CAA ନିଆଁ ସାମାନ୍ୟ ଥଣ୍ଡ ପଡିବା ପରେ ବିରୋଧୀଙ୍କ ଉପରେ ପ୍ରଚଣ୍ଡ ଆକ୍ରମଣ କଲେ ମୋଦି, କହିଲେ କଂଗ୍ରେସ ଭିଆଉଛି ହିଂସା

କେନ୍ୟୁଜ୍(ବ୍ୟୁରୋ): ଦିଲ୍ଲୀ ରାମଲୀଳା ମୈଦାନରୁ ବିରୋଧୀଙ୍କୁ ଟାର୍ଗେଟ୍‌। ନାଗରିକତା ଆଇନ୍‌କୁ ନେଇ ବିରୋଧୀଙ୍କ ଏଜେଣ୍ଡାର ପୋଲ୍‌ ଖୋଲିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ଲୋକଙ୍କୁ ଭ୍ରମିତ କରି ଦେଶରେ ନିଆଁ ଲଗାଇବାକୁ ଉସକାଇଛନ୍ତି ବିରୋଧୀ। ନିଜର ସ୍ୱାର୍ଥ ପାଇଁ ନାଗରିକତା ଆଇନ୍‌ ଓ ଏନଆରସିକୁ ନେଇ କଂଗ୍ରେସ ଓ ସହରୀ ନକ୍ସଲମାନେ ଗୁଜବ ସୃଷ୍ଟି କରୁଛନ୍ତି। ମୁସଲମାନ ମାନଙ୍କୁ ଡିଟେନସନ୍‌ ସେଣ୍ଟରକୁ ପଠାଇ ଦିଆଯିବ ବୋଲି କହୁଛନ୍ତି। ଗୁଜବ ସୃଷ୍ଟିକାରୀଙ୍କୁ ନିଜର ଶିକ୍ଷା ପ୍ରତି ସମ୍ମାନ ଦେବାକୁ କହିଛନ୍ତି ମୋଦି। ବିରୋଧୀଙ୍କ କଥାରେ ପରିଚାଳିତ ନହେବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଆଇନ ତିଆରି କରିଥିବା ସଂସଦକୁ ସମ୍ମାନ ଦେବାକୁ କହିଛନ୍ତି । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍‌ କରି କହିଛନ୍ତି, ଦିଦି ସିଧାସଳଖ କୋଲକାତାରୁ ଜାତିସଂଘକୁ ପଳାଇଲେ। କିଛି ବର୍ଷ ପୂର୍ବରୁ ବାଂଲାଦେଶରୁ ଆସୁଥିବା ଅନୁପ୍ରବେଶକାରୀଙ୍କୁ ଅଟକାଇବାକୁ ସେ ଦାବି କରୁଥିଲେ। ଆଜି ତାଙ୍କର କଣ ହେଲା ବୋଲି ମୋଦି ପ୍ରଶ୍ନ କରିଛନ୍ତି। ସେହିଭଳି ଲୋକଙ୍କୁ ହିଂସା ଆଚରଣ କରିବାରୁ କ୍ଷାନ୍ତ ରହିବାକୁ ପରାମର୍ଶ ଦେଇଛନ୍ତି। ମୋ କୁଶପୁତ୍ତଳିକା ପଛେ ପୋଡିଦିଅ, କିନ୍ତୁ ସର୍ବସାଧାରଣଙ୍କ ସଂପତ୍ତି ପୋଡ ନାହିଁ ବୋଲି କହିଛନ୍ତି।

ସେପଟେ ଦେଶରେ ହିଂସା ପାଇଁ ସରକାରଙ୍କୁ ଦାୟୀ କରିଛି କଂଗ୍ରେସ। ବରିଷ୍ଠ ଆନନ୍ଦ ଶର୍ମା କହିଛନ୍ତି, ପାର୍ଲାମେଣ୍ଟରେ ଗୃହ ମନ୍ତ୍ରୀଙ୍କ ମନ୍ତବ୍ୟ ଦେଶରେ ଭୟ, ଅସୁରକ୍ଷା ଓ ଅନିଶ୍ଚିତତାର ବାତାବରଣ ସୃଷ୍ଟି କରିଥିଲା। ଦେଶର ପରିସ୍ଥିତି ପାଇଁ ପ୍ରଥମେ ସରକାର ଦାୟୀ। ସେପଟେ ଟ୍ଵିଟ୍‌ କରି ମୋଦି ଶାହଙ୍କୁ ଟାର୍ଗେଟ୍‌ କରିଛନ୍ତି ରାହୁଲ ଗାନ୍ଧୀ। କହିଛନ୍ତି, ଦେଶର ଯୁବକଙ୍କ ଭବିଷ୍ୟତକୁ ମୋଦି-ଶାହ ନଷ୍ଟ କରି ଦେଇଛନ୍ତି। ସେଥିପାଇଁ ଯୁବକସମାଜର କ୍ରୋଧକୁ ସେମାନେ ସାମ୍ନା କରି ପାରୁ ନାହାନ୍ତି। ଆମ ଭଲ ପାଇବାକୁ ଭାଗଭାଗ କରି ଘୃଣା ଭିତରେ ଛପି ଯିବାକୁ ଚାହାନ୍ତି। ଭାରତୀୟଙ୍କ ଭିତରେ ପ୍ରେମ ବାଣ୍ଟି ଆମେ ସେମାନଙ୍କୁ ପରାସ୍ତ କରିବା ବୋଲି ରାହୁଲ କହିଛନ୍ତି।

