ମାଲିକର ମୃତ୍ୟୁ ପରେ ମ୍ରିୟମାଣ ହୋଇ ଜୀବନ ହାରିଲା ମାଙ୍କଡ଼, ଏକାଠି ହେଲା ଅନ୍ତ୍ୟେଷ୍ଟି

ମଣିଷ ତୁଳନାରେ ଜୀବଜନ୍ତୁମାନେ ମାଲିକ ପ୍ରତି ଅଧିକ ବିଶ୍ୱସ୍ତ ହୋଇଥାନ୍ତି। ସେ କୁକୁର ହୁଅନ୍ତୁ ବା ମାଙ୍କଡ଼ ଯିଏ ଥରେ ତାଙ୍କୁ ସ୍ନେହରେ ଖାଇବାକୁ ଗଣ୍ଡେ ଦେଇଛି, ସେମାନେ ଜୀବନ ସାରା ତାଙ୍କ ପ୍ରତି ନିଷ୍ଠା ଦେଖାଇଥାନ୍ତି। ଏବେ ସେମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶର ଫତେହପୁର ଠାରେ। ଏଠାରେ ଜଣେ ମାଲିକର ମୃତ୍ୟୁ ପରେ ତାଙ୍କ ପୋଷା ମାଙ୍କଡ଼ ଦେହ ତ୍ୟାଗ କରିଥିବା ଦେଖିବାକୁ ମିଳିଛି।

Image result for monkey death after owner death at fateh purରିପୋର୍ଟ ମୁତାବକ ଫତେହପୁର ଜିଲ୍ଲାର କିଶନପୁରଠାରେ ଶିବରାଜ ସିଂହ ନାମକ ଜଣେ ବ୍ୟକ୍ତି ଏକ ମାଙ୍କଡ଼କୁ ପାଳିଥିଲେ। କେହି ପିଲାପିଲି ନଥିବାରୁ ସେ ମାଙ୍କଡ଼କୁ ନିଜ ଛୁଆ ଭଳି ସ୍ନେହ କରୁଥିଲେ, ଏଣୁ ନାଁ ଦେଇଥିଲେ ସୋନୁ। କ୍ରମେ ଶିବରାଜ ବୃଦ୍ଧ ହୋଇଯିବାରୁ ଆଉ ସୋନୁର ଯତ୍ନ ନେଇପାରିଲେ ନାହିଁ। ଏଣୁ ଘରଲୋକ ସୋନୁକୁ କିଛି ଦୂରରେ ଥିବା ଏକ ଜଙ୍ଗଲରେ ଛାଡ଼ି ଦେଇଆସିଥିଲେ। ମାତ୍ର ସୋନୁ ମାଲିକକୁ ଛାଡ଼ି ରହିନପାରିବାରୁ ୧୦ ଦିନ ତଳେ ପୁଣି ଥରେ ଘରକୁ ଫେରି ଆସିଥିଲା।

monkey2

୭୫ ବର୍ଷ ବୟସରେ ଆଜି ରୋଗାଗ୍ରସ୍ତ ହୋଇ ଶିବରାଜଙ୍କର ମୃତ୍ୟୁ ଘଟିଥିଲା। ପରିବାର ଲୋକ ଶୋକରେ କାନ୍ଦ ବୋବାଳି କରୁଥିବା ବେଳେ ପାଟି ଶୁଣି ମାଙ୍କଡ଼ ସେଠାକୁ ଆସିଥିଲା ଓ ମାଲିକର ମୃତଦେହ ପାଖରେ ସ୍ତବ୍ଧ ହୋଇ ବସି ରହିଥିଲା। କିଛି ସମୟ ମାଲିକକୁ ଚାହିଁ ରହିବା ପରେ ହଠାତ୍‌ ମାଙ୍କଡ଼ ଟଳିପଡ଼ିଥିଲା। ଘର ଲୋକ ଯାଇ ଦେଖିଲା ବେଳକୁ ମାଙ୍କଡ଼ର ପିଣ୍ଡରେ ଆଉ ପ୍ରାଣରେ ନଥିଲା। ମାଲିକର ମୃତ୍ୟୁ ଯୋଗୁ ଶୋକରେ ମାଙ୍କଡ଼ ବି ଦେହତ୍ୟାଗ କରିଥିଲା। ଶେଷରେ ପରିବାର ଲୋକ ଗୋଟିଏ ଚିତାରେ ଉଭୟ ମାଲିକ ଓ ମାଙ୍କଡ଼ର ଅନ୍ତିମ ସଂସ୍କାର କରିଥିଲେ। ବର୍ତ୍ତମାନ ଶିବରାଜଙ୍କ ସହ ସୋନୁର ମଧ୍ୟ ସମସ୍ତ ଶ୍ରାଦ୍ଧକର୍ମ କରାଯିବ ବୋଲି ଶିବରାଜଙ୍କ ଭଣଜା ଦେବପାଲ କହିଛନ୍ତି।