ଚାଷୀଙ୍କ ପାଇଁ ଖୁସି ଖବର, ଚଳିତ ବର୍ଷ ସ୍ୱାଭାବିକ ରହିବ ମୌସୁମୀ ବର୍ଷା

ଭୁବନେଶ୍ବର : ଚାଷୀଙ୍କ ପାଇଁ ଖୁସି ଖବର । ଚଳିତ ବର୍ଷ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ପ୍ରାୟ ସ୍ୱାଭାବିକ ରହିବ। ଫଳରେ ଖରିଫ ଋତୁରେ ଚାଷ ବାସ ପାଇଁ ଅନୁକୂଳ ପାଗ ସୃଷ୍ଟି ହେବ। ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି। ମୌସୁମୀ ବର୍ଷା ଜୁନରୁ ସେପ୍ଟେମ୍ବର ମାସ ମଧ୍ୟରେ ପ୍ରାୟ ୯୬ ପ୍ରତିଶତ ରହିବ ବୋଲି ପୂର୍ବାନୁମାନ କରାଯାଇଛି। ୧୯୫୧ରୁ ୨୦୦୦ ମସିହା ମଧ୍ୟରେ ଦେଶରେ ହାରାହାରି ୮୯ ସେଣ୍ଟି ମିଟର ବର୍ଷା ହେବାର ରେକର୍ଡ ରହିଛି। ତେବେ ମୌସୁମୀ ଋତୁର ଶେଷ ଭାଗ ଆଡକୁ ଏଲନିନୋ ପ୍ରଭାବ ହ୍ରାସ ପାଇବା ବୋଲି ମଧ୍ୟ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ।