ସହରରେ ଛୁରୀ ଧରି ବୁଲିଲା ମାଙ୍କଡ, ଭୟରେ ଥରହର ହେଲେ ସହରବାସୀ

‘ମାଙ୍କଡ ହାତରେ ଶାଳଗ୍ରାମ’ ଏହା ଆପଣ ଅନେକ ଥର ଶୁଣିଥିବେ। ଅର୍ଥାତ୍‌ ମୁର୍ଖ ବ୍ୟକ୍ତି ହାତରେ କୌଣସି ଶକ୍ତିଶାଳୀ ଜିନିଷ ଆସିବା ଉଚିତ ନୁହେଁ, ନଚେତ ସେ ତା’ର ଦୁରୁପଯୋଗ କରିଥାନ୍ତି। ଏହି କଥା କିଛିମାତ୍ରାରେ ସତ ହୋଇଥାଏ ବୋଲି ଏହା କୁହାଯାଇଛି। ଆଉ ଏହା ସତ୍ୟ ପ୍ରମାଣିତ ମଧ୍ୟହୋଇଛି। ଯାହା ବ୍ରାଜିଲରେ ଦେଖିବାକୁ ମିଳିଛି। ଏଠାରେ ଏକ ମାଙ୍କଡ ହାତରେ ଛୁରୀ ପଡିଯାଇଛି, ଯାହାକୁ ଦେଖିବା ପରେ ସମସ୍ତ ସହରବାସୀ ଭୟଭୀତ ହୋଇଯାଇଛନ୍ତି।

ବ୍ରାଜିଲର ପିୟାଉଇ ରାଜ୍ୟର କୋରେଣ୍ଟରେ ଏହି ମାମଲା ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବଡ ନ୍ୟାସନାଲ ପାର୍କରେ ମାଙ୍କଡ ହାତରେ ଛୁରୀ ଧରିଥିବା ଫଟୋ ଦେଖିବାକୁ ମିଳିଛି। ଫଟୋରେ ମାଙ୍କଡ ସପିଂ ସେଣ୍ଟର ପାଖରେ ଥିବା ବାଲକୋନୀରେ ବସିଥିବା ନଜର ଆସିଛି।

ଫୁଟେଜରେ ଦେଖିବାକୁ ମିଳିଛି କି, ମାଙ୍କଡ ଛୁରୀ ଧରି ସେଠାରେ ଯିବାଆସିବା କରୁଥିବା ଲୋକଙ୍କୁ ଡରାଉଛି। ଏହାପରେ ଛୁରୀକୁ କାନ୍ଥରେ ଘଷୁଛି। ଯାହାକୁ ଦେଖି ଲୋକେ ଭୟଭୀତ ହେଉଛନ୍ତି।

ଖବର ମୁତାବକ, ଏହି ଭିଡିଓ ସ୍ଥାନୀୟ ନାଗରିକ ଏଲେସାଣ୍ଡ୍ରୋଗୁଏରା ରେକର୍ଡ କରିଛନ୍ତି। ଏହି ମାଙ୍କଡ ଗତ ସପ୍ତାହରେ ସହରରେ ଆତଙ୍କ ଖେଳାଇଥିଲା। ଛୁରୀ ଯୋଗୁଁ ଅନେକ ଘରର ଛାତରେ ଘୋଷାଡିଥିଲା। କିନ୍ତୁ ଏପର୍ଯ୍ୟନ୍ତ କୌଣସି ଲୋକଙ୍କୁ କ୍ଷତି ପହଞ୍ଚାଇନାହିଁ ମାଙ୍କଡ। ଏହି ମାମଲାରେ ପୋଲିସକୁ ଡକାଯାଇ ଘଟଣା ବିଷୟରେ ସୂଚନା ଦିଆଯାଇଛି ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.