ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍‌ର ତାଣ୍ଡବ, ମକ୍କାରେ ହଜ୍‌ ଯାତ୍ରୀଙ୍କ ମୃତ୍ୟୁ ସଂଖ୍ୟା ୧୦୦୦ ଟପିଲା

ସାଉଦି ଆରବରେ ହିଟ୍ ଷ୍ଟ୍ରୋକ୍ ମୃତ୍ୟୁର ତଣ୍ଡବ ରଚିଛି । ରିପୋର୍ଟରୁ ଜଣାପଡ଼ିଛି, ଚଳିତ ବର୍ଷ ମକ୍କାରେ ହିଟ୍‌ ୱେଭ୍‌ ଯୋଗୁ ମୃତ୍ୟୁବରଣ କରିଥିବା ତୀର୍ଥଯାତ୍ରୀଙ୍କ ସଂଖ୍ୟା ୧,୦୦୦ ଟପିଯାଇଛି । ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଅଣପଞ୍ଜୀକୃତ ଯାତ୍ରୀ, ଯେଉଁମାନେ କି, ସାଉଦି ଆରବରେ ଅତ୍ୟଧିକ ତାତିରେ ତୀର୍ଥଯାତ୍ରା କରିଥିଲେ ।

ସେପଟେ ମୃତ ତୀର୍ଥଯାତ୍ରୀଙ୍କ ମଧ୍ୟରେ ଅନେକ ଭାରତୀୟ ମଧ୍ୟ ଅଛନ୍ତି । ବର୍ତ୍ତମାନର ରିପୋର୍ଟ ମୁତାବକ, ଏଠାରେ ମୃତକମାନଙ୍କ ମଧ୍ୟରେ ମିଶରରୁ ୫୮ ଜଣ ଅଛନ୍ତି । କୁହାଯାଉଛି ଯେ ହିଟ୍‌ ୱେଭ୍‌ ଯୋଗୁ ପ୍ରାୟ ୧୦ଟି ଦେଶର ୧,୦୮୧ ହଜ୍ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ।

ପ୍ରବଳ ଗରମ ହଜ୍ ଯାତ୍ରୀଙ୍କ ପାଇଁ କାଳ ସାଜିଛି । ଏତେ ସଂଖ୍ୟକ ହଜ ଯାତ୍ରୀଙ୍କ ମୃତ୍ୟୁ ଖବର ପରେ ଭାରତରୁ ହଜ ଯାତ୍ରା କରିଥିବା ତୀର୍ଥଯାତ୍ରୀଙ୍କ ପରିବାରର ଚିନ୍ତା ବଢିଯାଇଛି । ଚଳିତବର୍ଷ ଭାରତରୁ ୧,୭୫,୦୦୦ ତୀର୍ଥଯାତ୍ରୀ ହଜ ଯାତ୍ରା କରିଛନ୍ତି । ତେବେ ମୃତକଙ୍କ ମଧ୍ୟରେ ୬୮ ଭାରତୀୟ ଥିବା ଜଣାପଡିଛି ।

You might also like