୩ ପୋଷ୍ୟ କନ୍ୟାଙ୍କୁ ଆଜି ବାହା ଦେବେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ଚୌହ୍ଵାନ୍‌, ପତ୍ନୀଙ୍କ ସହ ମିଶି କରିବେ କନ୍ୟାଦାନ

ମଧ୍ୟ ପ୍ରଦେଶର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ଵାନଙ୍କ ୩ ଝିଅଙ୍କର ଆଜି ବାହାଘର। ପତ୍ନୀଙ୍କ ସହ ମିଶି ସେ ଝିଅଙ୍କ କନ୍ୟାଦାନ କରିବେ। ଏହି ୩ ଝିଅଙ୍କୁ ଯେତେବେଳେ ଅଢ଼େଇବର୍ଷ ହୋଇଥିଲା ସେତେବେଳେ ଶିବରାଜ ସେମାନଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ। ସେ ସେମାନଙ୍କୁ ବିଦିଶାସ୍ଥିତ ଆଶ୍ରମରେ ରଖିଥିଲେ। ଏହି ୩ ଝିଅଙ୍କ ଦେଖାଶୁଣା ତାଙ୍କ ପତ୍ନୀ ସାଧନା ସିଂହ କରୁଥିଲେ। ଆଜି ଝିଅ ବିବାହ ବିଷୟରେ କହିବା ବେଳେ ମୁଖ୍ୟମନ୍ତ୍ରୀ ଭାବବିହ୍ଵଳ ହୋଇପଡ଼ିଥିଲେ।

ମୁଖ୍ୟମନ୍ତ୍ରୀ କହିଛନ୍ତି, ୩ ଝିଅଙ୍କ ବାପାମା’ ନାହାନ୍ତି। କିଛି ବର୍ଷ ପୂର୍ବରୁ ମୁଁ ତାଙ୍କୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲି। ତାଙ୍କ ସମସ୍ତ ଆବଶ୍ୟକତା ମୋ ପତ୍ନୀ ସାଧନା ପୂରଣ କରନ୍ତି। ଆଜି ସେମାନଙ୍କ ବାହାଘର। ମା’ ଭାବେ ମୋ ପତ୍ନୀ ସବୁ କର୍ମ କରିବେ। ଆଜି ଏକ ବଡ଼ ଦାୟିତ୍ୱ ପୂରଣ କରିବି ବୋଲି କହିଛନ୍ତି ସିଏମ୍‌। ଝିଅ ବିଦା ବେଳେ ସବୁଠୁ ଅଧିକ କଷ୍ଟ ହେବ ବୋଲି ଶିବରାଜ କହିଛନ୍ତି।

ଶିବରାଜ କହିଛନ୍ତି, କୌଣସି ପିଲା ଅନାଥ ରହିବେ ନାହିଁ। ମୋ ପକ୍ଷେ ଯେତେ ସମ୍ଭବ ହେବ ମୁଁ ସେତେ ଏଭଳି ଝିଅଙ୍କୁ ସାହାଯ୍ୟ କରିବି ଓ ତାଙ୍କ ଜୀବନକୁ ସୁନ୍ଦର କରି ଗଢ଼ି ତୋଳିବି।

Leave A Reply

Your email address will not be published.