ପିଓକେରେ ହଲଚଲ୍ : ୧୦୦୦ରୁ ଅଧିକ ମଦ୍ରାସା ବନ୍ଦ, ପିଲାମାନଙ୍କୁ ଦିଆଯାଉଛି ଏମରଜେନ୍ସି ସ୍ଥିତିର ଟ୍ରେନିଂ

ପିଓକେରେ ଭାରତ ତରଫରୁ ସମ୍ଭାବ୍ୟ ସୈନ୍ୟ କାର୍ଯ୍ୟାନୁଷ୍ଠାନ ଆଶଙ୍କା କରି ୧୦୦୦ରୁ ଅଧିକ ମଦ୍ରାସାକୁ ବନ୍ଦ କରାଯାଇଛି । ଭୟରେ ୧୦୦୦ରୁ ଅଧିକ ମଦ୍ରାସାକୁ ଅସ୍ଥାୟୀ ଭାବେ ବନ୍ଦ କରିଦିଆଇଛି । ପହଲଗାମ୍ ପ୍ରତିଶୋଧ ନେବାକୁ ଆକ୍ସନ ମୋଡକୁ ଆସିଥିବା ଭାରତ ଆକ୍ରମଣ ପରେ ପାକିସ୍ତାନକୁ ବୁଦ୍ଧି ଶିଖାଇବା ପାଇଁ ବିଭିନ୍ନ ପଦକ୍ଷେପ ନେଉଛି ।
ତେଣୁ ଭାରତର ଆକ୍ରମଣ ଏବଂ ସମ୍ଭାବ୍ୟ ଯୁଦ୍ଧର ଭୟ ପାକିସ୍ତାନକୁ ଘାରିଥିବା ବେଳେ ଯୁଦ୍ଧ ପରିସ୍ଥିତିର ମୁକାବିଲା ପାଇଁ ପାକିସ୍ତାନ ପିଓକେରେ ଏମରଜେନ୍ସି ପରି ପରିସ୍ଥିତି ସୃଷ୍ଟି କରିଛି । ମଦ୍ରାସା ବନ୍ଦ ଥିବା ସହ ୧୦ ଦିନ ଯାଏଁ ପିଓକେରେ ଧାର୍ମିକ ଆୟୋଜନ ଉପରେ କଟକଣା ଲଗାଯାଇଛି । ୧୦ ଦିନ ଯାଏଁ କୌଣସି ଧାର୍ମିକ କାର୍ଯ୍ଯକ୍ରମ ହୋଇପାରିବନି । ଖାଲି କଣ ସେତିକି ପିଓକେର ନାଗରିକମାନଙ୍କୁ ଦୀର୍ଘ ସମୟ ପାଇଁ ଖାଦ୍ୟ ଶସ୍ୟ ସଂରକ୍ଷଣ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହିପରି ମୁଜାଫରବାଦରେ ଥିବା ଆପତ୍ତକାଳୀନ ସେବା କର୍ମୀ ସ୍କୁଲରେ ପିଲାଙ୍କୁ ପ୍ରଶିକ୍ଷଣ ଦିଆଯାଉଛି । ପିଲାମାନେ ବ୍ୟାଣ୍ଡେଜ କରିବା, ଷ୍ଟ୍ରେଚରରେ ଲୋକମାନଙ୍କୁ ନେବା, ନିଆଁ ଲିଭାଇବା ଇତ୍ୟାଦି ଟ୍ରେନିଂ ଦିଆଯାଉଛି ।
ସୂଚନାଯୋଗ୍ୟ, ୨୨ ଏପ୍ରିଲରେ ପାକିସ୍ତାନରୁ ଆସିଥିବା ଆତଙ୍କବାଦୀଙ୍କକ ଏକ ଗ୍ରୁପ କାଶ୍ମୀର ପହଲଗାମର ବୈସରଣ ଉପତ୍ୟକାରେ ବୁଲୁଥିବା ପର୍ଯ୍ୟଟକମାନଙ୍କୁ ଧର୍ମ ପଚାରି ହତ୍ୟା କରିଥିଲେ । ଏଥିରେ ୨୬ ଜଣଙ୍କର ମୃତ୍ୟୁ ହୋଇଥିଲା । ଏପରି ସ୍ଥିତିରେ ସୁରକ୍ଷା ଦୃଷ୍ଟିରୁ ପର୍ଯ୍ୟଟନ ସ୍ଥଳ ଓ ରିସୋର୍ଟ ବନ୍ଦ ନେଇ ଜମ୍ମୁ କଶ୍ମୀର ସରକାରଙ୍କ ନିଷ୍ପତ୍ତି ଦ୍ବାରା ଏବେ ଅନିଶ୍ଚିତତା ସୃଷ୍ଟି ହୋଇଛି ।
Also Read : ପୁଣି ଅଧରାତିରେ LoCରେ ପାକିସ୍ତାନର ଅସ୍ତ୍ରବିରତି ଉଲଂଘନ, ଜବାବ ଦେଲା ଭାରତୀୟ ସେନା