ଚିଠିରେ ଏମିତି ଦୁଃଖ ବଖାଣିଲା ନାବାଳିକା: ଲେଖିଲା-ମୋ ମା’ଙ୍କର ଅନେକ ପୁରୁଷ ବନ୍ଧୁ ଆସନ୍ତି, ଆଉ ମୋ ସହ…

ମା ଝିଅର ସମ୍ପର୍କରେ ଲାଗିଲା କଳଙ୍କର ଛିଟା । ଏତେ ତଳକୁ ଖସିଗଲା ଯେ ଜଣେ ମା ତାହାକୁ କିଏ ସ୍ବପ୍ନରେ ସୁଦ୍ଧା ଭାବିବା ଅସମ୍ଭବ। ନିଜ ନାବାଳିକା ଝିଅକୁ ଜଣେ ମା ନିଜ ପୁରୁଷ ସାଙ୍ଗ ମାନଙ୍କୁ ବାଣ୍ଟି ଦେଇଛି । ଯେଉଁମାନେ ୯ବର୍ଷର ନାବାଳିକା ସହିତ ଏହା ସାଙ୍ଗରେ ଦୁଷ୍କର୍ମ କରିଛନ୍ତି ତାପୁଣି ମା’ର ଉପସ୍ଥିତିରେ । ଯେତେବେଳେ ଝିଅଟି ଏହି ଘଟଣା ସମ୍ପର୍କରେ ଏକ ନୋଟ ଲେଖି ନିଜ ଚିକିତ୍ସକଙ୍କୁ ଦେଇଥିଲା ତାପରେ ଯାଇ ମାମଲାର ଖୁଲାସା ହୋଇଥିଲା । ନୋଟରେ ଝିଅଟି ଲେଖିଥିଲା କି ମା ନିଜ ପୁରୁଷ ବନ୍ଧୁଙ୍କ ସହିତ ଆସୁଥିଲେ…ଆଉ ସେମାନେ ମତେ ଖରାପ ଉପାୟରେ ଛୁଉଁଥିଲେ ।

rapeଝିଅଟିର କଥା ଶୁଣିବାପରେ ଚିକିତ୍ସକ ତୁରନ୍ତ ପୋଲିସକୁ ସମ୍ପର୍କ କରିଥିଲେ ଏବଂ ଏନେଇ ମାମଲା ରୁଜୁ କରିଥିଲେ । ପଚରାଉଚରା ସମୟରେ ଝିଅଟି ଯାଞ୍ଚ ଅଧିକାରୀଙ୍କୁ କହିଥିଲା କି, ବହୁ ଥର ମା ମଧ୍ଯ ମୋର କପଡା ଖୋଲି ଖରାପ ବ୍ଯବହାର କରିଛନ୍ତି। ଏକ ରିପୋର୍ଟ ମୁତାବକ ଝିଅଟି ଯାଞ୍ଚ ଅଧିକାରୀଙ୍କୁ କହିଛି କି, ଦିନେ ତା ମା ତାକୁ ଏକ ପ୍ଳେବୟ ଭଳି ପୋଷାକ ପିନ୍ଧାଇ ସଜ କରିଥିଲା। ଏହାସହିତ ଝିଅଟିକୁ ତା ମା କିଛି ନିଶା ଦ୍ରବ୍ଯ ସେବନ କରିବାକୁ ଦେଉଥିଲା । ଯାହାକୁ ପିଇବା ପରେ ସେ ବେହୋସ୍ ହୋଇଯାଉଥିଲା ।

Sexual-assaultକୋର୍ଟରେ ଝିଅଟି କହିଛି କି, ଥରେ ଯେତେବେଳେ ସେ ନିଦରୁ ଉଠିଲା ଦେଖିଲା କି ବହୁ ଅଜଣା ବ୍ଯକ୍ତି ତା ବେଡ୍ ରେ ଥିଲେ ଏବଂ ସେଠାରେ ତା ମା ମଧ୍ଯ ଉପସ୍ଥିତ ଥିଲା । ଝିଅଟି କହିଛି କି ଅନେକ ବ୍ଯକ୍ତି ତାର ଯୌନ ଉତ୍ପୀଡନ କରିଛନ୍ତି । ଏହି ଘଟଣାରେ ନାବାଳିକାଟିର ମା ଉପରେ ତିନୋଟି ଅଲଗା ଅଲଗା ମାମଲା ରୁଜୁ କରାଯାଇଛି । ଅପରପକ୍ଷେ ଝିଅଟିର ମା ଅପିଲ୍ କରିଛି କି ତାକୁ ଏହି ଘଟଣାରେ ଦୋଷୀ ବୋଲି ଗ୍ରହଣ କରାନଯାଉ ।

You might also like