ଦେଶ ବିଦେଶ

ସ୍ୱିଜରଲାଣ୍ଡ: ୨୦୨୦ରେ ଆନିମଲ୍‌ ଟେଷ୍ଟିଂ ଯୋଗୁ ଯାଇଛି ୫ ଲକ୍ଷରୁ ଅଧିକ ପଶୁଙ୍କ ଜୀବନ; ଜନମତ ଆଧାରରେ ପ୍ରତିବନ୍ଧକ ଲଗାଯିବା ଉପରେ ନିଆଯିବ ନିଷ୍ପତ୍ତି

ସ୍ୱିଜରଲାଣ୍ଡରେ ଔଷଧ ବ୍ୟବହାର ପୂର୍ବରୁ ପଶୁଙ୍କ ଉପରେ ପରୀକ୍ଷଣ କରାଯାଇଥାଏ। କିନ୍ତୁ ବର୍ତ୍ତମାନ ଏହି ପରୀକ୍ଷଣ ଉପରେ ଯଥାଶୀଘ୍ର ପ୍ରତିବନ୍ଧକ ଲଗାଇବାକୁ ଦାବି ଉଠିଛି। ସ୍ୱିଜରଲାଣ୍ଡରେ ଜନମତ ସଂଗ୍ରହ ଅର୍ଥାତ୍‌ ଭୋଟିଂ ଆଧାରରେ ଏହି ନିଷ୍ପତ୍ତି ନିଆଯିବ ଯେ ଏଠାରେ ପଶୁଙ୍କ ଉପରେ ହେଉଥିବା ପରୀକ୍ଷଣକୁ ବ୍ୟାନ୍‌ କରାଯିବ କି ନାହିଁ। ପ୍ରତିବନ୍ଧକ ସପକ୍ଷରେ ଅଧିକ ଭୋଟିଂ ହେଲେ ସ୍ୱିଜରଲାଣ୍ଡ ବିଶ୍ୱର ପ୍ରଥମ ଦେଶ ହେବ, ଯେଉଁଠି ପଶୁଙ୍କ ଉପରେ ହେଉଥିବା ପରୀକ୍ଷଣ ଉପରେ ରୋକ୍‌ ଲଗାଯିବ। ଏଥି ସହିତ ତମ୍ବାଖୁ ଏବଂ ସିଗାରେଟ୍ ବିଜ୍ଞାପନ ଉପରେ କଡ଼ା ନିୟନ୍ତ୍ରଣ କରାଯିବ କି ନାହିଁ, ସେ ନେଇ ମଧ୍ୟ ବିଚାର କରାଯିବ।

ସ୍ୱିଜରଲାଣ୍ଡରେ ଆନିମଲ୍‌ ଟେଷ୍ଟିଂ ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଲୋକମାନେ ଅଭିଯାନ ଚଳାଇଛନ୍ତି। ସେମାନେ ମୂଷାଙ୍କ ସହ ଅନ୍ୟ ପଶୁମାନଙ୍କ ଉପରେ ମଧ୍ୟ ସବୁ ପ୍ରକାର ପରୀକ୍ଷଣକୁ ସମାପ୍ତ କରିବାକୁ ଚାହୁଁଛନ୍ତି। ପ୍ରତ୍ୟକ୍ଷ ଗଣତନ୍ତ୍ର ସିଷ୍ଟମ୍‌ ଅଧୀନରେ ଭୋଟ୍ ଦେବା ପାଇଁ ପର୍ଯ୍ୟାପ୍ତ ଦସ୍ତଖତ ଏକତ୍ରିତ ହୋଇଛି। ପ୍ରତିବନ୍ଧକ ଲଗାଉଥିବା ଲୋକମାନଙ୍କୁ ଦେଶର ବଡ଼ ଫାର୍ମାସ୍ୟୁଟିକାଲ କ୍ଷେତ୍ରରୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡ଼ୁଛି। ଔଷଧ କମ୍ପାନୀମାନଙ୍କର କହିବା ହେଲା, ନୂଆ ଔଷଧଗୁଡ଼ିକୁ ବିକଶିତ କରିବା ପାଇଁ ଏହି ପ୍ରକାର ଅନୁସନ୍ଧାନର ଆବଶ୍ୟକ ପଡ଼ିଥାଏ। କିନ୍ତୁ ସେପଟେ ଆନିମଲ ଟେଷ୍ଟିଂକୁ ବନ୍ଦ କରିବାକୁ ଚାହୁଁଥିବା ସମର୍ଥକମାନେ ଅଭିଯୋଗ କରିଛନ୍ତି ଯେ ଏହି ପ୍ରକାର ଟେଷ୍ଟିଂର ପ୍ରଥା ନୈତିକ ଦୃଷ୍ଟିରୁ ଭୁଲ୍‌ ଏବଂ ଅନାବଶ୍ୟକ। ସରକାରୀ ତଥ୍ୟରୁ ଜଣାପଡ଼ିଛି କି, ୨୦୨୦ରେ ସ୍ୱିସ୍ ଲାବୋରେଟୋରୀରେ ୫୦୦,୦୦୦ରୁ ଅଧିକ ପଶୁଙ୍କ ଜୀବନ ଏହି ଟେଷ୍ଟିଂ ଯୋଗୁ ଯାଇଛି।

