ୟୁରୋପରେ ଉଗ୍ର ରୂପ ନେଲା ମଙ୍କି ପକ୍ସ ! ମହାମାରୀ ଘୋଷଣା ନେଇ WHOର ବୈଠକରେ ଚର୍ଚ୍ଚା

ନୂଆଦିଲ୍ଲୀ : ମାଡ଼ି ଚାଲିଛି ମଙ୍କି ପକ୍ସ। ବିଭିନ୍ନ ରାଷ୍ଟ୍ରରେ ଆତଙ୍କ ସୃଷ୍ଟି କଲାଣି ଭୂତାଣୁ । ଆଫ୍ରିକାରୁ ଆରମ୍ଭ ହୋଇଥିବା ଏହି ରୋଗ କାୟାବିସ୍ତାର କରିବାରେ ଲାଗିଛି । ୟୁରୋପରେ ଏହି ସଂକ୍ରମଣର ସ୍ଥିତ ଉଦ୍‌ବେଗଜନକ । ଏଠାରେ ପ୍ରଥମ ଥର ପାଇଁ ରେକର୍ଡ ସଂଖ୍ୟାରେ ମଙ୍କିପକ୍ସ ମାମଲା ଦେଖିବାକୁ ମିଳିଛି । ୟୁରୋପରେ ୧୦୦ରୁ ଅଧିକ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ଦୃଷ୍ଟିରେ ରଖି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଏକ ଜରୁରୀକାଳୀନ ବୈଠକ ଡାକିଛି । ବୈଠକରେ ଅନେକ ପ୍ରସଙ୍ଗରେ ଚର୍ଚ୍ଚା ହୋଇଛି । ଆଲୋଚନା ଏସଂପର୍କରେ ମଧ୍ୟ ହୋଇଛି ଯେ, ମଙ୍କିପକ୍ସକୁ ମହାମାରୀ ଘୋଷଣା କରାଯିବା ଦରକାର ।

ଏପର୍ଯ୍ୟନ୍ତ ୟୁରୋପ ମହାଦେଶର ୯ଟି ଦେଶରେ ମକ୍ସପକ୍ସ ଚିହ୍ନଟ ହୋଇଛି । ଏଥିରେ ବେଲଜିୟମ, ଫ୍ରାନ୍ସ, ଜର୍ମାନୀ, ଇଟାଲୀ, ନେଦରଲ୍ୟାଣ୍ଡ, ପର୍ତ୍ତୁଗାଲ, ସ୍ପେନ, ସ୍ୱୀଡେନ ଓ ବ୍ରିଟେନ୍ । ଏହା ବ୍ୟତୀତ ଆମେରିକା, ଅଷ୍ଟ୍ରେଲିଆ ଓ କାନାଡାରେ ମଧ୍ୟ ମଙ୍କିପକ୍ସ ମାମଲା ଚିହ୍ନଟ ହୋଇଛି । କିନ୍ତୁ ଏହାରି ମଧ୍ୟରେ ବିଶେଷଜ୍ଞ କହୁଛନ୍ତି ଯେ, ଏହି ରୋଗ ମହାମାରୀର ରୂପ ନେଇପାରିବ ନାହିଁ । ଏହି ରୋଗ ଏତେ ଭୟଙ୍କର ରୂପ ନେଇ ନପାରେ ।

ମଙ୍କିପକ୍ସ ପ୍ରଥମେ ୟୁରୋପକୁ ଗତ ୭ ତାରିଖରେ ଆସିଥିଲା । ଜଣେ ନାଇଜେରିଆ ନାଗରିକଙ୍କ ମାଧ୍ରମରେ ଏହି ରୋଗ ୟୁରୋପକୁ ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଜରୁରୀକାଳୀନ ବୈଠକ ଡାକିଛି WHO । ବୈଠକରେ ଅନେକ ପ୍ରସଙ୍ଗରେ ହେବ ଆଲୋଚନା । ମଙ୍କିପକ୍ସକୁ ମହାମାରୀ ଘୋଷଣା କରାଯିବ କି ନାହିଁ, ଏଥିରେ ନିଷ୍ପତ୍ତି ନିଆଯିବ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.