କମଳନାଥ ସରକାର ଭାଙ୍ଗିବା ନେଇ ଭାଜପା ତରଫରୁ କରାଯାଇଥିଲା ଷଡଯନ୍ତ୍ର, ଭାଇରାଲ ହେଉଛି ଶିବରାଜଙ୍କ ଅଡିଓ କ୍ଲିପ

ମଧ୍ୟ ପ୍ରଦେଶର କଂଗ୍ରେସ ସରକାର ଗଡାଇବାରେ କେନ୍ଦ୍ରୀୟ ନେତାଙ୍କର ହିଁ ଏକ ପ୍ରମୁଖ ଭୂମିକା ରହିଥିଲା । ସେମାନେ ହିଁ ଷଡଯନ୍ତ୍ର କରି ରାଜ୍ୟରେ ଅବସ୍ଥାପିତ କଂଗ୍ରେସ ସରକାରକୁ ଭାଙ୍ଗି ଦେଇଛନ୍ତି । ଏବାବଦରେ ରାଜ୍ୟର ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନଙ୍କ ଏକ ଅଡିଓ କ୍ଲିପ ମଧ୍ୟପ୍ରଦେଶ ସମେତ ଓଡ଼ିଶାରେ ବି ଖୁବ ଭାଇରାଲ ହେବାରେ ଲାଗିଛି । ଏକ ମିଡ଼ିଆ ରିପୋର୍ଟ ଅନୁଯାୟୀ, ମଧ୍ୟପ୍ରଦେଶ ସିଏମ ଶିବରାଜ ସିଂହ ଚୌହାନଙ୍କୁ ହିନ୍ଦୀ ଭାଷାରେ କହୁଥିବାର ଶୁଣା ଯାଉଛିକି, “ରାଜ୍ୟରେ ଅବସ୍ଥାପିତ କଂଗ୍ରେସ ସରକାର ଯଥାଶୀଘ୍ର ଭାଙ୍ଗିଯିବା ଉଚିତ । ଯଦି ଏମିତି ନହୁଏ ତେବେ ପରିସ୍ଥିତି ଜଟିଳ ହୋଇଯିବ” । କ୍ଲିପ ଟିରେ ଆଉ ମଧ୍ୟ କୁହାଯାଉଛିକି, ଜ୍ୟୋତିରଦିତ୍ୟ ସିନ୍ଧିଆ ଓ ତୁଳସୀ ଭାଇଙ୍କ ବିନା ସରକାର ଭାଙ୍ଗିବା ହୁଏତ ସମ୍ଭବ ହୋଇନଥାନ୍ତା ।

jyoti

ଶିବରାଜ ଇନ୍ଦୋର ସ୍ଥିତ ନିଜ ନିର୍ବାଚନୀ ମଣ୍ଡଳୀ ଅଧିନସ୍ଥ ସାବରେ ପାର୍ଟି କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରୁଥିବା ସମୟରେ ଏହା କହିଥିବା ଜଣାଯାଇଛି । କହିରଖିବା ଉଚିତ ହେବକି, ଗତ ମଙ୍ଗଳବାର ଦିନ ହିଁ ସେ କ୍ଷେତ୍ର ପରିଦର୍ଶନରେ ଯାଇଥିଲେ । କହିରଖିବା ଉଚିତ ହେବକି, ଅଡିଓ କ୍ଲିପରେ ଯେଉଁ ତୁଳସୀ ସିଲାବଟଙ୍କ ବିଷୟରେ କୁହାଯାଇଛି , ସେ ହେଉଛନ୍ତି ଜ୍ୟୋତିରଦିତ୍ୟ ସିନ୍ଧିଆଙ୍କ ଅତି ବିଶ୍ଵସ୍ଥ ତଥା କଂଗ୍ରେସ ତରଫରୁ ମଧ୍ୟପ୍ରଦେଶର ପୂର୍ବତନ ମନ୍ତ୍ରୀ । ତୁଳସୀ ଜ୍ୟୋତିରଦିତ୍ୟଙ୍କ ସହ ହିଁ ନିକଟ ଅତୀତରେ ବିଜେପିରେ ଯୋଗ ଦେଇଛନ୍ତି । କହିରଖିବା ଉଚିତ ହେବକି, ଦୀର୍ଘ 19 ବର୍ଷ ଧରି କଂଗ୍ରେସରେ ଥିବା ଜ୍ୟୋତିରଦିତ୍ୟ କିଛି ବିଧାୟକଙ୍କ ସହ କିଛି ମାସ ତଳେ ଜେପିରେ ଯୋଗ ଦେଇଥିଲେ । ଏହି କାରଣରୁ ହିଁ ରାଜ୍ୟରେ କଂଗ୍ରେସ ସରକାରର ପତନ ଘଟିଥିଲା ।

ଏପଟେ ମୁଖ୍ୟମନ୍ତ୍ରୀଙ୍କ ଅଡିଓ କ୍ଲିପଟି ଭାଇରାଲ ହେବା ପରେ କଂଗ୍ରେସର ମୁଖ୍ୟ ପ୍ରବକ୍ତା ନରେନ୍ଦ୍ର ସାଲୁଜା ଏବାବଦରେ ନିଜ ପ୍ରତିକ୍ରିୟା ରଖିଛନ୍ତି । ସେ ଏହା ମଧ୍ୟ କହିଛନ୍ତିକି, ଅନେକ ଦିନ ଧରି ଭାଜପା କଂଗ୍ରେସ ଦ୍ୱାରା କରାଯାଉଥିବା ଆରୋପ ଗୁଡିକୁ ଟାଳି ଆସୁଛି । ସେ ଏହା ମଧ୍ୟ କହିଛନ୍ତିକି ଭାଜପା ଦଳର କେନ୍ଦ୍ରୀୟ ନେତୃତ୍ୱ ହିଁ ଏହି ଷଡ଼ଯନ୍ତ୍ରର ମୁଖ୍ୟ ଭାଗିଦାର ଥିଲେ । ପୂର୍ବରୁ ଯୋଜନା ପ୍ରସ୍ତୁତ କରି ହିଁ ଏହି ସରକାରକୁ ଭାଙ୍ଗିଛନ୍ତି । ସିନ୍ଧିଆଙ୍କ ବିନା ସରକାର ଭାଙ୍ଗିବା ଅସମ୍ଭବ ଥିବାରୁ ହିଁ ତାଙ୍କ ସାହାଯ୍ୟ ନିଆ ଯାଇଥିଲା । ଯେବେକି ଦଳରେ ପୂର୍ବରୁ କୌଣସି ପ୍ରକାରର ଅସନ୍ତୋଷ ନଥିଲା । ପୂର୍ବ ସରକାରଙ୍କ ପାଖରେ ବି ପୂର୍ଣ୍ଣ ବହୁମତ ଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.