ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ

ନୂଆଦିଲ୍ଲୀ: ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ MOU ସ୍ୱାକ୍ଷରିତ । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଏମ୍‌ଓୟୁ ସ୍ୱାକ୍ଷର ହୋଇଛି । ଅନ୍‌ଲାଇନ ମାଧ୍ୟମରେ ସ୍ୱାକ୍ଷରିତ ହୋଇଛି MOU । ମହାକାଶ ଗବେଷଣା କ୍ଷେତ୍ରରେ ବୈଷୟିକ ସହଯୋଗ ପାଇଁ ଇସ୍ରୋ ଓ ଭିସୁଟ୍‌ ମଧ୍ୟରେ ଚୁକ୍ତି ସ୍ୱାକ୍ଷରିତ ହୋଇଛି।

ଇ-ଲର୍ଣ୍ଣିଂ ସେଣ୍ଟରରେ ଆୟୋଜିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ଇସ୍ରୋ ଅଧ୍ୟକ୍ଷ କେ. ଶିବନ, ଭିସୁଟ୍‌ କୁଳପତି ଅଟଳ ଚୌଧୁରୀ ସମେତ ବରିଷ୍ଠ ଅଧିକାରୀ ସାମିଲ ହୋଇଛନ୍ତି। ବୁର୍ଲାରେ ପ୍ରତିଷ୍ଠା ହେଉଥିବା ଏହା ହେଉଛି ଭାରତର ପ୍ରଥମ ଇନୋଭେସନ୍‌ କମ୍‌ ଇନ୍‌କ୍ୟୁବେସନ୍‌ ସେଣ୍ଟର । ଗବେଷଣା ପାଇଁ ୫୦ ଲକ୍ଷ ଟଙ୍କା ଅର୍ଥ ଯୋଗାଇଦେବ ISRO । ସେହି ଅର୍ଥରେ ଲାବୋରେଟୋରି ନିର୍ମାଣ ହେବ। ISRO ଛାତ୍ରଙ୍କୁ ତାଲିମ,ବୈଷୟିକ ସହାୟତା ଯୋଗାଇବ ।

୨୦୧୮ ମସିହାରେ ଭିସୁଟ୍‌ର ଛାତ୍ରମାନେ ଏକ ସାଟେଲାଇଟ୍‌ ଉଦ୍ଭାବନ କରିଥିଲେ । ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଇସ୍ରୋ ମୁଖ୍ୟ ପ୍ରଶଂସା କରିଥିଲେ । ଏହା ପରେ ଭାରତରେ ଇସ୍ରୋ ୬ଟି ଇନ୍‌କ୍ୟୁବେସନ୍‌ ସେଣ୍ଟର ପ୍ରତିଷ୍ଠା କରିବା ପାଇଁ ସୂଚନା ଦେଇଥିଲା । ଏକ ଉଚ୍ଚସ୍ତରୀୟ କମିଟି ଭିସୁଟ୍‌ ତଦାରଖ କରି ଫେରିଥିଲେ ।

Leave A Reply

Your email address will not be published.