ଚନ୍ଦ୍ରକୁ ମାନବ ମିଶନ, ଭାରତ ଆରମ୍ଭ କଲା ଗଗନାୟନ ମିଶନ

ଆପୋଲ ୧୧ମିଶନକୁ ପୂରିଲା ୫୦ ବର୍ଷ । ୧୯୬୯ ଜୁଲାଇ ୨୦ରେ ମହାକାଶଚାରୀ ନୀଲ ଆମ୍ରଷ୍ଟ୍ରଙ୍ଗ, ଏଡୱିନ୍‌ ବଜ୍‌ ଏଲଡ୍ରିନ ଓ ମାଇକଲ କୋଲିନ୍‌ସ ଚନ୍ଦ୍ରରେ ପାଦ ରଖିଥିଲେ । ୧୧ ଡିସେମ୍ବର ୧୯୭୨ ଥିଲା ଶେଷ ମାନବ ମିଶନ। ଏହାପରେ ରୋବର୍ଟ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଉଛି । ସେପଟେ ଭାରତ ଏବେ ମାନବ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି। ଆରମ୍ଭ ହୋଇ ସାରିଛି ଗଗନାୟନ ମିଶନ ।

ଆହୁରି ପଢନ୍ତୁ: ଇନଷ୍ଟାଗ୍ରାମରେ ବିକ୍ରି ହେଉଛି ମଣିଷ ଖପୁରୀ, ଗ୍ରାହକମାନଙ୍କର ମଧ୍ୟ ଲାଗୁଛି ଭିଡ଼

ପାଦ ଚିହ୍ନକୁ ୫୦ ବର୍ଷ ପୁରିଗଲା। ଏ ସ୍ମଲ ଷ୍ଟେପ୍‌ ଆମ୍ବିଆନ୍ସ ଛୋଟ ପାଦ ଚିହ୍ନକୁ ନେଇ ମାନବ ସଭ୍ୟତା ବଡ଼ ଲମ୍ଫ ପ୍ରଦାନ କରି ସାରିଛି। ୫୦ ବର୍ଷ ତଳେ ୧୬ ଜୁଲାଇ ୧୯୬୯ରେ ଆମେରିକା ସ୍ପେସ ଏଜେନ୍‌ସି ନାସାର ସାଟ୍ରନ୍‌ ଠ ରକେଟ୍‌ ଚନ୍ଦ୍ର ଅଭିମୁଖେ ବାହାରିଥିଲା। ଆପୋଲୋ ୧୧ ଜରିଆରେ ଆରମ୍ଭ ହୋଇଥିଲା ଚନ୍ଦ୍ରକୁ ମାନବ ଅଭିଯାନ। ଆପୋଲୋ ୧୧ରେ ଥିଲେ ନୀଲ ଆର୍ମଷ୍ଟ୍ରଙ୍ଗ, ଏଡୱିନ୍‌ ବଜ୍‌ ଏଲଡ୍ରିନ ଓ ମାଇକଲ କୋଲିନ୍‌ସ। ଆମେରିକା ଯାନ ୪ ଦିନରେ ଚନ୍ଦ୍ରରେ ପହଞ୍ଚିଗଲା। ୨୦ ଜୁଲାଇରେ ଚନ୍ଦ୍ର ପୃଷ୍ଠରେ ଅବତରଣ କରିଥିଲା ଚନ୍ଦ୍ର ଯାନ। ଚନ୍ଦ୍ର ଯାନରୁ ପ୍ରଥମେ ଅବତରଣ କରିଥିଲେ ନୀଲ ଆର୍ମଷ୍ଟ୍ରଙ୍ଗ। ଏ ଘଟଣା ଭବିଷ୍ୟତ ମାନବ ସଭ୍ୟତା ଓ ମହାକାଶ ଗବେଷଣାର ଦିଗ ବଦଳାଇ ଦେଲା। ଆର୍ମଷ୍ଟ୍ରଙ୍ଗ ପରେ ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇଥିଲେ ବଜ୍‌ ଏଲଡ୍ରିନ୍‌।ସେଠାରେ ଏମାନେ ୨୧ ଘଣ୍ଟା ୩୬ ମିନିଟ ସମୟ ରହିଥିଲେ । ପରେ ଜୁଲାଇ ୨୪ ତାରିଖରେ ଉଭୟ ଫେରିଥିଲେ ।

ଆହୁରି ପଢନ୍ତୁ: ମହନୀୟତାର ଉଦାହାରଣ ସାଜିଲେ ବିଧାୟକ ପ୍ରଣବ ପ୍ରକାଶ, ଥଲାସେମିୟା ରୋଗୀ ପାଇଁ କଲେ ରକ୍ତଦାନ

ଚନ୍ଦ୍ର ପୃଷ୍ଠକୁ ଓହ୍ଲାଇବା, ପୁଣି ଯାନରେ ଚଢି ପୃଥିବୀକୁ ଫେରିବା ମହାକାଶ ବୈଜ୍ଞାନିକଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା। ଆପୋଲୋ ୧୧ ପରେ ଆହୁରି ମାନବ ମିଶନ ହୋଇଥିଲା। ୧୧ ଡିସେମ୍ବର ୧୯୭୨ ଥିଲା ଶେଷ ମାନବ ମିଶନ। ୧୯୭୨ ସୁଦ୍ଧା ୧୨ ଜଣ ଚନ୍ଦ୍ର ପୃଷ୍ଠରେ ପାଦ ଦେଇଥିଲେ। କିନ୍ତୁ ଏହା ପରଠାରୁ କୌଣସି ମଣିଷ ଆଉ ଚନ୍ଦ୍ର ପୃଷ୍ଠରେ ଓହ୍ଲାଇ ନାହାନ୍ତି। କାହିଁକି, କାରଣ କଣ। ଜ୍ଞାନ କୌଶଳ ବିକାଶିତ ହେବା ପରେ ରୋବର୍ଟ ମାଧ୍ୟମରେ ତଥ୍ୟ ସଂଗ୍ରହ ହେଉଛି। ତେଣୁ ମାନବ ମିଶନର ଆବଶ୍ୟକ ପଡି ନାହିଁ।

ଆହୁରି ପଢନ୍ତୁ:  ମୋଟା ଝିଅମାନେ ସ୍ୱର୍ଗ ଯାଆନ୍ତି ନାହିଁ, ପାଦ୍ରୀ ଏମିତି କହିବା ପରେ କଣ ହେଲା ଦେଖନ୍ତୁ ଭିଡିଓ

ଭାରତ ଏବେ ମାନବ ମିଶନ ପାଇଁ ପ୍ରସ୍ତୁତି ଚଳାଇଛି। ଆରମ୍ଭ ହୋଇ ସାରିଛି ଗଗନାୟନ ମିଶନ। ୨୦୨୨ ସୁଦ୍ଧା ଚନ୍ଦ୍ରପୃଷ୍ଠରେ ମାନବ ପହଞ୍ଚାଇବାକୁ ଭାରତ ଲକ୍ଷ୍ୟ ରଖିଛି। ତା ପୂର୍ବରୁ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରାଇବା ଇସ୍ରୋ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇ ରହିଛି। ଜୁଲାଇ ୧୫ରେ ଏହି ମିଶନ ଆରମ୍ଭ ହେବାର ଥିଲା। କିନ୍ତୁ ତ୍ରୁଟି ଯୋଗୁଁ ଏହାକୁ ସ୍ଥଗିତ ରଖାଯାଇଛି। ଆସନ୍ତା ସପ୍ତାହରେ ଏହି ମିଶନ ଆରମ୍ଭ ହେବ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.