ମା’ ଚାହିଁଲେ ସନ୍ତାନକୁ ଦେଇପାରିବେ ଦ୍ୱିତୀୟ ସ୍ୱାମୀଙ୍କ ସାଙ୍ଗିଆ: ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ଯେଉଁଥିରେ ସୁପ୍ରିମକୋର୍ଟ କହିଛନ୍ତି ଯେ ଯଦି କୌଣସି ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହେଉଛି ଏବଂ ସେ ଦ୍ୱିତୀୟ ବିବାହ କରୁଛନ୍ତି ତେବେ ସେ ତାଙ୍କ ପ୍ରଥମ ସ୍ୱାମୀଙ୍କ ଠାରୁ ହୋଇଥିବା ସନ୍ତାନକୁ ନିଜ ଦ୍ୱିତୀୟ ସ୍ୱାମୀଙ୍କ ନାମ ଦେଇପାରିବେ । ପିତାଙ୍କ ମୃତ୍ୟୁ ପରେ ମାର ପୂରା ହକ ରହିଛି କି ସେ ନିଜ ସନ୍ତାନର ସାଙ୍ଗିଆ ବଦଳାଇପାରିବେ । ତେଣୁ ଏଭଳି ସ୍ଥିତିରେ ସରନେମ ପରିବର୍ତ୍ତନର ପୂରା ଅଧିକାର ମଧ୍ୟ ରହିଥିବା କୋର୍ଟ କହିଛନ୍ତି । ଆନ୍ଧ୍ରପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶକୁ ରଦ୍ଦ କରି ସର୍ବୋଚ୍ଚ ନ୍ୟାୟାଳୟ ଏପରି ନିଷ୍ପତ୍ତି ଶୁଣାଇଛନ୍ତି ।

ଜଣେ ମା’କୁ ନିଜ ପିଲାର ସାଙ୍ଗିଆ ବଦଳାଇବାଏବଂ ତାଙ୍କ ଦ୍ୱିତୀୟ ସ୍ୱାମୀଙ୍କ ନାମକୁ କେବଳ ‘ସାବତ ପିତା’ ଭାବରେ ଦର୍ଶାଇବାକୁ ନିର୍ଦ୍ଦେଶ ଦେଇଥିଲେ ଆନ୍ଧ୍ରପ୍ରଦେଶ ହାଇକୋର୍ଟ । ଏପରି ନିର୍ଦ୍ଦେଶ ଦେବା ନିଷ୍ଠୁର ଏବଂ ଅଜ୍ଞତାକୁ ଚିତ୍ରିତ କରୁଛି ବୋଲି କୋର୍ଟ କହିଛନ୍ତି । ଏଥିରେ ଶିଶୁର ମାନସିକ ସ୍ୱାସ୍ଥ୍ୟ ଏବଂ ଆତ୍ମବିଶ୍ୱାସ ପ୍ରଭାବିତ ହେବାର ଅନେକ ସମ୍ଭାବନା ରହିଛି ।

ଗତକାଲି ଏଠାରେ ଜଣେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଯାଇଥିଲା । ସେତେବେଳେ ତାଙ୍କ ସନ୍ତାନ କେବଳ ଅଢ଼େଇ ମାସର ଥିଲା । ପରେ ସେହି ମହିଳା ଏୟାରଫୋର୍ସର ଜଣେ ଅଧିକାରୀଙ୍କ ସହ ବିବାହ କରିଥିଲେ । ୨ୟ ବିବାହ କରିଥିବା ସ୍ୱାମୀଙ୍କ ସାଙ୍ଗିଆକୁ ପିଲାଙ୍କ ସାଙ୍ଗିଆଭାବେ ବ୍ୟବହାର କରିଥିଲେ । ଏହାକୁ ନେଇ ଲଲିତାଙ୍କ ପ୍ରଥମ ସ୍ୱାମୀର ଘର ଲୋକମାନେ ବିରୋଧ କରିଥିଲେ ।

ଏନେଇ ଲଲିତା ଆନ୍ଧପ୍ରଦେଶ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ଆବେଦନ ଉପରେ ଶୁଣାଣୀ କରି ଆନ୍ଧ୍ରକୋର୍ଟ କହିଥିଲେ ମହିଳା ଯଦି ୨ୟ ସ୍ୱାମୀଙ୍କ ସମସ୍ତ ରେକର୍ଡରେ ପ୍ରଥମ ପିଲାକୁ ସଉତୁଣୀ ପିଲାଭାବେ ଦର୍ଶାଯିବ । ଏପରି ସ୍ଥିତିରେ ପିଲାକୁ ଅନାବଶ୍ୟକ ପ୍ରଶ୍ନର ସାମ୍ନା କରିବାକୁ ପଡିବ । ମାନସିକ ଭାବରେ ଆଘାତ ପାଇବା ସହ ବାପାମା’ଙ୍କ ସହ ତା’ର ସମ୍ପର୍କରେ ମଧ୍ୟ ବାଧା ଉପୁଜିବ । ପିଲାଟିକୁ ସାଧାରଣ ଜୀବନ ଜିଇଁବା କଷ୍ଟକର ହୋଇପଡ଼ିବ । ତେଣୁ ପିଲାର ଉପନାମ ସ୍ଥିର କରିବାର ଅଧିକାର ମା’ ପାଖରେ ରହିଛି ।

 

Leave A Reply

Your email address will not be published.