ବିଶ୍ୱର ଶକ୍ତିଶାଳୀ ଦେଶ ତାଲିକା, ଭାରତର ନମ୍ବର କେତେ ?

ଋଷିଆ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଯୁଦ୍ଧ ସମଗ୍ର ବିଶ୍ୱକୁ ସତର୍କ କରାଇ ଦେଇଚି । ଏମିତି ଲାଗୁଛି ଯେପରି ତୃତୀୟ ବିଶ୍ୱଯୁଦ୍ଧର ପଥରେ ଏବେ ପୂରା ବିଶ୍ୱ । ଏଭଳି ପରିସ୍ଥିତି ୟୁକ୍ରେନରେ ରହିଛି କି ୟୁକ୍ରେନର ଅଧାରୁ ଅଧିକ ଯୁବଗୋଷ୍ଠୀ ଏବେ ସେନା ସହ କାନ୍ଧ ମିଳାଇ ଯୁଦ୍ଧକୁ ସାମନା କରୁଛନ୍ତି । ଚାରିଆଡେ ଯୁଦ୍ଧର ବିଭୀଷିକା ତାଣ୍ଡବ କରୁଛି । ରକ୍ତପାତ ସହ ଚାଲିଛି ଦୁଇଦେଶ ମଧ୍ୟରେ ଘମାଘୋଟ ଲଢେଇ । ଏଭଳି ପରିସ୍ଥିତିରେ ଅନେକ ଦେଶ ୟୁକ୍ରେନ ସହ ରହିଥିବା ବେଳେ କିଛି ଋଷିଆ ସହ ଓ ଆଉ କିଛି ଦେଶ ସମ୍ପୂର୍ଣ୍ଣ ବାବରେ ସ୍ଥିର ରହିଛନ୍ତି ।

ଏଭଳି ପରିସ୍ଥିତିରେ ଜାଣିବା କି ଯଦି ବିଶ୍ୱଯୁଦ୍ଧ ହେଉଛି ତେବେ କେଉଁଦେଶ ପ୍ରତିରକ୍ଷା କ୍ଷେତ୍ରରେ ଆଗରେ ଏବଂ ବିଶେଷକରି ଭାରତର ସ୍ଥାନ କୋଉଠି । ଗ୍ଲୋବାଲ ଫାୟାର ପାୱାର ଏକ ତାଲିକା ପ୍ରକାଶ କରିଛି । ଏହି ତାଲିକା ପ୍ରସ୍ତୁତ କରିବାକୁ ଗ୍ଲୋବାଲ ଫାୟାର ପାୱାର ପ୍ରାୟ ୫୦ଟି ତଥ୍ୟ ଆଧାରରେ ବିଶ୍ୱ ସାମରିକ ଶକ୍ତିର ଏକ ତୁଳନାତ୍ମକ ଅଧ୍ୟୟନ କରିଛି । ଯେଉଁଥିରୁ ଜଣାପଡିବ କି କେଉଁ କେଉଁ ଦେଶ ଆଗରେ ।

ଏହି ତାଲିକାରେ ଆମେରୀକା ପ୍ରଥମ ସ୍ଥାନରେ ରହିଛି । ଯହା ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ ଅଟେ । ଏହାର ସୈଲିକଙ୍କ ଦକ୍ଷତାକୁ ନେଇ ଆମେରୀକା ୦.୦୪୫୩ପଏଣ୍ଟ ପାଇଛି । ଆମେରୀକାର ୧.୪ମିଲିୟନରୁ ଅଧିକ ସକ୍ରିୟ ସୈନିକ ଅଛନ୍ତି । ଏହା ସହ ୨୦୨୦ରେ ଆମେରୀକା ତାର ସୁରକ୍ଷା ବଜେଟରେ ସାତଶହ ବିଲିୟନ ଡଲାର ଖର୍ଚ୍ଚ କରିଛି ।

