ଦେଶ ବିଦେଶ

ବେଙ୍ଗାଲୁରୁରେ ଜଳ ସଙ୍କଟ; ପାଣି ପାଇଁ ସଂଘର୍ଷ କରୁଛି ମାଙ୍କଡ଼

କଥାରେ ଅଛି ଜଳ ହିଁ ଜୀବନ । ପାଣି ବୁନ୍ଦାଏ ପାଇଁ ସମସ୍ତେ ଡହଳ ବିକଳ । ଏ ଡହ ଡହ ଖରାରେ ମଣିଷ କଲବଲ ହେଉଥିବା ବେଳେ ଏହାରି ଭିତରେ ବେଙ୍ଗାଲୁରୁରେ ଦେଖାଦେଇଛି ଜଳ ସଂଙ୍କଟ । ଏହି ଜଳ ସଙ୍କଟ ଦ୍ୱାରା ଖାଲି ମଣିଷ ପ୍ରଭାବିତ ହୋଇନାହାଁନ୍ତି ବରଂ ବନ୍ୟଜନ୍ତୁ ମାନେ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି । ଯେଉଁ ଦୃଶ୍ୟ ଦେଖିଲେ ଆପଣଙ୍କ ମନରେ ମଧ୍ୟ ଦୟା ଆସିବ । ଆପଣ ବି ଏହି ବନ୍ୟଜନ୍ତୁଙ୍କ ପାଇଁ କିଛି କରିବା ପାଇଁ ଭାବିବେ । ବର୍ତ୍ତମାନ ସୋସିଆଲ୍‌ ମିଡିଆରେ ଏହି ଜଳ ସଙ୍କଟର ଏଭଳି ଦୃଶ୍ୟ ଭାଇରାଲ୍‌ ହେଉଛି ଯାହାକୁ ଦେଖିବା ପରେ ଆପଣ ବି ନିଜ ଆଖିକୁ ବିଶ୍ୱାସ କରିପାରିବେନି ।

ବେଙ୍ଗାଲୁରୁର ଅକ୍ଷତଙ୍କ ଦ୍ୱାରା ସୋସିଆଲ୍‌ ମିଡିଆ X ରେ ସେୟାର କରାଯାଇଥିବା ଏକ ଭିଡିଓରେ ଦର୍ଶାଯାଇଛି ଯେ ସହରର ଜଳ ସଙ୍କଟ ମଧ୍ୟରେ ଏକ ଶୋଷିଲା ମାଙ୍କଡ଼ ଜଳ ପାଇଁ ସଂଘର୍ଷ କରୁଛି । ଏହି ଭିଡିଓ କ୍ଲିପ୍‌ରେ ରୋଷେଇ ଘରେ ବସିଥିବା ଏକ ମାଙ୍କଡ଼ ତା ଶୋଷ ମେଣ୍ଟାଇବା ପାଇଁ କଣ ସବୁ କରୁଛି ଦେଖାଯାଇଛି । ତାଙ୍କୁ ଘଉଡାଇବାକୁ ଚେଷ୍ଟା କରିବା ସତ୍ତ୍ୱେ ମାଙ୍କଡ଼ ଶୋଷ ମେଣ୍ଟାଇବା ପାଇଁ ୱାଟର ବିଶୁଦ୍ଧକାରୀ (ଆକ୍ୱାଗାର୍ଡ଼) ନିକଟରେ ପହଞ୍ଚିଯାଉଛି । ଆଉ ସେହି ଆକ୍ୱାଗାର୍ଡ଼ରେ ମୁହଁ ଲଗାଇ ପାଣି ପିଇବାକୁ ଚେଷ୍ଟା କରୁଛି । ଯେଉଁ ପାଣି ଟୋପେ ଟୋପେ ବାହାରୁଛି ସେଇ ପାଣି ପିଇବା ପାଇଁ ଆକ୍ୱାଗାର୍ଡ଼ରେ ମୁହଁ ଲଗାଇ ଦେଇଛି ଶୋଷିଲା ମାଙ୍କଡ଼ଟି ।

ଏହି ଭିଡିଓଟି ସେୟାର କରାଯାଇ କ୍ୟାପସନରେ ଲେଖା ଅଛି, “ମାଙ୍କଡ଼ମାନେ ଶୋଷିଲା ଅଛନ୍ତି । ସେମାନେ ଜଳର ସନ୍ଧାନରେ ରୋଷେଇ ଘରର ଝରକା ଦେଇ ଘର ଭିତରେ ପଶିଛନ୍ତି । ବେଙ୍ଗାଲୁରୁ ଜଳ ସଙ୍କଟ ମନୁଷ୍ୟ ଅପେକ୍ଷା ପଶୁମାନଙ୍କୁ ଅଧିକ ପ୍ରଭାବିତ କରିଛି । ସେମାନଙ୍କୁ ସାହାଯ୍ୟ କରିବା ପାଇଁ ଜଳ ସଞ୍ଚୟ କରିବା ଉଚିତ୍‌ ବୋଲି କୁହାଯାଇଛି ।

ଏହି ଭିଡିଓ ରେ ଆହୁରି ମଧ୍ୟ ଦେଖିବାକୁ ମିଳିଛି ଯେ, ମାଙ୍କଡ଼ଟି ଆକ୍ୱାଗାର୍ଡ଼ରୁ ପାଣି ପିଇବାକୁ ଚେଷ୍ଟା କଲାବେଳେ ଅନ୍ୟ ଏକ ମାଙ୍କଡ଼ ରୋଷେଇ ଘରର ଝରକା ଉପରେ ବସି ପାଣି ପିଇବାକୁ ଅପେକ୍ଷା କରୁଥିବାର ଦେଖିବାକୁ ମିଳିଛି । ସେହି ମାଙ୍କଡ଼ଟି ପାଣି ପିଇବା ପାଇଁ ତା ନମ୍ବର କେତେବେଳେ ପଡ଼ିବ ତାକୁ ହିଁ ଅପେକ୍ଷା କରିଛି ।

ପିଟିଆଇ ରିପୋର୍ଟ ଅନୁଯାୟୀ, ଏନେଇ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୟା ମନ୍ତବ୍ୟ ଦେଇଛନ୍ତି ଯେ, ବେଙ୍ଗାଲୁରୁରେ ଘୋର ଜଳ ଅଭାବ ଦେଖା ଦେଇଛି । ଏହି ଭୟଙ୍କର ପରିସ୍ଥିତି ମୁକାବିଲା କରୁଥିବାବେଳେ ଏହି ଭିଡିଓ ଜଳ ସଂରକ୍ଷଣ ପ୍ରୟାସର ସ୍ମାରକ ଅଟେ ।

Sasmita

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

7 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

8 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

8 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

9 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

10 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

10 hours ago