ତୀବ୍ର ହେବାରେ ଲାଗିଛି ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦ, ଗାଜାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ

ଭୁବନେଶ୍ବର : ତୀବ୍ର ହେବାରେ ଲାଗିଛି ଇସ୍ରାଏଲ ଓ ପାଲେଷ୍ଟାଇନ ବିବାଦ। ବାୟୁସେନା ପରେ ଇସ୍ରାଏଲ ସ୍ଥଳ ସେନା ଓ ଆର୍ଟିଲେରୀ ସେଲ୍‌ ଗାଜା ଷ୍ଟ୍ରିପ ଉପରକୁ ଆକ୍ରମଣ କରିଛି। ଇସ୍ରାଏଲ ସେନାର ଆକ୍ରମଣରେ ଗାଜାରେ ୧୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। ୧୧୩ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ହମାସ୍‌ ଆତଙ୍କବାଦୀ ପକ୍ଷରୁ ରକେଟ୍‌ ମାଡ଼ର ଜବାବରେ ଗାଜା ଉପରକୁ ଗୁଳି ମାଡ଼ କରିଥିଲା ଇସ୍ରାଏଲ ସେନା। ଏଥିରେ ୧୦୦ରୁ ଅଧିକ ପାଲେଷ୍ଟାଇନ୍‌ ନାଗରିକଙ୍କ ମୃତ୍ୟୁ ହୋଇଛି।

ତେବେ ହମାସ ଆତଙ୍କବାଦୀଙ୍କ ସହ ଇସ୍ରାଏଲର ସ୍ଥଳ ସେନା ଲଢେଇ ଜାରି ରଖିଛିି , ମାତ୍ର ଗାଜା ମଧ୍ୟକୁ ପ୍ରବେଶ କରିନି ବୋଲି ସେନା ପ୍ରବକ୍ତାଙ୍କ ପକ୍ଷରୁ କୁହାଯାଇଛି। ଇଦ୍‌ ପୂୂର୍ବରୁ ରକ୍ତରଞ୍ଜିତ ଗାଜାଷ୍ଟ୍ରିପ୍‌ର ରାସ୍ତାଘାଟ। ଇସ୍ରାଏଲ ବାୟୁସେନା ପକ୍ଷରୁ ଗାଜାଷ୍ଟ୍ରିପ ଓ ପାଲେଷ୍ଟାଇନ ସେନା ଶିବିରରେ ଘନଘନ ବୋମାମାଡ଼ ହୋଇଛି। ଆକ୍ରମଣରେ ହମାସ ସଂଗଠନର ଗାଜା ସିଟି କମାଣ୍ଡର ବାସେମ ଇସା ନିହତ ହୋଇଥିବା କୁହାଯାଇଛି। ୧୦ରୁ ଅଧିକ ଟପ୍‌ କମାଣ୍ଡର ମଧ୍ୟ ପ୍ରାଣ ହରାଇଛନ୍ତି । ଉଭୟ ରାଷ୍ଟ୍ରକୁ ଯୁଦ୍ଧରୁ ବିରତ ରହିବାକୁ ଜାତିସଂଘ ସହ ବିଭିନ୍ନ ରାଷ୍ଟ୍ର ପରାମର୍ଶ ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.