ଟମାଟୋ ଚାଷୀଙ୍କ ପାଖରେ ପହଞ୍ଚିଲେ କ୍ରିକେଟର ମହମ୍ମଦ ସାମୀଙ୍କ ସ୍ତ୍ରୀ ହସିନା, ହେଲେ ପାଦ ମାଡିଲେ ନାହିଁ ଶ୍ବଶୁର ଘର

ନିର୍ବାଚନୀ ମାହୋଲରେ ପ୍ରାୟ ସମସ୍ତ କଳାକାରଙ୍କ ମନରେ ଚାଷ ପ୍ରେମ ଦେଖିବାକୁ ମିଳୁଛି। ସୋସିଆଲ ମିଡିଆରେ କିଛି ଦିନ ପୂର୍ବେ ବଲିଉଡ଼ ଅଭିନେତ୍ରୀଙ୍କୁ ହେମାମାଲୀନିଙ୍କ ଧାନ କାଟୁଥିବା ଫଟୋ ସୋସିଆଲରେ ଭାଇରାଲ ହୋଇଥିବା ବେଳେ ଏବେ କ୍ରିକେଟର ମହମ୍ମଦ ସାମୀଙ୍କ ସ୍ତ୍ରୀ ହସୀନାଙ୍କୁ ଟମାଟୋ କ୍ଷେତରେ ଦେଖିବାକୁ ମିଳିଛି। ଶୁଣିବାକୁ ମିଳିଛି ହସିନା ତାଙ୍କ ଗାଁ ମୁଢ଼ା ଇମ୍ମାରେ ପହଞ୍ଚି ଟମାଟୋ ଚାଷ ବିଷୟରେ ଜାଣିବାକୁ ଚେଷ୍ଟା କରିଛନ୍ତି। ଏପରିକି ଟମାଟୋ ଗଛରୁ ଟମାଟୋ ମଧ୍ୟ ତୋଳିଛନ୍ତି।

କ୍ରିକେଟର ସ୍ବାମୀ ମହମ୍ମଦ ସାମୀଙ୍କ ସହ ହସିନାଙ୍କର ବର୍ଷକ ହେଲା ଅନେକ ବିବାଦ ଚାଲୁଥିବା ବେଳେ ଭୋଟ ଦେବା ପାଇଁ ହଠାତ୍ ଶ୍ବଶୁର ଘର ଗାଁ ସହସପୁରର ଅଲିନଗର ପହଞ୍ଚି ସେ ସମସ୍ତଙ୍କୁ ଚକିତ କରିଦେଇଥିଲେ। ହସିନା କୋଲକାତାରୁ ସିଧାସଳଖ ଗାଁର ପୋଲିଂ ବୁଥରେ ପହଞ୍ଚି ସେଠାରେ ମତଦାନ କରିଥିଲେ। ଏହାପରେ ଗତ ତିନି ଦିନ ହେଲା ସେ ସେଠାରେ ରହିଛନ୍ତି। କିନ୍ତୁ ସେ ତାଙ୍କ ଶ୍ବଶୁର ଘରକୁ ପାଦ ମାଡିନାହାନ୍ତି।

ନିଶ୍ଚିତ ପଢ଼ନ୍ତୁ: ଇଦ୍ ପରେ ବିବାହ କରିବେ ସାମୀ : ନୂଆ ଅଭିଯୋଗ ଆଣିଲେ ପତ୍ନୀ ହସିନ୍ ଜହାଁ

ଶନିବାର ଦିନ ମହମ୍ମଦଙ୍କ ଚାଷ ଜମିରେ ପହଞ୍ଚିବା ସହ ସେ ସେଠାରେ ଉପସ୍ଥିତ ଥିବା ଜଣେ ମହିଳାଙ୍କୁ ନିକଟରୁ ଟମାଟୋ ଚାଷର ପ୍ରକ୍ରିୟା ଜାଣିବାକୁ ଚେଷ୍ଟା କରିଥିଲେ। ଏପରିକି ସେ ସାମୀଙ୍କର ଫାର୍ମହାଉସ ମଧ୍ୟ ଯାଇଥିଲେ କିନ୍ତୁ ଶ୍ବଶୁର ଘର ଲୋକଙ୍କ ସହ କିଛି କଥାବାର୍ତ୍ତା କରିନଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.