ଆଜି ନ୍ୟୁୟର୍କରେ ପ୍ରବାସୀ ଭାରତୀୟଙ୍କୁ ଭେଟିବେ ମୋଦି, ବିଭିନ୍ନ କମ୍ପାନୀର ସିଇଓଙ୍କ ସହ ଆଲୋଚନା କରିବେ ପ୍ରଧାନମନ୍ତ୍ରୀ

ମୋଦି ମୋଦି ନାରାରେ କମ୍ପିଲା ଆମେରିକା ।  କ୍ବାଡ୍ ବୈଠକ ପରେ ଫିଲାଡେଲଫିଆରୁ ନ୍ୟୁ ୟର୍କ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ ।  ତିନି ଦିନିଆ ଆମେରିକା ଗସ୍ତରେ ଥିବା ପ୍ରଧାନମନ୍ତ୍ରୀ ଆଜି ନ୍ୟୁୟର୍କ ଲଙ୍ଗ୍ ଆଇଲ୍ୟାଣ୍ଡରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିବେ ।  ସେଥିପାଇଁ ବେଶ ଉତ୍ସାହିତ ଅଛନ୍ତି ପ୍ରବାସୀ ଭାରତୀୟ ।  ମୋଦିଙ୍କୁ ସ୍ବାଗତ ପାଇଁ ଅପେକ୍ଷାରେ ରହିଛନ୍ତି ।  ସେହିପରି ଆମେରିକାର କିଛି ଅଗ୍ରଣୀ କମ୍ପାନୀର CEO ମାନଙ୍କୁ ଆଜି ସାକ୍ଷାତ କରିବେ ମୋଦି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, କ୍ବାଣ୍ଟମ କମ୍ପୁଟିଂ, ସେମିକଣ୍ଡକ୍ଟର ଏବଂ ବାୟୋଟେକ୍ନୋଲୋଜି କ୍ଷେତ୍ରରେ ଭାରତ-ଆମେରିକା ସହଯୋଗ ବୃଦ୍ଧି ଉପରେ ଉପରେ ଏହି ବୈଠକର ଫୋକସ ରହିବ ।  ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଆମେରିକା ଗସ୍ତର ଶେଷ ଦିନ ।  ଶେଷ ଦିନରେ ନ୍ୟୁ ୟର୍କରେ ମିଳିତ ଜାତିସଂଘରେ ‘‘ସମିଟ୍ ଅଫ୍ ଫ୍ୟୁଚର’’ କୁ ସମ୍ବୋଧିତ କରିବେ ମୋଦି।  ମାନବ ଜାତି ପାଇଁ ଶାନ୍ତି ଏବଂ ସୁରକ୍ଷିତ ଭବିଷ୍ୟତ ପ୍ରସଙ୍ଗରେ ଏହି ସମ୍ମିଳନୀ। ଏହି ଅବସରରେ କିଛି ରାଷ୍ଟ୍ରନେତାଙ୍କ ସହ ପ୍ରଧାନମନ୍ତ୍ରୀ ଦ୍ବିପାକ୍ଷିକ ଆଲୋଚନା କରିବା କାର୍ଯ୍ୟକ୍ରମ ରହିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like