ଚଳନ୍ତା କାର୍‌ରେ ମହିଳାଙ୍କୁ ଦୁର୍ବ୍ୟବହାର, ୧୦ ମାସର ପିଲାକୁ ଫିଙ୍ଗି ମାରି ଦେଲେ

ମୁମ୍ବାଇ : ଦିନକୁ ଦିନ ମଣିଷ ଯେମିତି ପଶୁ ଆଉ ରାକ୍ଷସ ପାଲଟି ଯାଉଛି । ଶନିବାର ସକାଳେ ଘଟିଛି ଏମିତି ଏକ ଘଟଣା ଯାହା ବିଷୟରେ ଜାଣିଲେ ମୁଁ କାହିଁକି ମଣିଷ ହେଲି ବୋଲି ଆପଣ ନିଜକୁ ମଧ୍ୟ ଧିକ୍କାର କରିବେ । ମହାରାଷ୍ଟ୍ରର ପାଲଘର ଜିଲ୍ଲା ମୁମ୍ବାଇ-ଅହମଦାବାଦ ହାଇେଓ୍ଵ ଅଞ୍ଚଳରେ ଏହି ଘଟଣା ଘଟିଛି ।
ସୂଚନା ଅନୁସାରେ ଏକ ଚଳନ୍ତା କାର୍‌ ଭିତରେ ଜଣେ ମହିଳାଙ୍କ ସହ ଦୁର୍ବ୍ୟବହାର ହେଉଥିଲା । ମହିଳାଜଣକ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କର ଦଶ ମାସର ପିଲାଟିକୁ ଗାଡ଼ି ବାହାରକୁ ଫିଙ୍ଗିଲେ ଦେଲେ । ଆଉ ପିଲାଟିର ମୃତ୍ୟୁ ହୋଇଗଲା ।

ବିରାର ଫାଟା ନିକଟରେ ଏକ କ୍ୟାବରେ ଯାଉଥିବା ବେଳେ ମହିଳାଙ୍କ ସହ ଅସୌଜନ୍ୟ ବ୍ୟବହାର କରାଯାଇଥିଲା । ସେ ଏହାର ପ୍ରତିବାଦ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଦଶ ମାସର ଶିଶୁଙ୍କୁ ଫିଙ୍ଗି ଦେବା ସହିତ ମହିଳାଙ୍କୁ ମଧ୍ୟ ଗାଡ଼ିରୁ ଧକ୍କା ଦେଇ ରାସ୍ତାରେ ପକାଇ ଦେଲେ । ଫଳରେ ମହିଳା ଜଣକ ଗୁରୁତର ଆହତ ହୋଇଥିବା ପୋଲିସ୍‌ ସୂଚନା ଦେଇଛି । ସେ କହିଛନ୍ତି ଯେ ମହିଳା ଜଣକ ନିଜ ଦଶ ମାସର ଝିଅ ସହିତ ପେହ୍ଲାର ଠାରୁ ବାଡା ତହସିଲ ଅନ୍ତର୍ଗତ ପୋଶୋରେକୁ ଏକ ସେୟାରିଂ କ୍ୟାବ୍‌ରେ ଆସୁଥିଲେ । ଏଥିରେ ଅନ୍ୟ ଯାତ୍ରୀ ମଧ୍ୟ ରହିଥିଲେ । ତେବେ ତାଙ୍କ ସହ କିଏ ଦୁର୍ବ୍ୟବହାର କଲା ଓ ପିଲାକୁ ଫିଙ୍ଗି ମାରିଦେଲା ତାହା ଜଣାପଡ଼ିନାହିଁ ।

ତଥାପି ମହିଳାଙ୍କ ବୟାନ ଅନୁସାରେ କ୍ୟାବ ଡ୍ରାଇଭର ଏବଂ ସେଥିରେ ଥିବା ଅନ୍ୟ ଯାତ୍ରୀ ତାଙ୍କ ପ୍ରତି ଅସୌଜନ୍ୟ ବ୍ୟବହାର କରିବା ସହ ଛୁଆକୁ ଫିଙ୍ଗି ଦେଇଥିଲେ । ପୋଲିସ୍‌ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ମହିଳା ଜଣକ ବିରାର ମ୍ୟୁନିସିପାଲିଟି ହସପିଟାଲରେ ଚିକିତ୍ସାଧୀନ ଅଛନ୍ତି ।

 

Leave A Reply

Your email address will not be published.