ମୋଦି କଣ ଭେଟି ଦେଲେ ଜାପାନ ପ୍ରଧାନମନ୍ତ୍ରୀଙ୍କୁ ? ଜାଣନ୍ତୁ

ନୂଆଦିଲ୍ଲୀ : ବର୍ତ୍ତମାନ ଜାପାନ ଗସ୍ତରେ ଅଛନ୍ତି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଗସ୍ତ ବେଳେ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ମୋଦି କିଛି ସ୍ବତନ୍ତ୍ର ଉପହାର ଭେଟି ଦେଇଛନ୍ତି । କଣ ସେହି ଭେଟି ତାକୁ ଜାଣିବାକୁ ସମସ୍ତଙ୍କ ମଧ୍ୟରେ ଉତ୍ସାହ ରହିଛି । ସ୍ଫଟିକରେ ତିଆରି ଦୁଇଟି ପାତ୍ର । ଗୋଟିଏ ଗୋଲାପୀ ଓ ଆଉ ଗୋଟିଏ ହଳଦି ରଙ୍ଗର । ତା ସହିତ ଗୋଟିଏ ହାତବୁଣା ସତରଞ୍ଜି । ଯାହାକୁ ଉତ୍ତର ପ୍ରଦେଶ ମିର୍ଜାପୁରର ବୁଣାକାରମାନେ ବୁଣିଛନ୍ତି ।