ଇଂଲଣ୍ଡରେ ବ୍ୟାପିଲା ମଙ୍କିପକ୍ସ ରୋଗ, ମାଙ୍କଡ଼ଙ୍କଠାରୁ ହୋଇଥାଏ ସଂକ୍ରମଣ, ଇନଫେକ୍ସନ ରୋକିବାକୁ ସରକାର ତତ୍ପର

କରୋନା ଭାଇରସ ସଂକ୍ରମଣ ସହ ସାରା ବିଶ୍ୱ ଜୁଝି ହେଉଥିବା ବେଳେ ଇଂଲଣ୍ଡର ନର୍ଥ ୱେଲସରୁ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିଛି। ଏ ନେଇ ସ୍ଥାନୀୟ ଜଣେ ପବ୍ଲିକ ହେଲଥ ଅଫିସର ସୂଚନା ଦେଇଛନ୍ତି। ସେ କହିଛନ୍ତି କି, ଗୋଟିଏ ହିଁ ପରିବାରର ଦୁଇଜଣ ସଦସ୍ୟ ଏହି ରୋଗରେ ଆକ୍ରାନ୍ତ ହୋଇଛନ୍ତି। ଏହି କାରଣରୁ ଦୁଇଜଣଙ୍କ ଶରୀରରେ ଛୋଟ ଛୋଟ ଫଳି ଯିବା ସହିତ କୁଣ୍ଡାଇ ହେବା, ଜ୍ୱର ଆସିବା ଏବଂ ଶରୀର ଯନ୍ତ୍ରଣା ଭଳି ସମସ୍ୟା ଦେଖାଦେଇଛି।

ଏହି ରୋଗୀଙ୍କ ଉପରେ ସ୍ୱାସ୍ଥ୍ୟ ବିଭାଗ ଲଗାତାର ନଜର ରଖିଛି। ସ୍ୱାସ୍ଥ୍ୟ ସୁରକ୍ଷା ପରାମର୍ଶଦାତା ରିଚାର୍ଡ ଫର୍ଥ କହିଛନ୍ତି, ଇଂଲଣ୍ଡରେ ମଙ୍କିପକ୍ସର ଦୁଇଟି ମାମଲା ସାମ୍ନାକୁ ଆସିବା ବହୁତ ଦୁର୍ଲ୍ଲଭ। ଏଥିରେ ସାଧାରଣ ଜନତାଙ୍କ ପ୍ରତି ବହୁତ କମ ବିପଦ ରହିଛି। ଏହି ସଂକ୍ରମଣ ଅନ୍ୟ ଲୋକଙ୍କ ମଧ୍ୟରେ ଯେପରି ନ ବ୍ୟାପିବ, ଏଥିପାଇଁ ସମସ୍ତ ସୁରକ୍ଷାତ୍ମକ ପଦକ୍ଷେପ ଗ୍ରହଣ କରାଯାଇଛି।

ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ଅନୁସାରେ, ମଙ୍କିପକ୍ସ ଏମିତି ଏକ ରୋଗ, ଯାହାର ଲକ୍ଷଣ ସ୍ମଲପକ୍ସ ଭଳି ହୋଇଥାଏ। ସାଧାରଣତଃ ଏହି ରୋଗ ଜଙ୍ଗଲି ଜନ୍ତୁ ଯେପରି ମୂଷା ଓ ମାଙ୍କଡ଼ଙ୍କଠାରୁ ମଣିଷ ଶରୀରକୁ ବ୍ୟାପିଥାଏ। ଏହାଛଡ଼ା ଏହି ରୋଗ ଜଣଙ୍କଠାରୁ ଅନ୍ୟ ଜଣଙ୍କୁ ଡେଇଁଥାଏ। ଏଥିରେ ଆକ୍ରାନ୍ତ ୧୦୦ ରୋଗୀଙ୍କ ମଧ୍ୟରୁ ୧୦ଜଣଙ୍କ ମୃତ୍ୟୁ ହେବାର ଆଶଙ୍କା ରହିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.