ପୁଣି ଆତଙ୍କୀ ଆକ୍ରମଣରେ ଥରିଲା ପାକିସ୍ତାନ । ବଲୁଚିସ୍ତାନରେ ୭୦ରୁ ଅଧିକ ଜଣଙ୍କ ମୃତ୍ୟୁ । ପୋଲିସ ଓ ଅର୍ଦ୍ଧସାମରିକ ବାହିନୀ ଷ୍ଟେସନ, ରେଲୱେ ଲାଇନ, ବସ, ଟ୍ରକକୁ ଟାର୍ଗେଟ କଲେ ଆତଙ୍କବାଦୀ । ବିଛିନ୍ନତାବାଦୀ ଗୋଷ୍ଠୀ ବଲୁଚିସ୍ତାନ ଲିବରେସନ ଆର୍ମିର ଏହି ବର୍ବର ହତ୍ୟାକାଣ୍ଡ କରିଛି । ବସରୁ ଯାତ୍ରୀମାନଙ୍କୁ ଓହ୍ଲାଇ ଗୁଳି କରି ହତ୍ୟା କରିଛନ୍ତି ।
ବଲୁଚିସ୍ତାନର ମୁସାଖେଲ ଜିଲ୍ଲାରେ ହାଇୱେକୁ ବନ୍ଧୁକଧାରୀମାନେ ଅବରୋଧ କରିଥିଲେ । ବନ୍ଧୁକଧାରୀମାନେ ଗାଡ଼ିକୁ ଅଟକାଇ ଆତଙ୍କ ଖେଳାଇଥିଲେ । ସେମାନେ ୧୦ଟି ଗାଡ଼ିରେ ମଧ୍ୟ ନିଆଁ ଲଗାଇଦେଇଥିବା ଜଣାପଡ଼ିଛି । ଏ ଘଟଣାରେ ୨୩ ଜଣଙ୍କ ମୃତ୍ୟୁ ହୋଇଥିଲା । ପଞ୍ଜାବରୁ ଆସୁଥିବା ଯାନ ବାହାନକୁ ଯାଞ୍ଚ କରି ପଞ୍ଜାବ ଲୋକଙ୍କ ପରିଚୟ ପାଇବା ପରେ ତାଙ୍କୁ ଗୁଳି କରି ହତ୍ୟା କରିଥିଲେ ।
ବଲୁଚିସ୍ତାନର କଲାତ ଜିଲ୍ଲାରେ ଆତଙ୍କବାଦୀମାନେ ୪ ଜଣ ପୋଲିସ କର୍ମୀଙ୍କ ସହିତ ୯ ଜଣଙ୍କୁ ହତ୍ୟା କରିଛନ୍ତି । ଏହାସହିତ ବୋଲାନରେ ରେଳ ଧାରଣାକୁ ଉଡାଇ ଦେଇଛନ୍ତି । ମାସ୍ତୁଙ୍ଗରେ ପୋଲିସ ଷ୍ଟେସନ ଉପରେ ଆକ୍ରମଣ କରିଛନ୍ତି ।
ସେହିପରି କ୍ବେଟା-କରାଚି ଜାତୀୟ ରାଜପଥରେ ଆତଙ୍କୀଙ୍କ ଆକ୍ରମଣରେ ୩୫ ଜଣଙ୍କ ଜୀବନ ଯାଇଛି । ବୋଲାନରେ ରେଲୱେ ଲାଇନ ଏବଂ କଲାଟ, ମସ୍ତାଙ୍ଗ, ପସାନି ଓ ସୁନଷ୍ଟାରରେ ପୋଲିସ ଷ୍ଟେସନ ଓ ଅର୍ଦ୍ଧସାମରିକ ବାହୀନର ଷ୍ଟେସନଗୁଡିକ ଉପରେ ଆକ୍ରମଣ ହୋଇଛି । ଏଥିରେ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ବଲୁଚିସ୍ତାନ ମୁଖ୍ୟମନ୍ତ୍ରୀ ସର୍ଫରାଜ ବୁଗତ ଘଟଣାକୁ ଦୃଢ଼ ନିନ୍ଦା କରିଛନ୍ତି ।
ଏହି ଘଟଣାରେ ବଲୁଚିସ୍ତାନର ମୁଖ୍ୟମନ୍ତ୍ରୀ ବୟାନ ଜାରି କରିଛନ୍ତି, ସେ ଆତଙ୍କୀ ଘଟଣାର କଡ଼ା ନିନ୍ଦା କରିଛନ୍ତି । ଆତଙ୍କୀଙ୍କ ହତ୍ୟା କରିଥିବା ଲୋକଙ୍କ ପରିବାର ପ୍ରତି ସମବେଦନା ଜଣାଇଛନ୍ତି । ଆଉ ଆତଙ୍କବାଦୀକୁ ଛଡାଯିବନି । ବଲୁଚିସ୍ତାନ ସରକାର ଦୋଷୀଙ୍କୁ କଠୋର ଦଣ୍ଡ ଦେବେ ବୋଲି ମଧ୍ୟ ସେ କହିଛନ୍ତି ।