ରିସର୍ଚ୍ଚରୁ ହେଲା ଖୁଲାସା :ଷ୍ଟ୍ରିଟ୍ ଫୁଡ଼ ଭାବେ ଖାଉଥିବା ମୋମୋ, ଶରୀର ପାଇଁ ବିଷ

କେନ୍ଦ୍ରିୟ ପର୍ଯ୍ୟଟନ ମନ୍ତ୍ରାଳୟ ଅଧୀନରେ ଥିବା ଇନଷ୍ଟିଚ୍ୟୁଟ ଅଫ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟରିଙ୍ଗ ଆଣ୍ଡ ନ୍ୟୁଟ୍ରିସନ ପକ୍ଷରୁ କିଛି ମାସ ପୂର୍ବରୁ ମୋମୋଜକୁ ନେଇ ଏକ ରିସର୍ଚ୍ଚ କରାଯାଇଛି। ଯାହାଦ୍ବାରା ଲୋକମାନେ ପାଟିକୁ ସୁଆଦିଆ ଲାଗୁଥିବା ମୋମୋଜ ଉପରେ ଏକ ଆଶ୍ଚର୍ଯ୍ୟକର ତଥ୍ୟ ସାମ୍ନାକୁ ଆଣିଛନ୍ତି। ରିସର୍ଚ୍ଚ ଅନୁଯାୟୀ, ମୋମୋଜ ଶରୀରକୁ ସବୁଠାରୁ ଅଧିକ କ୍ଷତି ପହଞ୍ଚାଇଥାଏ। ଏହାର କ୍ବାଲିଟି ଏବଂ ଏହା ସହିତ ଥିବା ନାଲି ରାଗ ଚଟଣୀ ଖାଇବା ଦ୍ବାରା ଅନେକ ରୋଗ ହେବାର ସମ୍ଭାବନା ରହିଥାଏ। ଏଥିରେ ଆବଶ୍ୟକତା ଠାରୁ ଅଧିକ ଫ୍ୟାକ୍ଟଲ ରହିଥାଏ, ଯାହା ପାଣି ଏବଂ ଖାଦ୍ୟ ମାଧ୍ୟମରେ ଶରୀରକୁ ଯାଇ ଅନେକ କ୍ଷତି ପହଞ୍ଚାଇଥାଏ। ମୋମୋଜ ବ୍ୟତୀତ ଗୁପଚୁପ୍, ସିଙ୍ଗଡ଼ା, କଚୋଡ଼ି ଭଳି ଷ୍ଟ୍ରିଟ୍ ଫୁଡ୍ ମଧ୍ୟ ଏଥିରେ ସାମିଲ ରହିଛି।

ସରକାରୀ ମେଡ଼ିକାଲ କଲେଜ ଭିଦିସାର ଆସିଷ୍ଟାଣ୍ଡ ପ୍ରଫେସର ଡାକ୍ତର ନୀରଜ ଜେନ ଷ୍ଟ୍ରିଟ ଫୁଡ ସହ ଜଡ଼ିତ ଥିବା ରିସର୍ଚ୍ଚର ଖୁଲାସା କରିଛନ୍ତି। ଏହା ସହିତ ଏହି ପ୍ରକାର ଖାଦ୍ୟରେ ହେଉଥିବା ରୋଗ ଏବଂ ଏହାକୁ ଖାଇବା ସମୟରେ କିପରି ସାବଧାନ ରହିବେ, ଏହାକୁ ନେଇ ଚର୍ଚ୍ଚା କରିଛନ୍ତି। ଏହି ଖାଦ୍ୟ ସେବନ କରୁଥିବା ଲୋକଙ୍କ ଶରୀର କିପରି ସୁସ୍ଥ ରଖିବାରେ ସାହାଯ୍ୟ କରିପାରିବ।