ନାଗରିକତା ଆଇନ୍‌ ବିରୋଧରେ ସର୍ବାଧିକ ହିଂସାକାଣ୍ଡ ଘଟିଛି ଉତ୍ତର ପ୍ରଦେଶରେ। ଅନେକ ଧନଜୀବନ ହାନୀ ହୋଇଛି। ହିଂସା ଘଟଣାଇଥିବା ଆନ୍ଦୋଳନକାରୀଙ୍କୁ ଚିହ୍ନଟ କରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଛନ୍ତି ୟୁପି ସରକାର। ଆନ୍ଦୋଳନକାରୀଙ୍କ ସଂପତ୍ତି ଜବତ ଆରମ୍ଭ କରିଛି ପ୍ରଶାସନ।

KNews Bureau

Recent Posts

ଆଜିର ରାଶିଫଳ : ଜାଣନ୍ତୁ ଆଜି କେଉଁ ରାଶିର ଲୋକଙ୍କ ପାଇଁ କିପରି କଟିବ ଦିନ

ମେଷ: ପାରିବାରିକ ପ୍ରତିଷ୍ଠା ବଢ଼ିବ । ବ୍ୟବସାୟିକ ଯୋଜନା ଫଳପ୍ରଦ ହେବ। ସାମାଜିକ ପ୍ରତିଷ୍ଠା ବଢ଼ିବ । ଜୀବନରେ କିଛି…

6 hours ago

ହିଟ୍ ୱେଭ ଆକ୍ସନ ପ୍ଲାନ, ମେଡିକାଲ ପ୍ରସ୍ତୁତି ନେଇ ସ୍ବାସ୍ଥ୍ୟ ସଚିବଙ୍କ ନିର୍ଦ୍ଦେଶ

ଭୁବନେଶ୍ବର(କେନ୍ୟୁଜ୍‌): ସାରା ରାଜ୍ୟରେ ହିଟ୍ ୱେଭ ଜାରି ରହିଛି। ଅନେକ ସ୍ଥାନରେ ଅଂଶୁଘାତଜନିତ ମୃତ୍ୟୁ ଅଭିଯୋଗ ଆସୁଛି। ଏହାକୁ ଦୃଷ୍ଟିରେ…

9 hours ago

ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର(କେନ୍ୟୁଜ୍‌): ବହି କିଣିଲେ ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ମାଷ୍ଟରକ୍ୟାଣ୍ଟିନ ଯାଇ ବହି କିଣିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମଡର୍ଣ୍ଣ…

9 hours ago

ପୋଲିସ ଉପରେ ଆକ୍ରମଣ ; ୩୮ ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ମୟୂରଭଞ୍ଜ (କେନ୍ୟୁଜ୍‌): ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ବେଲପାଳ ଗାଁରେ ପୋଲିସ ଉପରେ ଆକ୍ରମଣ ଘଟଣାରେ ୩୮ ଜଣ ଗିରଫ…

9 hours ago

ବିସ୍ଫୋରଣ ଦେଇଗଲା ଦୁଃଖ, ପରିବାର ଚଳିବ କେମିତି ?

ଭାବ ଭକ୍ତିରେ ବନ୍ଧା ହେ ମହାବାହୁ …ତୁମ ଚନ୍ଦନ ଯାତ୍ରାରେ ଏଭଳି ଅଘଟଣ ଘଟିବ …ସେ ପୁଣି ତୁମେ ପ୍ରଭୁ…

9 hours ago

ଲୁହା ପାଇପ ଚୋରା ଚାଲାଣ ମାମଲାରେ ଟୁଙ୍ଗୁରୁ ଭୋଳ ସମେତ ୧୧ ଗିରଫ

ଭୁବନେଶ୍ୱର(କେନ୍ୟୁଜ୍‌): ପୁଣି ଚର୍ଚ୍ଚାକୁ ଆସିଲେ ଅଟୋ ଚାଳକ ଟୁଙ୍ଗୁରୁ ଭୋଳ । ପୂର୍ବରୁ ପରକୀୟା ପ୍ରୀତି ଅଭିଯୋଗରେ ଚର୍ଚ୍ଚାରେ ରହିଥିବା…

11 hours ago