ଅଜବ ବ୍ୟକ୍ତିର ଗଜବ କାରନାମା, ଜେଲରୁ ମୁକ୍ତ ହୋଇ ଡଜନରୁ ଅଧିକ ଗାଡିରେ ଲଗାଇଲା ନିଆଁ
ପୁରୁଣା ଫିଲ୍ମରେ ଗୋଟିଏ ଡାଇଲଗ ଥିଲା ‘ଜମାନେ କୋ ଆଗ ଲଗା ଦୁଙ୍ଗା’ ଯାହା ୯୦ ଦଶକରେ ବହୁତ ଫେମଶ ଥିଲା। କିନ୍ତୁ ଏହାକୁ ସତ ଭାବେ କରିଦେଖାଇଛନ୍ତି ଦିଲ୍ଲୀର ଜଣେ ଯୁବକ । ଏହି ଯୁବକ ଜଣକ ଜେଲ ଫେରନ୍ତା ଥିଲା। ଆଉ ହଠାତ ଜେଲରୁ ଫେରି ଡଜନରୁ ଅଧିକ ଗାଡିକୁ ନିଆଁ ଲଗାଇ ଦେଇଥିଲା। ଏଥିରେ କିଛି ବାଇକ ମଧ୍ୟ ଥିଲା। ପୋଲିସ ଏହି ମାମଲାରେ ଦୁଇ ଜଣ ଯୁବକଙ୍କୁ ଗିରଫ କରିଛି ।
ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଆକାଶ(୧୯) ଓରଫ ଏଣ୍ଡି ଦିନ ମଜୁରିଆ ଭାବେ କାମ କରେ ଓ ଶିକ୍ଷାଗତ ଯୋଗ୍ୟତା କହିଲେ ପଞ୍ଚମ ପାସ। ଏଣ୍ଡିର ସହଯୋଗୀ ମୋନୁ ଓରଫ କୁଳଦୀପ (୩୦) ପେଷାରେ ଦିନମଜୁରିଆ କାମ କରନ୍ତି ଉଭୟଙ୍କ ନାମରେ ବଦମାସୀର ଅଭିଯୋଗ ଥିଲା। ଗତ ୨୦ ଦିନ ତଳେ ଜେଲରୁ ବାହାରି ଏଣ୍ଡି ଏହି ଘଟଣା ଭିଆଇଛି ବୋଲି ପୋଲିସ କହିଛି।
दिल्लीः जेजे कॉलोनी इलाके में जेल से निकले एक शख्स ने करीब दर्जनभर वाहनों को आग के हवाले कर दिया। इसमें कार और दो पहिया वाहन दोनों शामिल थे। पुलिस ने इस मामले में दो लोगों को गिरफ्तार किया है।https://t.co/dRqVqyaslB via @NavbharatTimes #Delhi pic.twitter.com/YmGyznojEB
— NBT Hindi News (@NavbharatTimes) September 27, 2019
ବର୍ତ୍ତମାନ ରୋହିଣି ପୋଲିସ ଗିରଫ କରିସାରିଛି। ଅଭିଯୁକ୍ତର କହିବା କଥା ଥିଲା ଜେଲ ପଠାଇ ଦେଉଥିବା କାରଣରୁ ପୋଲିସ ଓ କଲୋନୀବାସୀଙ୍କ ଉପରେ ରାଗ ଥିଲା ତେଣୁ ଏହାର ପ୍ରତିଶୋଧ ନେବାକୁ ଯାଇ ଏସବୁ କରିଛି।
ତିନିଥରରେ ଲଗାଇଥିଲା ନିଆଁ
ପୋଲିସ ଦ୍ବାରା ଜାରି କରାଯାଇଥିବା ରିଲିଜ ମୁତାବକ ଅଭିଯୁକ୍ତ ୨୩ ଓ ୨୪ ସେପ୍ଟେମ୍ବରରେ ଯାନ ଗୁଡିକୁ ତିନଟି ପର୍ଯ୍ୟାୟରେ ନିଆଁ ଲଗାଇ ଥିଲେ ଦୁଇ ଅଭିଯୁକ୍ତ। ଦୁଇଜଣ ମିଶି ଡଜନରୁ ଅଧିକ ଗାଡିରେ ନିଆଁ ଲଗାଇଥିଲେ। ସର୍ବମୋଟ ଉଭୟଙ୍କ ଉପରେ ୩ଟି କେସ ରେଜିଷ୍ଟ୍ରି ହୋଇଛି।
ଉଭୟଙ୍କ ଠାରୁ ବନ୍ଧୁକ ଓ ଛୁରୀ ଜବତ କରିଛି ପୋଲିସ
ପୋଲିସ ଉଭୟଙ୍କ ଠାରୁ ଏକ ଦେଶ ବନ୍ଧୁକ, ଅଫୁଟା ଗୁଳି ଓ ଏକ ଛୁରୀ ଜବତ କରିଛି।
ପଚରା ଉଚରା କରିବା ପରେ ଏଣ୍ଡି କହିଥିଲା ଯେ ଉଭୟ ୨୩ ସେପ୍ଟେମ୍ବରରେ ଜେଜେ କଲୋନୀରେ ଗାଡି ଗୁଡିକୁ ନିଆଁ ଲଗାଇଥିଲେ ଓ ୨୪ ରାତିରେ କରାଲାର ଭଗତ ସିଂହ କଲୋନୀରେ ଗାଡି ଗୁଡିକୁ ନିଆଁ ଲଗାଇ ଥିଲେ ।