ରିସର୍ଚ୍ଚରେ ମୋମୋଜକୁ ନେଇ କେଉଁ ତଥ୍ୟ ସାମ୍ନାକୁ ଆସିଛି

. ରିସର୍ଚ୍ଚ ଅନୁଯାୟୀ ମୋମୋଜ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଙ୍ଗ ମଇଦାର ବ୍ୟବହାର କରାଯାଇଥାଏ। ଏହା ସହିତ କେତେକ କେମିକାଲ ମଧ୍ୟ ବ୍ୟବହାର କରାଯାଇଥାଏ।

. ମୋମୋଜରେ ମୋନୋସୋଡିୟମ ଗ୍ଲୁଟାମେଟ ରହିଥାଏ। ଯାହା ଶରୀରର ହାଡ଼କୁ ଦୁର୍ବଳ କରିଦେଇଥାଏ। ଏହା ବ୍ୟତୀତ ଏଥିରେ ଶରୀରର ଶିରା-ପ୍ରସିରା ସଠିକ୍ କାମ କରିବାରେ ସମସ୍ୟା ସୃଷ୍ଟି ହୋଇଥାଏ।

. ଏହାକୁ ପ୍ରସ୍ତୁତ କରିବା ପାଇଁ ସଠିକ ମସଲା ବ୍ୟବହାର କରାଯାଇନଥାଏ । ସେହିପରି ଏହାର ଚଟଣୀ ଅଧିକ ରାଗ ହୋଇଥିବାରୁ ମଳକଣ୍ଟକ ରୋଗ ହେବାର ଆଶଙ୍କା ରହିଥାଏ।

. ଡ଼ା, ନୀରଜଙ୍କ କହିବା ଅନୁଯାୟୀ ଷ୍ଟ୍ରିଟ ଫୁଡ୍ ଏକ ଡ୍ୟୁରେସନ ପରେ ଡିଗ୍ରେଡ ହେବା ଆରମ୍ଭ ହୋଇଯାଇଥାଏ। ଯାହା ଦ୍ବାରା ବ୍ୟାକ୍ଟେରିଆ ହେବାରେ ଲାଗିଥାନ୍ତି।

. ତେଲିଆ ଖାଦ୍ୟ ୬ ରୁ ୮ ଘଣ୍ଟା ମଧ୍ୟରେ ଖରାପ ହୋଇଯାଇଥାଏ। ଯଦି ଏହାକୁ ଆପଣ ଫ୍ରିଜରେ ରଖିବେ ତେବ ଏହା ୧୨ ଘଣ୍ଟା ପର୍ଯ୍ୟନ୍ତ ଭଲ ରହିଥାଏ।

. ଏହି ଖାଦ୍ୟକୁ ଯଦି ଆପଣ ଅଧିକ ସମୟ ବିତିଯିବା ପରେ ସେବନ କରିଥାନ୍ତି ତେବେ ଆପଣଙ୍କର ଏସିଡିଟି, ବାନ୍ତି ଏବଂ ଡିସେଣ୍ଟ୍ରି ଭଳି ରୋଗ ହୋଇଥାଏ।

. ଏହି ଖାଦ୍ୟ ତିଆରି କରିବାରେ ଖରାପ ପାଣି ମଧ୍ୟ ବ୍ୟବହାର କରାଯାଇଥାଏ। ଏହି ପାଣି ଶରୀରକୁ ଯିବା ପରେ ଟାଇଫଏଡ ଭଳି ଭୟାନକ ରୋଗ ହୋଇଥାଏ।

ଏଥିରୁ କିପରି ରକ୍ଷା ପାଇବେ

. ଯେତେବେଳେ ଆପଣ ଷ୍ଟ୍ରିକ୍ଟ ଫୁଡ୍ ଖାଉଛନ୍ତି. ତାହା ପରେ ଘରକୁ ଆସି ନିଶ୍ଚିନ୍ତ ହାଲୁକା ଉଷୁମ ପାଣି ପିଅନ୍ତୁ।

. ସଫା ପାଣି ଏବଂ ଭଲ ଖାଦ୍ୟ କି ନାହିଁ ଏହା ଦେଖି ଖାଇବା ଅଡ଼ର କରନ୍ତୁ। ଏଥି ସହିତ ଖାଦ୍ୟ ବିକ୍ରେତାମାନେ କିପରି ଖାଦ୍ୟ ପରସୁଛନ୍ତି ତାହା ଉପରେ ଧ୍ୟାନ ରଖନ୍ତୁ।

