ମୋଦିଙ୍କ ସଭାରେ ଅଘଟଣ : ଟେଣ୍ଟ୍ ଭାଙ୍ଗି ୨୦ରୁ ଅଧିକ ଆହତ, ଡାକ୍ତରଖାନାରେ ପହଂଚିଲେ ପ୍ରଧାନମନ୍ତ୍ରୀ
ପଶ୍ଚିମବଙ୍ଗ : ମୋଦିଙ୍କ ସଭାରେ ଅଘଟଣ । ପଶ୍ଚିମବଙ୍ଗ ମିଦିନାପୁରରେ ନରେନ୍ଦ୍ରମୋଦିଙ୍କ ସମ୍ବୋଧନ ସମୟରେ ଭାଙ୍ଗିପଡିଲା ଟେଣ୍ଟ । ଯେଉଁଥିରେ ୨୦ରୁ ଅଧିକ ଆହତ ହୋଇଛନ୍ତି । ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ ଆହତମାନଙ୍କୁ ଦେଖାକରିବାକୁ ଡାକ୍ତରଖାନାରେ ପହଂଚିଛନ୍ତି ମୋଦି।
ମିଦିନାପୁରର କଲେଜ୍ ଗ୍ରାଉଣ୍ଡରେ ଆୟୋଜିତ ଏକ କୃଷକ ରାଲିରେ ଯୋଗଦେଇଥିଲେ ପ୍ରଧାନମନ୍ତ୍ରୀ । ତେବେ ମୋଦି ଭାଷଣ ଦେଉଥିବା ସମୟରେ ମଂଚର ଏକ ଅଂଶ ଗଳିପଡିଥିଲା । ବର୍ଷାଯୋଗୁଁ ଏହି ଅଘଟଣା ହୋଇଥିବା ଅନୁମାନ କରାଯାଉଛି । ତେବେ ଭାଷଣ ସମୟରେ ଅନେକ ଲୋକ ମଂଚ ଉପରେ ଚଢ଼ୁଥିବାର ଦେଖିଥିଲେ ମୋଦି । ଏବଂ ଏପରି କରିବା ପାଇଁ ବାରଣ କରିବା ସହ ତଳକୁ ଓହ୍ଲାଇବା ପାଇଁ ଅନୁରୋଧ କରିଥିଲେ ।