ନୀତି ଆୟୋଗ ବୈଠକରେ ମୋଦିଙ୍କ ପ୍ରତିଶୃତି

ନୂଆଦିଲ୍ଲୀ (କେନ୍ୟୁଜ୍) : ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ କରିବା, ଜଳ ସମ୍ପଦର ବ୍ୟବହାର, ଚାଷୀଙ୍କ ଆୟ ଦୁଇଗୁଣା କରିବା, ସବୁ ଭାରତୀୟଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା ନୀତି ଆୟୋଗ ବୈଠକରେ ଏହାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ କହିଥିଲେ ୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାର କରିବା ଅସମ୍ଭବ ନୁହଁ। ଏଥିଲାଗି ଜିଲ୍ଲା ସ୍ତରରୁ ହିଁ ଜିଡିପି ବଢାଇବାକୁ ରାଜ୍ୟଗୁଡିକୁ କାମ କରିବାକୁ ପଡିବ। ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରସଙ୍ଗରେ ସବୁ ରାଜ୍ୟକୁ ଆୟୁଷ୍ମାନ ଭାରତରେ ସାମିଲ ହେବାକୁ ଆହ୍ଵାନ ଦେଇଛନ୍ତି ମୋଦି। ଏହାସହ ନୀତି ଆୟୋଗ ସବକା ସାଥ, ସବକା ବିକାଶ ଓ ସବ୍ କା ବିଶ୍ୱାସ ହାସଲ ଦିଗରେ କାମ କରିବାକୁ ପଡିବ। ସମସ୍ତେ ମିଳି ମିଶି ଦାରିଦ୍ର‌୍ୟ, ବେକାରୀ, ମରୁଡି, ବନ୍ୟା, ପ୍ରଦୂଷଣ, ଦୁର୍ନୀତି ଓ ହିଂସା ବିରୋଧରେ କାମ କରିବାକୁ ପଡିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୀତି ଆୟୋଗ ସଂଘୀୟ ବ୍ୟବସ୍ଥାର ସଫଳ ପ୍ରତିଫଳନ। କେନ୍ଦ୍ର ଓ ରାଜ୍ୟ ମିଳିମିଶି କାମ କଲେ ସୁଫଳ ମିଳିବ। ଏହା କହି ସ୍ୱଚ୍ଛ ଭାରତ ମିଶନ ଓ ପିଏମ୍ ଆୱାସ ଯୋଜନାର ଉଦାହରଣ ଦେଇଥିଲେ ମୋଦି।

ନୀତି ଆୟୋଗ ବୈଠକ

-ଭାରତୀୟ ଅର୍ଥନୀତିକୁ ୫ ଟ୍ରିଲିଅନ କରିବା

-ଜଳ ସମ୍ପଦର ବ୍ୟବହାର

-ଚାଷୀଙ୍କ ଆୟ ଦୁଇଗୁଣା କରିବା

-ସବୁ ଭାରତୀୟଙ୍କୁ ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥା

-୨୦୨୪ ସୁଦ୍ଧା ଦେଶର ଅର୍ଥନୀତିକୁ ୫ ଟ୍ରିଲିଅନ ଡଲାର କରିବା ଅସମ୍ଭବ ନୁହଁ

-ଜିଲ୍ଲା ସ୍ତରରୁ ହିଁ ଜିଡିପି ବଢାଇବାକୁ ରାଜ୍ୟଗୁଡିକୁ କାମ କରିବାକୁ ପଡିବ

-ମିଳି ମିଶି ଦାରିଦ୍ର‌୍ୟ, ବେକାରୀ, ମରୁଡି ଓ ବନ୍ୟାର ମୁକାବିଲା କରିବାକୁ ପଡିବ

-ପ୍ରଦୂଷଣ, ଦୁର୍ନୀତି ଓ ହିଂସା ବିରୋଧରେ କାମ କରିବାକୁ ପଡିବ

-ସ୍ୱଚ୍ଛ ଭାରତ ମିଶନ ଓ ପିଏମ୍ ଆୱାସ ଯୋଜନାରେ କେନ୍ଦ୍ର ଓ ରାଜ୍ୟର ମିଳିତ ସଫଳତା