ମା’ ନା ରାକ୍ଷସୀ, ପ୍ରେମିକ ସହଯୋଗରେ ନିଜର ଛୋଟ ପୁଅ-ଝିଅକୁ ମାରିଦେଲା ମା’

ଯେଉଁଠି ଜଣେ ମା’ ତା’ର ଶିଶୁ ପାଇଁ ସୁରକ୍ଷର କବଚ ସାଜିବା ବଦଳରେ ରାକ୍ଷସୀ ପାଲଟିଯାଏ ସେଠି ବିଶ୍ୱାସ କରିବେ କାହାକୁ । ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶ ମେରୁଟରେ । ଏଠାରେ ଜଣେ ମା’ ତା’ର ସାନ ପୁଅ-ଝିଅଙ୍କୁ ତା’ର ପ୍ରେମିକ ସହାୟତାରେ ମାରି ଦେଇଥିବା ଅଭିଯୋଗ ହୋଇଛି ।

ମିରଟ : ଯେଉଁଠି ଜଣେ ମା’ ତା’ର ଶିଶୁ ପାଇଁ ସୁରକ୍ଷର କବଚ ସାଜିବା ବଦଳରେ ରାକ୍ଷସୀ ପାଲଟିଯାଏ ସେଠି ବିଶ୍ୱାସ କରିବେ କାହାକୁ । ଏମିତି ଏକ ଅଭାବନୀୟ ଘଟଣା ଘଟିଯାଇଛି ଉତ୍ତର ପ୍ରଦେଶ ମେରୁଟରେ । ଏଠାରେ ଜଣେ ମା’ ତା’ର ସାନ ପୁଅ-ଝିଅଙ୍କୁ ତା’ର ପ୍ରେମିକ ସହାୟତାରେ ମାରି ଦେଇଥିବା ଅଭିଯୋଗ ହୋଇଛି ।

ଏହି ଅଘଟଣଟି ମାର୍ଚ୍ଚ ୨୨ ତାରିଖରେ ଘଟିଥିଲା । ପିଲାଙ୍କୁ ମାରିବା ପରେ ତାଙ୍କର ମୃତ ଶରୀରକୁ କେନାଲକୁ ଫିଙ୍ଗି ଦେଇଥିଲା ତା’ର ପ୍ରେମିକ । ମୃତକଙ୍କ ମଧ୍ୟରେ ଜଣେ ୧୦ ବର୍ଷର ପୁଅ ଓ ଜଣେ ୬ ବର୍ଷର ଝିଅ ଥିବା ଜଣାଯାଇଛି । ପ୍ରେମିକ ଜଣକ ସ୍ଥାନୀୟ ଅଂଚଳର ଜଣେ କାଉନସିଲର ବୋଲି ଜଣାଯାଇଛି ।

ଏହି ଘଟଣାରେ ମହିଳାଙ୍କ କିଛି ପଡୋଶୀ ମଧ୍ୟ ସମ୍ପୃକ୍ତ ଥିବା ପୋଲିସ କହିଛି । ଏହି ମାମଲାରେ ପୋଲିସ ୬ ଜଣଙ୍କୁ ଗିରଫ କରିଛି । ପିଲାମାନେ ନିଖୋଜ ହେବା ପରେ ଥାନାରେ ଏକ ନିଖୋଜ ଅଭିଯୋଗ ଦାଖଲ କରାଯାଇଥିଲା । ପୋଲିସ ତଦନ୍ତ କରି ଏହା ଜାଣିବାକୁ ପାଇଛି । ହେଲେ ଏଯାଏ ଦୁଇ ପିଲାଙ୍କର ମୃତ ଦେହ ଜବତ ହୋଇପାରି ନାହିଁ ।

Leave A Reply

Your email address will not be published.