ବାଂଲାଦେଶ ହିଂସା : ବର୍ଡର ଦେଇ ଭାରତ ଫେରିଲେ ୩୦୦ରୁ ଅଧିକ ଛାତ୍ର

ବାଂଲାଦେଶ ପରିସ୍ଥିତି ଦେଖି ଭାରତୀୟ ଛାତ୍ର ସ୍ୱଦେଶ ଫେରୁଛନ୍ତି । ଶୁକ୍ରବାର ଦିନ ୩୦୦ରୁ ଅଧିକ ଛାତ୍ର ପୂର୍ବୋତ୍ତରରେ ବର୍ଡର ପଏଣ୍ଟ ହୋଇ ପ୍ରତ୍ୟାବର୍ତ୍ତନ କରୁଛନ୍ତି । ବାଂଲାଦେଶରେ ସରକାରୀ ଚାକିରିକୁ ନେଇ ସଂରକ୍ଷଣ ମାମଲାରେ ଛାତ୍ର ଏବଂ ସୁରକ୍ଷାବଳ ସହ ସରକାରଙ୍କ ସମର୍ଥକଙ୍କ ମଧ୍ୟରେ ହିଂସା ହୋଇ ୧୦୫ ଲୋକରୁ ଅଧିକ ମୃତ୍ୟୁବରଣ କରିଛନ୍ତି । ସରକାର ସେଠିକାର ୟୁନିଭରସିଟିକୁ ବନ୍ଦ କରିବାକୁ ଆଦେଶ ଦେଇଛନ୍ତି ।

ଭାରତ ଫେରୁଥିବା ଅନେକ ଛାତ୍ର ସେଠାରେ ଏମବିବିଏସ ପଢୁଥିଲେ । ଏଥିରେ ଅଧିକାଂଶ ଛାତ୍ର ଉତ୍ତରପ୍ରଦେଶ, ହରିୟାଣା, ମେଘାଳୟ ଏବଂ ଜମ୍ମୁ କଶ୍ମୀରର ରହିଥିଲେ । ଶୁକ୍ରବାର ଦିନ ଛାତ୍ରମାନେ ପ୍ରମୁଖ ଦୁଇଟି ମାର୍ଗ ତ୍ରିପୁରାରେ ଅଗରତାଲା ପାଖରେ ଅଖୁରାହରେ ଇଣ୍ଟରନ୍ୟାସନାଲ ଲ୍ୟାଣ୍ଡ ପୋର୍ଟ ଏବଂ ମେଘାଳୟରେ ଦାବକି ଇଣ୍ଟରନ୍ୟାସନାଲ ଲ୍ୟାଣ୍ଡ ପୋର୍ଟ ନିକଟରେ ଥିଲେ । ସ୍ଥିତି ଉପରେ ନଜର ରଖିଥିଲେ ଏବଂ ଅସ୍ଥାୟୀ ଭାବେ ବାଂଲାଦେଶ ଛାଡିବା ନିଷ୍ପତ୍ତି ନେଇଥିଲେ । ଏଠାରେ ଗୁରୁବାର ଠାରୁ ଇଣ୍ଟରନେଟ ବନ୍ଦ କରିଦିଆଯାଇଥିଲା । ଟେଲିଫୋନ ସେବା ସଂପୂର୍ଣ୍ଣ ଭାବେ ପ୍ରଭାବିତ ହୋଇଥିଲା ।

ମେଘାଳୟ ଅଧିକାରୀ କହିଛନ୍ତି, ବିରୋଧ ପ୍ରଦର୍ଶନ କରିବା କାରଣରୁ ୨୦୦ରୁ ଅଧିକ ଭାରତୀୟ ସୀମା ପାର କରୁଥିଲେ । ଭୁଟାନ ଏବଂ ନେପାଳରେ କିଛି ଛାତ୍ର ଭାରତରେ ପ୍ରବେଶ କରିଛନ୍ତି । ୬୭ ମେଘାଳୟର ଏବଂ ୭ ଭୁଟାନର ରହିଥିଲେ । ଏଥିସହ ବାଂଲାଦେଶରେ ଫସିଥିବା ଅନ୍ୟ ଭାରତୀୟ ନାଗରିକ ତଥା ଛାତ୍ର ସ୍ୱଦେଶକୁ ଫେରିବାକୁ ଚାହିଁଲେ ସେମାନଙ୍କୁ ସବୁ ପ୍ରକାର ସାହାଯ୍ୟ ସହଯୋଗ ଯୋଗାଇ ଦିଆଯିବ ବୋଲି ଭାରତୀୟ ଦୂତାବାସ ପକ୍ଷରୁ କୁହାଯାଇଛି ।

ବାଂଲାଦେଶ ସରକାରୀ ଚାକିରିରେ ସଂରକ୍ଷଣକୁ ବିରୋଧ କରି ଜୁଲାଇ ୧ରୁ ଚାଲିଥିବା ବିକ୍ଷୋଭ ଉଗ୍ର ରୂପ ନେଇଛି । ବିକ୍ଷୋଭକାରୀ ଛାତ୍ରଛାତ୍ରୀ ଓ ପୋଲିସ ମଧ୍ୟରେ ମୁହାଁମୁହିଁ ହୋଇଛନ୍ତି । ଆଇନ୍ ବ୍ୟବସ୍ଥାର ଚିନ୍ତାଜନକ ସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ରାଷ୍ଟ୍ରବ୍ୟାପୀ କର୍ଫ୍ୟୁ ଲାଗୁ କରିବା ସହ ସେନା ମୁତୟନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ବାଂଲାଦେଶ ପ୍ରଧାନମନ୍ତ୍ରୀ ଶେଖ ହସିନା ।

ଅନେକ ସହରରେ ସଂରକ୍ଷଣ ବିରୋଧୀ ହାତରେ ଲାଠି ଓ ପଥର ନେଇ ବୁଲୁଛନ୍ତି । ଆନ୍ଦୋଳନକାରୀ ବସ ଓ ସରକାରୀ ଅଫିସରେ ନିଆଁ ଲଗାଉଛନ୍ତି । ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ଟିଭି ସମ୍ବୋଧନ ପରେ ଆନ୍ଦୋଳନକାରୀ ସରକାରୀ ଟେଲିଭିଜନ ଅଫିସ ଉପରେ ଆକ୍ରମଣ କରି ସେଥିରେ ନିଆଁ ଲଗାଇ ଦେଇଥିଲେ । ନିଆଁ ଲଗାଇବା ବେଳେ ଅଫିସରେ ୧୨ଶହ କର୍ମଚାରୀ ଥିଲେ । ହିଂସାଯୋଗୁ ଦେଶବ୍ୟାପୀ ଯୋଗାଯୋଗ ବାଧାପ୍ରାପ୍ତ ହୋଇଛି । ମୋବାଇଲ୍ ସେବା ବନ୍ଦ ରହିଛି । ଏନେକ ଅଫିସିଆଲ୍ ୱେବସାଇଟ୍ ଏପରିକି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏବଂ ପୋଲିସ ୱେବସାଇଟକୁ ଏକ ଗ୍ରୁପ ହ୍ୟାକ୍ କରିଛନ୍ତି ।  ଏଥିସହ ଯେକୌଣସି ପରିସ୍ଥିତିର ମୁକାବିଲା ନିମନ୍ତେ ଅଧିକରୁ ଅଧିକ ଯବାନଙ୍କୁ ବିଭିନ୍ନ ଅଞ୍ଚଳରେ ମୁତୟନ କରାଯାଉଛି ।

You might also like