ମୁମ୍ବାଇରେ ମୌସୁମୀ ବର୍ଷା ରଚିଲା ତାଣ୍ଡବ, ରାସ୍ତାରେ ଭାସିଲା ଗାଡି, ୨ ମୃତ

ମହାରାଷ୍ଟ୍ରରେ ମୌସୁମୀ ବର୍ଷା ଲୋକଙ୍କୁ ଆଶ୍ୱସ୍ତି ଦେବା ପରିବର୍ତ୍ତେ ତାଣ୍ଡବ ରଚିଛି । ଗତ ୨୪ ଘଣ୍ଟାରେ ପ୍ରବଳ ବର୍ଷା ହୋଇଛି । ବର୍ଷା ଯୋଗୁଁ ଗରମରୁ ଆଶ୍ୱସ୍ତି ମିଳିବା ସତ୍ତ୍ୱେ ଲୋକଙ୍କ ଜୀବନ ଚାଲିଯାଇଛି । ମୁମ୍ବାଇରେ ପ୍ରବଳ ବର୍ଷା ଯୋଗୁଁ ୨ ଜଣଙ୍କର ମୃତ୍ୟୁ ହୋଇଛି । ପ୍ରବଳ ବର୍ଷା ଯୋଗୁଁ ଡ୍ରେନ ସ୍ଲାବରେ ଖସି ୨ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୧୦ ବର୍ଷର ପିଲା ରହିଛି । ବର୍ଷା ଯୋଗୁଁ ରାସ୍ତାରେ ଗାଡି ବୁଡିଯାଇଛି ।

ଖବର ମୁତାବକ, ପ୍ରବଳ ବର୍ଷା ଯୋଗୁଁ ମହାରାଷ୍ଟ୍ରର ପାଲଘର ଜିଲ୍ଲାରେ ଏକ ରାସ୍ତା ଧସିଯାଇଛି । ରବିବାର ମୁମ୍ବାଇ-ଅହମଦାବାଦ ରାଜପଥରେ ୪ ଘଣ୍ଟାରୁ ଅଧିକ ସମୟ ଯାତାୟତ ବାଧାପ୍ରାପ୍ତ ହୋଇଛି । ପୋଲିସ କହିବା ମୁତାବକ, ପାଇପଲାଇନ ସହିତ ମରାମତି କାମ ମଧ୍ୟ ଚାଲୁରହିଛି ।

ପ୍ରବଳ ବର୍ଷା ଯୋଗୁଁ ରାସ୍ତାରେ ପାଣି ଭରିବା ଯୋଗୁଁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଛି । ଲୋକ ବର୍ଷା ଯୋଗୁଁ ଅନେକ ସମସ୍ୟା ଭୋଗିଛନ୍ତି । ଥାନେ, ନାସିକ, ଛତ୍ରପତି ସମ୍ଭାଜୀନଗର, ଅହମଦନଗର, ସାତାରା ଏବଂ ଜଳଗାଁ ସହିତ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ବର୍ଷା ଜାରି ରହିଛି । ରବିବାର ଦିନ ମୁମ୍ବାଇରେ ୬୦ ମିମିରୁ ଅଧିକ ବର୍ଷା ହୋଇଛି ।

ତେବେ ମୁମ୍ବାଇରେ ମୌସୁମୀ ସମୟ ପୂର୍ବରୁ ପହଞ୍ଚିଛି । କେରଳରେ ୩୦ ମଇରେ ପହଞ୍ଚିଥିବା ବେଳେ ଜୁନ୍‌ ୧୧ ପର୍ଯ୍ୟନ୍ତ ପହଞ୍ଚିଥାଏ । ମୁମ୍ବାଇରେ କୋଲାବାରେ ୬୭ ମିମି, ସାନ୍ତାକ୍ରୁଜରେ ୬୪ ମିମି ବର୍ଷା ହୋଇଛି ।
ପ୍ରବଳ ବର୍ଷା ଯୋଗୁଁ ମୁମ୍ବାଇରେ ଟ୍ରାଫିକ ଜାମ୍‌ ଦେଖିବାକୁ ମିଳିଛି । ଅନେକ ସ୍ଥାନରେ ପାଣି ଜମା ହେବା କାରଣରୁ ଯାନବାହାନ ଚଳାଚଳ ପ୍ରଭାବିତ ହୋଇଛି । ଏହି ବର୍ଷା ଯୋଗୁଁ ଲୋକମାନେ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ସକାଳେ ଅନେକ ଅଞ୍ଚଳରେ ଟ୍ରାଫିକ୍ ଜାମ୍ ସମସ୍ୟା ମଧ୍ୟ ଦେଖିବାକୁ ମିଳିଥିଲା । ମହାରାଷ୍ଟ୍ରର ଥାନେ, ନାଶିକ୍, ଛତ୍ରପତି ସମ୍ୱଜିନଗର, ଅହମ୍ମଦନଗର, ସାତାରା ଏବଂ ଜଲଗାଓଁ ସମେତ ଅନ୍ୟାନ୍ୟ ଜିଲ୍ଲା ମଧ୍ୟ ଗତ ଦିନରେ ଭଲ ବର୍ଷା ହୋଇଥିଲା। ରବିବାର ମୁମ୍ବାଇରେ ୬୦ ମିଲିମିଟରରୁ ଅଧିକ ବର୍ଷା ହୋଇଛି ।

You might also like