ଦିନରେ ୪ରୁ ଅଧିକ ଥର ପିଉଥିଲେ ଏନର୍ଜି ଡ୍ରିଙ୍କ୍, ଏବେ ଜିଭର ହୋଇଗଲା ଏମିତି ଅବସ୍ଥା

ସାଧାରଣତଃ ଦେହର କ୍ଳାନ୍ତ ମେଣ୍ଟେଇବା ପାଇଁ ଏନର୍ଜି ଡ୍ରିଙ୍କ୍ ସେବନ କରାଯାଇଥାଏ। ହେଲେ ଆପଣ କେବେ ସେହି ଏନର୍ଜି ଡ୍ରିଙ୍କ୍ ପାଇଁ ଶରୀରର କ୍ଷତି ହେବା ବିଷୟରେ ଶୁଣିଛନ୍ତି। ଆପଣ ଜାଣିଛନ୍ତି କି, ଏହା ଶରୀର ପାଇଁ କେତେ ହାନୀକାରକ ? ଏବେ ଆପଣ ଏହି ଖବରରୁ ଅନ୍ଦାଜା ଲଗାଇପାରିବେ। ନିକଟରେ ଏପରି ଏକ ଘଟଣା ଘଟିଛି ଯାହା ଏନର୍ଜି ଡିଙ୍କ୍ସ ପିଉଥିବା ବ୍ଯକ୍ତିଙ୍କ ମନରେ ଭୟ ଜାତ କରିବ।
ଡ୍ରୋନ ରୟାଲ୍ସ ନାମକ ଜଣେ ଅଷ୍ଟ୍ରେଲିୟାନ ଶିକ୍ଷକ ତାଙ୍କ ଜିଭର ଏକ ଫଟୋକୁ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ଜିଭର ଅନେକ ଜାଗାରେ କ୍ଷତ ହୋଇଥିବାର ଦେଖିବାକୁ ମିଳିଛି । ଆଉ ଜିଭର ଏପରି ଅବସ୍ଥା ଏନର୍ଜି ଡ୍ରିଙ୍କ ପାଇଁ ହୋଇଥିବା ସେ ଉଲେଖ କରିଛନ୍ତି। ଏଣୁ ଏହାକୁ କେହି ପିଅନ୍ତୁ ନାହଁ ବୋଲି ସେ ଲେଖିଥିଲେ।
ସେ ଲେଖିଛନ୍ତି, “ଯଦି ଏନର୍ଜି ଡ୍ରିଙ୍କ୍ ପିଇବା ଦ୍ୱାରା ଜିଭର ଏମିତି ଅବସ୍ଥା ହେଉଛି ତେବେ ପେଟ ଏବଂ ଆଭ୍ୟନ୍ତରୀଣ ଅଙ୍ଗର କଣ ଅବସ୍ଥା ହେଉଥିବ ତାହା ଆପଣ ଏହି ଫଟୋରୁ ଜାଣିପାରୁଥିବେ” । ଜିଭର ଏମିତି ଅବସ୍ଥା ଦେଖି ରୟାଲ୍ସ ଡାକ୍ତରଙ୍କ ପରାମର୍ଶ ନେଇଥିଲେ, ଯାହାପରେ ସେ ଦିନକୁ ୫ରୁ୬ଟି ଏନର୍ଜି ଡ୍ରିଙ୍କ୍ ପିଉଥିବାରୁ ତାଙ୍କ ଜିଭର ଏମିତି ଅବସ୍ଥା ହୋଇଥିବା ଜଣାପଡିଥିଲା।
ଡାକ୍ତରଙ୍କ ଅନୁଯାୟୀ, ଏନର୍ଜି ଡ୍ରିଙ୍କ୍ରେ ବିଭିନ୍ନ ମାରତ୍ମକ କେମିକାଲ ତଥା ଏମିନୋ ଏସିଡ,ଭିଟାମିନ-ବି,ହର୍ବାଲ ପଦାର୍ଥ ରହିଥାଏ। ଯାହାର ଦୈନିକ ଏତେ ମାତ୍ରର ସେବନ ତାଙ୍କ ଜିଭର ଏପରି ଅବସ୍ଥାର କାରଣ ପାଲଟିଛି । ଏଣୁ ଏନର୍ଜି ଡ୍ରିଙ୍କ୍ ବହୁଳ ଭାବରେ ପିଇବାକୁ ଡାକ୍ତର ମନା କରିଛନ୍ତି ।