟ ପାଳିର ପ୍ରଧାନମନ୍ତ୍ରୀ ପରେ ମୋଦିଙ୍କ ପ୍ରଥମ ‘ମନ କି ବାତ’, ଦେଶବାସୀଙ୍କୁ ସମ୍ବର୍ଧନା କରି ଜଳ ସଂକଟ ଉପରେ ଦେଲେ ଗୁରୁତ୍ବ

ମନ୍‌ କି ବାତ୍‌ର ୫୪ତମ ସଂସ୍କରଣରେ ଦେଶବାସୀଙ୍କୁ ମନର କଥା କହିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ଜରୁରୀକାଳିନ ପରିସ୍ଥିତି, ସାଧାରଣ ନିର୍ବାଚନ ଓ ଦେଶର ଜଳ ସମସ୍ୟା ଉପରେ କହିଛନ୍ତି ମୋଦି। ଦେଶରେ ଜରୁରୀକାଳିନ ପରିସ୍ଥିତି ଉପରେ ଆଲୋଚନା କରିଥିଲେ ପ୍ରଧାନମନ୍ତ୍ରୀ। ସେହିପରି ଚଳିତ ସାଧାରଣ ନିର୍ବାଚନରେ ଭାରତରେ ସର୍ବାଧିକ ଭୋଟର ମତଦାନ କରିଛନ୍ତି। ବିଶ୍ୱର କୌଣସି ଦେଶରେ ୬୧କୋଟି ଭୋଟର ମତଦାନ କରିବା ଗଣତନ୍ତ୍ର ଉପରେ ଆସ୍ଥା ଓ ବିଶ୍ୱାସ କଥା ଅଟେ। ଏପରିକି ଅରୁଣାଚଳ ପ୍ରଦେଶର ଘଞ୍ଚ ଅଞ୍ଚଳରେ ଜଣେ ଭୋଟରଙ୍କ ପାଇଁ ଗୋଟିଏ ବୁଥ ଗଠନ କରାଯାଇଥିଲା। ଦେଶର କିଛି ଅଞ୍ଚଳରେ ବର୍ତ୍ତମାନ ଉତ୍କଟ ଜଳ ସମସ୍ୟା ଦେଖାଦେଇଛି। ତେବେ ଦେଶର ମାତ୍ର ୮ପ୍ରତିଶତ ବର୍ଷାଜଳକୁ ସଂରକ୍ଷିତ କରି ରଖାଯାଉଛି। ଏହି ପରିସ୍ଥିତିର ମୁକାବିଲା କରିବା ପାଇଁ ଜଳଶକ୍ତି ମନ୍ତ୍ରାଳୟ ଗଠନ କରାଯାଇଛି। ତେବେ ବର୍ଷାଜଳ ସଂରକ୍ଷଣ ପାଇଁ ଦେଶବାସୀ ସଚେତନ ହେବାକୁ ମୋଦି ନିବେଦନ କରିଛନ୍ତି। ଜଳ ସଂରକ୍ଷଣ ସଚେତନତା, ପ୍ରାକୃତିକ ଉପାୟରେ ଜଳ ସଂରକ୍ଷଣ ପାଇଁ ସେ ଆହ୍ଵାନ କରିଛନ୍ତି।…ଶେଷ ଥର ପାଇଁ ଫେବୃୟାରୀ ୨୪ରେ କାର୍ଯ୍ୟକ୍ରମକୁ ସମ୍ବୋଧନ କରିଥିଲେ। ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ କାର୍ଯ୍ୟକ୍ରମକୁ ବନ୍ଦ ରଖାଯାଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.