KNews Bureau

Recent Posts

ଅଲାରନାଥଙ୍କ ଅଣସର ଦର୍ଶନ କରିବେ ଭକ୍ତ, ଏବେ ଠାରୁ ଛୁଟିଲାଣି ଭକ୍ତଙ୍କ ସୁଅ

ବ୍ରହ୍ମଗିରି(କେନ୍ୟୁଜ): ସ୍ନାନ ପୂର୍ଣ୍ଣିମା ଦିନ ୧୦୮ ସୁବାସିତ ଜଳରେ ସ୍ନାନ କରିବା ପରେ ସବୁ ବର୍ଷ ପରି ଚଳିତ ବର୍ଷ…

6 mins ago

ରାସ୍ତାରେ ଜଳିଗଲା ବାଇକ, ନିଆଁକୁ ଆୟତ୍ତ କଲେ ଅଗ୍ନିଶମ ବିଭାଗ

ଆଠମଲ୍ଲିକ: ଆଠମଲ୍ଲିକ ନିକଟସ୍ଥ ମାଳିପଦର ଗ୍ରାମ ନିକଟ ପୂର୍ତ୍ତ  ରାସ୍ତାରେ ଜଳିଗଲା ବାଇକ | ପ୍ରକାଶ ଯେ,  ଆଠମଲ୍ଲିକ  କିଆକଟା…

12 mins ago

ସ୍ୱାତି ମାଲିଓ୍ଵାଲଙ୍କୁ ମାଡ଼ ମାମଲା: ଜୁଲାଇ ୬କୁ ବୃଦ୍ଧି ପାଇଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ

ବଢ଼ିଲା ବିଭବ କୁମାରଙ୍କ ନ୍ୟାୟିକ ହେପାଜତ । ଦିଲ୍ଲୀ ମହିଳା ଆୟୋଗର ପୂର୍ବତନ ଅଧ୍ୟକ୍ଷା ତଥା ରାଜ୍ୟସଭା ସାଂସଦ ସ୍ୱାତି…

42 mins ago

ସୋନାକ୍ଷୀଙ୍କ ବିବାହ ପାଇଁ ସୁନ୍ଦର ଭାବେ ସଜାଯାଇଛି ଶତ୍ରୁଘ୍ନ ସିହ୍ନା ଘର, ସାମ୍ନାକୁ ଆସିଲା ଫଟୋ

ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହକୁ ନେଇ ଅନେକ ଦିନ ହେବ ସୋସିଆଲ ମିଡିଆରେ ଖୁବ୍‌ ଚର୍ଚ୍ଚା ଚାଲିଛି…

50 mins ago

ଠାଣେ: ଫୁଟବଲ୍‌ ଟର୍ଫ ଉପରେ ଖସିପଡ଼ିଲା ଟିଣ ଶେଡ୍‌, ୯ ଜଣ ପିଲା ଆହତ; ଅନେକ ଗୁରୁତର

ମହାରାଷ୍ଟ୍ରର ଠାଣେର ଉପବନ ଅଞ୍ଚଳରେ ଶୁକ୍ରବାର ରାତିରେ ଏକ ବଡ଼ ଦୁର୍ଘଟଣା ଘଟିଛି । ଏଠାରେ ଥିବା ଫୁଟବଲ୍‌ ଟର୍ଫ…

3 hours ago

ଯେକୌଣସି ବୟସରେ ଦାନ୍ତ ଉଠାଇ ପାରିବେ ଆପଣ, ଆସୁଛି ନୂଆ ମେଡିସିନ୍‌

ଅନେକ କୁନି କୁନି ପିଲା ଥାଆନ୍ତି, ଯେଉଁ ମାନଙ୍କର ଦାନ୍ତ ଉଠେନି । ଏପରିକି ଅନେକ ସମୟରେ ବୟସ୍କ ବ୍ୟକ୍ତିଙ୍କର…

3 hours ago