ମୁନ୍‌ ମିଶନ ସମ୍ପୂର୍ଣ୍ଣ: ଆଜି ପୃଥିବୀକୁ ଫେରି ଆସିବ ଆର୍ଟେମିସ-୧

ନୂଆଦିଲ୍ଲୀ: ଶେଷ ହେଲା ନାସାର ମୁନ୍‌ ମିଶନ । ଆଜି ପୃଥିବୀକୁ ଫେରିବ ଆର୍ଟିମିସ-୧ । ରାତି ପ୍ରାୟ ୧୧ ଟା ୧୦ ମିନିଟରେ ପୃଥିବୀକୁ ଫେରିବ ମହାକାଶ ଇତିହାସରେ ସବୁଠାରୁ ଶକ୍ତିଶାଳୀ ରକେଟ୍‌ । ଏହା ମେକ୍ସିକୋର ଗ୍ଵାଡାଲୁପ୍‌ ଦୀପ ନିକଟ ପ୍ରଶାନ୍ତ ମହାସାଗରରେ ଏହା ଲ୍ୟାଣ୍ଡ କରିବ। ସ୍କିପ୍‌ ଏଣ୍ଟ୍ରି ଟେକ୍ନୋଲୋଜି ଦ୍ୱାରା ଲ୍ୟାଣ୍ଡ କରିବ ଆର୍ଟିମିସ-୧ । ଏଥିପାଇଁ ରିହିଛି ତିନିଟି ଷ୍ଟେପ୍‌ । ପ୍ରଥମେ ଓରିୟନ ପୃଥିବୀର ବାୟୁମଣ୍ଡଳର ଉପରସ୍ତରରେ ଏଣ୍ଟ୍ରି କରିବ ।

ଏହା ପରେ ନିଜ ଭିତରେ ଥିବା କ୍ୟାପସୁଲ ସାହାଯ୍ୟରେ ବାୟୁମଣ୍ଡଳ ବାହାରକୁ ଯିବ । ଶେଷରେ ପାରାସୁଟ ସାହାଯ୍ୟରେ ପୁଣି ଥରେ ବାୟୁମଣ୍ଡଳ ଭିତରକୁ ପ୍ରବେଶ କରିବ । ଗତ ୧୬ ନଭେମ୍ବରରେ ଜହ୍ନ ଅଭିମୁଖେ ବାହାରିଥିଲା ଆର୍ଟିମିସ-୧ । ଓରିଅନ କ୍ୟାପସୁଲ ନେଇ ଚନ୍ଦ୍ର ପାଖକୁ ଯାଇଥିଲା ଏହି ରକେଟ୍‌ । ପ୍ରାୟ ୩ ଲକ୍ଷ ୭୦ ହଜାର କିଲୋମିଟର ଯାତ୍ରା କରି ଚନ୍ଦ୍ରପାଖରେ ପହଞ୍ଚିଛି ଓରିଅନ ।

ତେବେ ଆର୍ଟିମିସ ଯାତ୍ରା ବେଶ ନାଟକୀୟ ଥିଲା। ତ୍ରୁଟି ଯୋଗୁ ଦି ଦି ଥର ଅଭିଯାନ ବାତିଲ ପରେ ତୃତୀୟ ଥରରେ ମିଳିଥିଲା ସଫଳତା। ଆର୍ଟିମିସର ଲକ୍ଷ୍ୟ, ଚନ୍ଦ୍ର ପୃଷ୍ଟରେ ଏକ ବେସ୍‌ କ୍ୟାମ୍ପ ଓ କକ୍ଷପଥରେ ଏକ ଗେଟ୍‌ୱେ ପ୍ରତିଷ୍ଠା କରିବା। ଯାହା ରୋବର୍ଟ ଏବଂ ମହାକାଶଚାରୀଙ୍କୁ ଅନୁସନ୍ଧାନ ପାଇଁ ସୁଯୋଗ ଦେବ। ଦ୍ୱିତୀୟ, ଅର୍ଥନୈତିକ ସୁଯୋଗ ସୃଷ୍ଟି। ଚନ୍ଦ୍ରକୁ ନେଇ ଥିବା ଶିଳ୍ପରେ ନିଯୁକ୍ତି ସୁଯୋଗ ସହ ଏହି କ୍ଷେତ୍ରରେ ଅଧିକ କୁଶଳୀ ମାନବ ସମ୍ବଳ ସୃଷ୍ଟି କରିବା। ତୃତୀୟ, ଅଧିକ ଅନୁସନ୍ଧା ସହ ଭବିଷ୍ୟତ ପିଢି ପାଇଁ ପ୍ରେରଣା ଯୋଗାଇବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.