ଏଥର ସଅଳ ଆସିବ ମୌସୁମୀ, ମେ ୨୭ ସୁଦ୍ଧା ଛୁଇଁବ କେରଳ

ଏଥର ଆଗୁଆ ପହଞ୍ଚିବ ମୌସୁମୀ । ମେ ୨୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ । ସଅଳ ମୌସୁମୀ ନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ । ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସାଧାରଣତଃ ଜୁନ ୧ରେ କେରଳ ଛୁଇଁଥାଏ ।

ତେବେ ଚଳିତ ଥର ମୌସୁମୀ ଅଗ୍ରସର ହେବା ପାଇଁ ସ୍ଥିତି ଅନୁକୂଳ ରହିଥିବାରୁ ଧାର୍ଯ୍ୟ ସମୟର ୪ଦିନ ପୂର୍ବରୁ ପହଞ୍ଚିବା ସମ୍ଭାବନା ରହିଛି।  ପାଞ୍ଚଟି ପାଣିପାଗ ମଡେଲର ତର୍ଜମା କରି ଏହି ପୂର୍ବାନୁମାନ କରିଛି ଆଇଏମଡି । ତେବେ ଏଥିରେ ୪ଦିନ ପୂର୍ବ କିମ୍ବା ପରେ ମଧ୍ୟ ମୌସୁମୀ ପହଞ୍ଚିବାର ସମ୍ଭାବନା ରହିଛି ।

୨୦୦୫ ଠାରୁ ଜୁନ ପ୍ରଥମ ସପ୍ତାହରେ କେରଳ ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ୨୦୨୦ରେ ଜୁନ ୧, ୨୦୨୧ରେ ଜୁନ ୩, ୨୦୨୨ରେ ମେ ୨୯, ୨୦୨୩ରେ ଜୁନ ୮ ଓ ୨୦୨୪ରେ ମେ ୩୦ ତାରିଖରେ କେରଳ ଛୁଇଁଥିଲା ମୌସୁମୀ ।

 

ଆହୁରି ପଢ଼ନ୍ତୁ : ଆସନ୍ତା ୭ ଦିନ ଭିତରେ ପ୍ରଚଣ୍ଡ ତାତି, ୩ରୁ ୫ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ ତାପମାତ୍ରା