ଚଳନ୍ତା ଟ୍ରେନରୁ ଦୁଇ ପିଲାଙ୍କୁ ଫୋପାଡି ନିଜେ ଡେଇଁପଡିଲା ମା, ଦେଖନ୍ତୁ ଭିଡିଓ

ମଧ୍ୟପ୍ରଦେଶର ଉଜ୍ଜେନ ଷ୍ଟେସନରେ ଏପରି ଦୁର୍ଘଟଣା ଘଟିଥିଲା, ଯାହା ଆପଣଙ୍କ ଛାତି ଥରାଇଦେବ। ଏହି ଘଟଣାରେ ଦୁଇ ପିଲା ଏବଂ ଜଣେ ମା’ର ଜୀବନ ବାଜି ଲାଗିଯାଇଥିଲା। ଏହି ଷ୍ଟେସନରେ ଜଣେ ମହିଳା ନିଜର ଦୁଇ ପିଲାଙ୍କୁ ଟ୍ରେନରୁ ତଳକୁ ଫୋପାଡିବା ପରେ ନିଜେ ଡେଇଁ ପଡିଥିଲେ। ଆଉ ମହିଳାଙ୍କ ଜୀବନ ଯାଉ ଯାଉ ବଞ୍ଚି ଯାଇଥିଲା। ଏସବୁ ଷ୍ଟେସନରେ ଉପସ୍ଥିତ ଥିବା କନେଷ୍ଟବଳଙ୍କ ଯୋଗୁଁ ସମ୍ଭବ ହୋଇପାରିଥିଲା। ଯାହାର ସିସି ଟିଭି ଫୁଟେଜ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଖବର ଅନୁଯାୟୀ, ଶନିବାର ଦିନ ସନ୍ଧ୍ୟା ୬.୩୦ରେ ଉଜ୍ଜେନ ଷ୍ଟେସନର ୪ ନଂ ପ୍ଲାଟଫର୍ମରୁ ଜଣେ ମହିଳା ତରତର ହୋଇ ଭୁଲରେ ଅଲଗା ଟ୍ରେନରେ ଚଢିଯାଇଥିଲେ। ଟ୍ରେନ ଷ୍ଟେସନରୁ ଛାଡିବା ପରେ ସେ ଜାଣିବାକୁ ପାଇବା ପରେ ପିଲାଙ୍କୁ ଗୋଟେ ଗୋଟେ କରି ଫୋପାଡିଥିଲେ। ପ୍ରଥମେ ବଡ ପୁଅ ଓ ତା’ ପରେ ଛୋଟ ପୁଅକୁ ଫୋପାଡିଥିଲେ ମହିଳା। ତା’ ପରେ ନିଜେ ଟ୍ରେନରୁ ଡେଇଁ ପଡିଥିଲେ।

କିନ୍ତୁ ମହିଳା ଜଣକ ଡେଇଁବା ବେଳେ ଟ୍ରେନ ତଳକୁ ଖସି ଯାଇଥିଲେ। ସେଠାରେ ଉପସ୍ଥିତ ଥିବା କନଷ୍ଟେବଳ ମହେଶ କୁଶଓ୍ଵାହ ମହିଳା ଜଣକୁ ଟ୍ରେନ ତଳୁ ଭିଡି ଆଣିଥିଲେ। ଏହି ଘଟଣା ସଂପୂର୍ଣ୍ଣ ଭାବେ ସିସି ଟିଭିରେ ରେକର୍ଡ ହୋଇଯାଇଥିଲା। କନଷ୍ଟେବଳଙ୍କ ଏପରି ସାହସ ଯୋଗୁଁ ତାଙ୍କୁ ଜିଆରିପି ତରଫରୁ ପୁରସ୍କୃତ କରାଯିବ ବୋଲି ଖବର ରହିଛି।

ଏହି ଭିଡିଓକୁ ବିକାଶ ସିଂ ଚୌହ୍ଵାନ ନାମକ ଟ୍ଵିଟର ଆକାଉଣ୍ଟରୁ ଅପଲୋଡ କରାଯାଇଛି। ଯାହା ଏବେ ଭାଇରଲ ହେବାରେ ଲାଗିଛି।

Leave A Reply

Your email address will not be published.