ତୁର୍କୀରେ ଭୟଙ୍କର ଭୂମିକମ୍ପ: ଦୋହଲିଲା ସିରିୟା ଏବଂ ତୁର୍କୀ, ମୃତସଂଖ୍ୟା ୧୬୦୦ରୁ ଉର୍ଦ୍ଧ୍ୱ

ଆଜି ସକାଳୁ ତୁର୍କୀରେ ହୋଇଥିବା ଶକ୍ତିଶାଳୀ ଭୂମିକମ୍ପରେ ମୃତକଙ୍କ ସଂଖ୍ୟା ୧୬୦୦ ଟପିଛି । ସ୍ଥାନୀୟ ୪ଟା ୧୭ ମିନିଟରେ ୭.୮ ତୀବ୍ରତାର ଭୂମିକମ୍ପ ଆସିଥିଲା । ୪୪୦ରୁ ଅଧିକ ଆହତ ହୋଇଥିଲେ । ଆହତଙ୍କ ମଧ୍ୟରୁ ମୃତକଙ୍କ ସଂଖ୍ୟା ବଢି ବଢି ଚାଲିଛି । ତୁର୍କୀର ଅଡାନା ସହରରେ ୧୭ ମହଲା ବିଲିଡିଂ ଏବଂ ୧୪ ମହଲା ବିଲିଡିଂ ଭୁଶୁଡିପଡିଛି । ଘଟଣାସ୍ଥଳରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି । ତୁର୍କୀର ଗାଜିଆନଟେପ ନିକଟରେ ଏହି ଭୂମିକମ୍ପ ହୋଇଛି । ଫଳରେ ତୁର୍କୀ ସହିତ ସିରିଆରେ ମଧ୍ୟ ବିନାଶ ଘଟିଛି। ତୁର୍କୀରେ ଭୂମିକମ୍ପ କାରଣରୁ ୩୪ ଟି କୋଠା ଭୁଶୁଡି ପଡିଛି । ଏହି ଭୂମିକମ୍ପ ଦକ୍ଷିଣ ତୁର୍କୀର ଗାଜିଆନଟେପ୍‌ ସହରକୁ ଥରାଇ ଦେଇଥିଲା ଏବଂ ଅନେକ ଲୋକ ଅଟ୍ଟାଳିକା ତଳେ ପୋତି ହୋଇ ରହିଯାଇଛନ୍ତି ।

ଭମିକମ୍ପ ପ୍ରଭାବରେ ସାଇପ୍ରସ୍, ତୁର୍କୀ, ଗ୍ରୀସ୍, ଜୋର୍ଡାନ, ଲେବାନନ୍, ସିରିଆ, ଇରାକ ଏବଂ ଜର୍ଜିଆ ଥରି ଉଠିଛି। ସୋମବାର ପୂର୍ବାହ୍ନରେ ହୋଇଥିବା ଭୂକମ୍ପରେ ହୋଇଥିବା କ୍ଷୟକ୍ଷତି ଏବଂ କ୍ଷୟକ୍ଷତି ସମ୍ପର୍କରେ ବର୍ତ୍ତମାନ ସୂଚନା ଗ୍ରହଣ କରାଯାଉଛି। ରାଜଧାନୀ ଆନକାରା ସମତେ ଅନେକ ସହରରେ ଭୂକମ୍ପ ଅନୁଭୂତ ହୋଇଛି । ଏତେ ଜୋରରେ କମ୍ପନ ହୋଇଥିଲା ଯେ ବଡ଼ ବଡ଼ ବିଲଡିଂ ଓ ଆର୍ପାଟମେଣ୍ଟ ଭୁଶୁଡି ପଡିଛି । ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଚିତ୍ର ଦର୍ଶାଉଛି କେତେ ବିଧ୍ୱଂସକାରୀ ହୋଇଥିବ ଭୂମିକମ୍ପ । ବିଲ୍ଡିଂ ତଳେ ବହୁ ଲୋକ ଫସି ରହିଥିବା ସୂଚନା ମିଳିଛି । ଭୂକମ୍ପ ପରେ ଦେଶରେ ଜାରି ହୋଇଛି ହାଇଆଲର୍ଟ । ପ୍ରବଳ କ୍ଷୟକ୍ଷତି ଆଶଙ୍କା କରାଯାଉଛି।

ଗାଜିଆନଟେପ ସିରିୟା ସୀମାକୁ ଲାଗି ରହିଛି। ଆଜି ଏଠାରେ ଭୂମିକମ୍ପ ଅନୁଭୂତ ହୋଇଥିବା ବେଳେ ଲେବାନନ, ସିରିୟା ଓ ସାଇପ୍ରସରେ ମଧ୍ୟ ଭୂମିକମ୍ପ ଝଟକା ଅନୁଭୂତ ହୋଇଥିଲା।

ତୁର୍କୀ ସରକାରଙ୍କ ପକ୍ଷରୁ କ୍ଷୟକ୍ଷତିର ଆକଳନ କରାଯାଇନାହିଁ କି ମୃତାହତଙ୍କ ସଂପର୍କରେ କିଛି ସୂଚନା ଦିଆଯାଇନାହିଁ। ତେବେ ତୁର୍କୀର ଇଜାମିର ସହର ବେଶ ପ୍ରଭାବିତ ହୋଇଛି । ୧୭ଟି ବିଲିଡିଂ ଧ୍ୱଂସ ହୋଇଛି ।

୧୯୯୯ରେ ତୁର୍କୀର ଡସ୍ଜେ ବଡ଼ଧରଣର ଭୂମିକମ୍ପ ହୋଇଥିଲା। ଏହାର ତୀବ୍ରତା ୭.୪ ରହିଥିଲା। ଏଥିରେ ୧୭ ହଜାର ଲୋକଙ୍କ ମୃତ୍ୟୁ ଘଟିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.