ସଦ୍ୟତମ ସର୍ଭେରୁ ଜଣାପଡିଛି, ୬୮ ପ୍ରତିଶତ ଲୋକ ପ୍ରସ୍ତାବିତ ପ୍ରତିବନ୍ଧକକୁ ବିରୋଧ କରିଛନ୍ତି ଏବଂ ପରାମର୍ଶ ଦେଇଛନ୍ତି କି, ଏହା ସ୍ୱୀକୃତି ପାଇବାର ସମ୍ଭାବନା ନାହିଁ। ତମ୍ବାଖୁ ବିଜ୍ଞାପନକୁ ଆହୁରି ରୋକ୍‌ ଲଗାଇବାର ପ୍ରସ୍ତାବ ପାରିତ ହେବାର ସମ୍ଭାବନା ଅଛି। ୬୩ ପ୍ରତିଶତ ଲୋକ ଏହା ସପକ୍ଷରେ ମତଦାନ କରିଛନ୍ତି। ଭୋଟରଙ୍କ ପ୍ରତିକ୍ରିୟା ସରକାରଙ୍କ ପାଇଁ ବାଧ୍ୟତାମୂଳକ ହେବ। ପ୍ରସ୍ତାବଗୁଡ଼ିକୁ କିପରି ଲାଗୁ କରାଯିବ, ଏହା ତାହାକୁ ସ୍ଥିର କରିବ। ଗୋଟିଏ ପଟେ ଔଷଧ କମ୍ପାନୀଗୁଡିକ ଆନିମଲ ଟେଷ୍ଟିଂକୁ ଅନୁସନ୍ଧାନ ପାଇଁ ଦରକାର ବୋଲି କହୁଥିବା ବେଳେ ସେପଟେ ଏହାକୁ ବନ୍ଦ କରିବାକୁ ଦାବି କରୁଥିବା ଲୋକେ ଏହାକୁ ଅନୈତିକ ବୋଲି କହିଛନ୍ତି।

Roshni

Recent Posts

ଏମିତି ଜଣେ କାରିଗର ଯାହାଙ୍କ ହାତର ସ୍ପର୍ଶରେ ମାଟିର ମୂର୍ତ୍ତି ପାଉଛି ଜୀବନ୍ତ ରୂପ

ଆନନ୍ଦପୁର(କେନ୍ୟୁଜ୍): ମୂର୍ତ୍ତି ତିଆରିରେ ଲାଗିଛନ୍ତି କାରିଗର । ନିଜର ହାତର ସ୍ପର୍ଶରେ ମାଟିର ମୂର୍ତ୍ତିକୁ ଦେଉଛନ୍ତି ଜୀବନ୍ତ ରୂପ ।…

44 seconds ago

କଣ ଭଲ ଫିଚର୍ସ ଜବରଦସ୍ତ ଲୁକ୍‌ ଥିବା ଫୋନ୍‌ କିଣିବାକୁ ଚାହୁଁଛନ୍ତି କି, ତାହେଲେ ଆସୁଛି OnePlus Ace 3 Pro

ଆସୁଛି ଓ୍ଵାନ୍‌ ପ୍ଲସର ଧମାକେଦାର ଫୋନ୍‌ । ଯଦି ଆପଣ ଓ୍ଵାନପ୍ଲସ୍‌ ଲଭର୍‌ ତାହେଲେ ଆପଣଙ୍କ ପାଇଁ ଖୁସି ଖବର…

8 mins ago

ଖୁବଶୀଘ୍ର ମାର୍କେଟକୁ ଆସିବ ମହିନ୍ଦ୍ରାର ଏହି ନୂଆ ଇଳେକ୍ଟ୍ରିକ୍‌ କାର, ମିଳିବ ବଢ଼ିଆ ଫିଚର

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରା ଭାରତୀୟ ବଜାରରେ ଏକ ନୂଆ ଇଲେକ୍ଟ୍ରିକ୍‌ କାର ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି । ଏହି…

9 mins ago

ପୁଣି ଜଳିଲା ସାରା ଓଡ଼ିଶା, ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ ଉତ୍ତପ୍ତ ସହର

ଭୁବନେଶ୍ୱର (କେନ୍ୟୁଜ): ପୁଣି ଜଳିଲା ସାରା ଓଡ଼ିଶା ।  ଦିନ ୧୧ଟା ସୁଦ୍ଧା ୪୨.୮ ଡିଗ୍ରୀ ସହ ଝାରସୁଗୁଡ଼ା ସବୁଠୁ…

23 mins ago

ଦଙ୍ଗଲ ଅଭିନେତ୍ରୀ ଜାୟରା ଓ୍ଵାସିମଙ୍କ ପିତାଙ୍କ ନିଧନ, ଫ୍ୟାନ୍ସଙ୍କୁ ଏମିତି ଅପିଲ କଲେ ଜାୟରା

ଆମିର ଖାନଙ୍କ ଫିଲ୍ମ ‘ଦଙ୍ଗଲ’ରେ ଗୀତ ଫୋଗାଟଙ୍କ ପିଲାବେଳେର ଭୂମିକାରେ ନଜର ଆସିଥିବା ଜାୟରା ଓ୍ଵାସିମଙ୍କ ପିତାଙ୍କ ପରଲୋକ ।…

55 mins ago

ସିଏମଓରେ କାର୍ଯ୍ୟରତ ଆଇପିଏସଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ: କାର୍ତ୍ତିକ ପାଣ୍ଡିଆନ

ଭୁବନେଶ୍ୱର (କେନ୍ୟୁଜ): ସିଏମଓରେ କାର୍ଯ୍ୟରତ ଅଫିସରଙ୍କ ବିରୋଧରେ ନିର୍ବାଚନ କମିଶନଙ୍କ କାର୍ଯ୍ୟାନୁଷ୍ଠାନ ଦୁର୍ଭାଗ୍ୟଜନକ । ଓଡ଼ିଶାରେ ଯଦି ନକ୍ସଲବାଦ କମିଛି…

56 mins ago