ମା ଭାରତୀୟ ବାପା ପାକିସ୍ତାନୀ, ନାବାଳିକା ପିଲା ରହିବେ କେଉଁଠି ?

ପାହଲଗାମ ଆତଙ୍କୀ ଆକ୍ରମଣ ପରେ ବଳି ପଡିଛି ସମ୍ପର୍କ । କାହାକୁ ସ୍ୱାମୀକୁ ଛାଡିବାକୁ ପଡୁଛି ତା ଆଉ କାହାକୁ ବାପା, ମା । ଅନେକ ଲୋକ ଅନେକ ସମ୍ପର୍କକୁ ହରାଇବାକୁ ନେଇ ବର୍ତ୍ତମାନ ଚିନ୍ତାରେ ପଡିଛନ୍ତି । ଭାରତ ସରକାରଙ୍କ ପକ୍ଷରୁ ପାକିସ୍ତାନୀଙ୍କୁ ଦେଶ ଛାଡିବା ପାଇଁ ଆଜି ଅର୍ଥାତ ୨୭ ଏପ୍ରିଲ ପର୍ଯ୍ୟନ୍ତ ସମୟ ଧାର୍ଯ୍ୟ କରାଯାଇଥିଲା । ସରକାରଙ୍କ ନିର୍ଦ୍ଦେଶାନୁସାରେ ଝାଡ଼ଖଣ୍ଡ ମଧ୍ୟ କାର୍ଯ୍ୟାନୁଷ୍ଠାନ ଜାରି କରିଛି । ରାଞ୍ଚିରେ ୪ ଜଣ ଏବଂ ଜାମସେଦପୁରରେ ୩ ଜଣ ପାକିସ୍ତାନୀ ନାଗରିକଙ୍କୁ ଚିହ୍ନଟ କରାଯାଇଛି । ପୋଲିସ ସେମାନଙ୍କୁ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ସମ୍ପର୍କରେ ଜଣାଇଛି ।

ସୂଚନାନୁଯାୟୀ, ରାଞ୍ଚିର ଡୋରାଣ୍ଡା ଅଞ୍ଚଳର ମାନିଟୋଲାର ଟିକୋନିଆ କଲୋନିର ତିନି ଝିଅ ପାକିସ୍ତାନର ପୁଅଙ୍କ ସହ ୨୦୧୨ ରେ ବିବାହ କରିଥିଲେ  । କିନ୍ତୁ ସେମାନେ ସେଠାକାର ନାଗରିକ ନଥିଲେ । ଭିସାର ଅବଧି ଶେଷ ହେବ ପରେ ତିନି ଭଉଣୀ ଭାରତକୁ ଫେରିଆସିଥିଲେ । କିନ୍ତୁ ତାଙ୍କର ତିନିଟି ପିଲାଙ୍କ ବୟସ ୨ ରୁ ୧୦ ମଧ୍ୟରେ ରହିଛି । ପିଲାଙ୍କର ମା’ ଭାରତୀୟ ହୋଇଥିବାବେଳେ ବାପା ପାକିସ୍ତାନୀ ନାଗରିକ । ଏହି ପରିସ୍ଥିତି ପରିବାର ପାଇଁ ଅସୁବିଧା ସୃଷ୍ଟି କରିଛି, କାରଣ ଭାରତୀୟ ମା’ମାନେ ପିଲାମାନଙ୍କୁ ପାକିସ୍ତାନ ପଠାଇପାରିବେ ନାହିଁ ଏବଂ ପାକିସ୍ତାନୀ ବାପାମାନେ ଭାରତରେ ପ୍ରବେଶ କରିବା ଅସମ୍ଭବ ରହିଛି  । ଯାହା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ରହିଛି ।

ଅନ୍ୟପଟେ ଝାଡ଼ଖଣ୍ଡ ଡିଜିପି କହିଛନ୍ତି ଯେ, କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶାବଳୀ ମାନିବା ବାଧ୍ୟତାମୂଳକ  । ପୋଲିସ ସେମାନଙ୍କ ପରିବାରକୁ ଆନୁଷ୍ଠାନିକ ସୂଚନା ଦେଇଛି । ତେଣୁ ଏବେ ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ ସେମାନଙ୍କୁ ଭାରତ ଛାଡିବାକୁ ପଡିବ । ଏହା ବ୍ୟତୀତ କୌଣସି ବିକଳ୍ପ ନାହିଁ  । ପିଲାମାନଙ୍କୁ ଭାରତ ଛାଡିବାକୁ ହେବ  । ଭାରତ ସରକାର ସମସ୍ତ ପାକିସ୍ତାନୀ ଭିସା ଧାରକଙ୍କୁ ଦେଶ ଛାଡିବାକୁ ନିର୍ଦ୍ଦେଶ ଦେଇଛନ୍ତି । ମେଡିକାଲ ଭିସା ଧାରକଙ୍କୁ ୨୯ ଏପ୍ରିଲ ପର୍ଯ୍ୟନ୍ତ ସମୟ ଦିଆଯାଇଛି, ଯେତେବେଳେ ଅନ୍ୟ ଭିସା ଧାରକଙ୍କୁ ଆଜି ୨୭ ଏପ୍ରିଲ ସୁଦ୍ଧା ଭାରତ ଛାଡିବାକୁ ପଡିବ । ଏହି ନିଷ୍ପତ୍ତି ସାରା ଦେଶରେ ରହୁଥିବା ପାକିସ୍ତାନୀ ନାଗରିକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ।

Also Read : ମୋ ସ୍ୱାମୀଙ୍କୁ ସହିଦ ଘୋଷଣା କଲେ ମୁଁ ଏବଂ ମୋ ପରିବାର ଖୁସି ହେବୁ