କରୋନା ମହାମାରୀ ଭିତରେ ଲୋକଙ୍କ ପ୍ରାଣ ନେଲା ଭୂସ୍ଖଳନ, ୨୦ ମୃତ ଅନେକ ଆହତ

କରୋନା ମହାମାରୀ ଭିତରେ ଆସାମରେ ଏକ ହୃଦୟ ବିଦାରକ ଘଟଣା ଘଟିଯାଇଛି। ଏଠାରେ ଭୂସ୍ଖଳନ ହେବା କାରଣରୁ ପ୍ରାୟ ୨୦ ଜଣ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଲୋକ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରୁ ଅଧିକାଂଶ ଦକ୍ଷିଣ ଅସାମର ବାରାକ ଉପତ୍ୟକା ଅଞ୍ଚଳର ତିନୋଟି ଭିନ୍ନ ଭିନ୍ନ ଜିଲ୍ଲାରୁ ଥିବା ଜଣାପଡିଛି।

landସୂଚନା ଅନୁଯାୟୀ ଗତ କିଛି ଦିନ ଧରି ଲଗାତର ବର୍ଷା ହେବା କାରଣରୁ ଦକ୍ଷିଣ ଆସାମରେ ଭୂସ୍ଖଳନ ହୋଇଛି। ଖବର ପାଇ ଘଟଣାସ୍ଥଳରେ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାରକାର୍ଯ୍ୟ ଜାରୀ ରହିଛି। ସେହିପରି ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଏବେବି ଆସାମ ବନ୍ୟା ପରିସ୍ଥିତି ସହ ସଂଘର୍ଷ କରୁଥିବାବେଳେ ସେଠାରେ ୩.୭୨ ଲକ୍ଷ ଲୋକ ପ୍ରଭାବିତ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.