କାଲିଠୁ ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ, ମୋଦିଙ୍କୁ ଭେଟିବେ ରାଷ୍ଟ୍ରପତି ପ୍ରାର୍ଥୀ ଡୋନାଲଡ ଟ୍ରମ୍ପ

ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆମେରିକା କୋର୍ଟ ଭାରତକୁ ସମନ କରିଛି ।  କାଲିଠୁ ମୋଦିଙ୍କ ତିନି ଦିନିଆ ଆମେରିକା ଗସ୍ତ ।  ଆମେରିକାରେ ଚତୁର୍ଥ କ୍ବାଡ୍ ଶିଖର ସମ୍ମିଳନୀରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ।  ଭାରତ ସମେତ ଆମେରିକା, ଜାପାନ ଓ ଅଷ୍ଟ୍ରେଲିଆ କ୍ୱାଡର ସଦସ୍ୟ ରହିଛନ୍ତି ।  ପରବର୍ତ୍ତୀ କ୍ୱାଡ ସମ୍ମିଳନୀ ଭାରତରେ ଆୟୋଜିତ ହେବ ।  କ୍ବାଡ୍ ସମ୍ମିଳନୀ ଅବସରରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ମଧ୍ୟାରେ ଦ୍ବିପାକ୍ଷିକ ଆଲୋଚନା ହେବ। ଏଥିରେ ଭାରତ- ଆମେରିକା ମଧ୍ୟରେ ଥିବା ଦ୍ୱିପାକ୍ଷିକ ସମ୍ପର୍କ ମଜବୁତ କରିବାକୁ ନିଆଯାଇଥିବା ପଦକ୍ଷେପଗୁଡିକର ସମୀକ୍ଷା ହେବ ।

ପୂର୍ବରୁ ଇଟାଲୀରେ ଆୟୋଜିତ ଜି-୭ ସମ୍ମିଳନୀ ବେଳେ ଦୁଇ ନେତାଙ୍କର ବୈଠକ ହୋଇଥିଲା ।  ବାଇଡେନଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଥିବାରୁ ଏହା ଦୁଇ ନେତାଙ୍କ ମଧ୍ୟରେ ଶେଷ ଔପଚାରିକ ବୈଠକ ହେବ ।  ତେବେ ପୂର୍ବତନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ମୋଦିଙ୍କ ସାକ୍ଷାତ ନେଇ ବୈଦେଶିକ ବ୍ୟାପାର ମନ୍ତ୍ରାଳୟ କିଛି ସ୍ପଷ୍ଟ କରିନାହିଁ ।  ଏହା ସମୟ ଉପରେ ନିର୍ଭର କରେ ବୋଲି ମନ୍ତ୍ରାଳୟ ସଚିବ କହିଛନ୍ତି ।  ଏହି ଗସ୍ତବେଳେ ପ୍ରଧାନମନ୍ତ୍ରୀ ମୋଦି ନ୍ୟୁୟର୍କରେ ଥିବା ମିଳିତ ଜାତିସଂଘର ସାଧାରଣ ସଭାର ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like