ଦ୍ୱିତୀୟରେ ରହିଛି ଋଷ । ଯ।ହା ବହୁତ ହି ଶକ୍ତିଶାଳୀ ଅଟେ । ଋଷିଆର ଶକ୍ତି ସୂଚକାଙ୍କ ହେଉଛି ୦.୦୫୦୧। ଋଷିଆର ପ୍ରତିରକ୍ଷା ବଜେଟ ହେଉଛି ୪୬ବିଲିୟନ ଡଲାର । ଋଷିଆର ସକ୍ରିୟସୈନିକ ହେଉଛନ୍ତି ୮ଲକ୍ଷ ପଟାଶ ହଜାର । ଏହା ବ୍ୟତୀତ ୭୭୨ଯୁଦ୍ଧ ବିମାନ ସହ ୪୦୦୦ରୁ ଉର୍ଧ୍ଧ ବିମାନ ରହିଛି ।

ତାଲିକାର ତୃତୀୟରେ ରହିଛି ଚୀନ । ଯାହା ୦.୦୫୧୧ସୂଚକାଙ୍କ ସହ ତୃତୀୟ ସ୍ଥାନରେ ରହିଛି । ଚୀନର ପ୍ରତିରକ୍ଷା ବଜେଟ ପ୍ରାୟ ୨୦୯ବିଲିୟନ ଡଲାର । ଚାଇନାରେ ୨ମିଲିୟନରୁ ଅଧିକ ସୈନିକ ରହିଛନ୍ତି । ଚାଇନା ହେଉଛି ବିଶ୍ୱର ଏକମାତ୍ର ଦେଶ ଯେଉଁଠାରେ ସୈନିକଙ୍କଠୁ ଅଧିକ କାମ ନିଆଯାଏ ।

ଶୁଣି ଆଶ୍ଚର୍ଯ୍ୟ ହେବେ ଭାରତ ରହିଛି ଚତୁର୍ଥ ସ୍ଥାନରେ । ସୂଚକାଙ୍କ ରହିଛି ୦.୦୯୭୯ । ଏତିରେ ୧୪ଲକ୍ଷରୁ ଅଧିକ ସୈନ୍ୟ ରହିବା ସହ ୩ଟି ବିଭାଗ ସୈନିକ ଅନ୍ତର୍ଭୁକ୍ତ । ଯଦିଓ ଚୀନ ଭାରତ ତୁଳନାରେ ଅଧିକ ଶକ୍ତି ସୂଚକାଙ୍କ ପାଇପାରେ କିନ୍ତୁ ଏମିତି କେତେ ପଏଣ୍ଟ ରହିଛି ଯ।ହା ଭରତ ଚୀନକୁ ପଛରେ ଛାଡିଦେବ । ସବୁଠୁ ବଡକଥା ହେଲା ଭାରତରେ ବିଶ୍ୱର ଦ୍ୱିତୀୟ ବୃହତ୍ତମ ସାମରିକ ଶକ୍ତି ରହିଛି । ଭାରତର ବର୍ତ୍ତମାନର ପ୍ରତିରକ୍ଷା ବଜେଟ ପ୍ରାୟ ୫.୨୫ଲକ୍ଷକୋଟି ଅଟେ ।

ଏହି ତାଲିକାରେ ଜାପାନ ଶକ୍ତି ସୂଚକାଙ୍କ ୦.୧୧୯୫ ସହ ପଞ୍ଚମ ସ୍ଥାନରେ ରହିଛି । ଜାପାନ ସେନାରେ ୨ଲକ୍ଷରୁ ଅଧିକ ସୈନିକ ରହିଛନ୍ତି । କିନ୍ତୁ ଯୁଦ୍ଧବିନାଶର କାରଣ ବୋଲି ବିବେଚନା କରେ ଜାପାନ । ପରମାଣୁ ଆକ୍ରମଣ ପରେ ଜାପାନର ସମ୍ବିଧାନ ଅନୁଯାୟୀବିଶ୍ୱସ୍ତରୀୟ ସମାଧାନ ପାଇଁ ଏକମାତ୍ର ବିକଳ୍ପ ହେଉଛି ଶାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.