ପ୍ରେମିକ ସହ ବିଲରେ ଅସଞ୍ଜତ ଅବସ୍ଥାରେ ଧରା ପଡ଼ିଲେ ଯୁବତୀ, ଯୁବକଙ୍କୁ ପିଟି ପିଟି ମାରିଦେଲେ ଘର ଲୋକ

ମଧ୍ୟ ପ୍ରଦେଶ: ପ୍ରେମୀ ଯୁଗଳଙ୍କୁ ଭାରି ପଡ଼ିଲା ବିଲରେ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇବା। ଝିଅର ଘର ଲୋକ ତାଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ଯୁବକଙ୍କ ଉପରେ ନିଆଁ ବାଣ ହୋଇ ଯାଇଥିଲେ। ପ୍ରେମିକାଙ୍କ ପରିଜନ ଏହି ଯୋଡ଼ିକୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପିଟି ପିଟି ୨୧ ବର୍ଷୀୟ ଯୁବକଙ୍କ ଜୀବନ ନେଇ ଯାଇଛନ୍ତି। ମଧ୍ୟ ପ୍ରଦେଶର ଇନ୍ଦୋର ଜିଲ୍ଲାରେ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଯୁବକଙ୍କ ଅବସ୍ଥା ଦେଖିଲେ ଜଣାପଡ଼ୁଛି ଯେମିତି ଜୀବନ ଯିବା ଯାଏଁ ତାଙ୍କୁ ମାଡ଼ ମରାଯାଇଛି।

ପୋଲିସ ମୁତାବକ, ଯୁବକଙ୍କ ପ୍ରେମିକାର ପରିବାର ଲୋକ ଏହି ପ୍ରେମୀ ଯୁଗଳଙ୍କୁ ଆପତ୍ତିଜନକ ଅବସ୍ଥାରେ ଦେଖିବା ପରେ ପ୍ରବଳ ରାଗି ଯାଇଥିଲେ। ତା’ ପରେ ତାଙ୍କୁ ଅତି ଅମାନୁଷିକ ଭାବେ ମାଡ଼ ମାରିଥିଲେ। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା। ମୃତ ୨୧ ବର୍ଷୀୟ ଯୁବକ ହେଉଛନ୍ତି ବିନୋଦ ଚୌହ୍ଵାନ। ବିନୋଦଙ୍କୁ ହତ୍ୟା କରିବା ପରେ ଯୁବତୀଙ୍କ ବାପା – ମା’ ଓ ଭାଇ ଫେରାର ହୋଇ ଯାଇଛନ୍ତି। ଏବେ ପୋଲିସ ସେମାନଙ୍କୁ ଖୋଜୁଛି।

ପୋଲିସ ଅଧୀକ୍ଷକ (ଗ୍ରାମୀଣ) ଭଗବତ ସିଂହ ବିରଦେ କହିଛନ୍ତି, ଖୁଡ଼େଲର ଗ୍ରାମୀଣ ଅଞ୍ଚଳରେ ବିନୋଦ ଚୌହ୍ଵାନ ନାମକ ଜଣେ ଯୁବକଙ୍କ ଶବ ମଙ୍ଗଳବାର ସକାଳୁ ଜବତ କରାଯାଇଛି। ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି ଯେ ବିନୋଦ ନିଜ ପ୍ରେମିକା ସହ ବିଲରେ ଆପତ୍ତିଜନକ ଅବସ୍ଥାରେ ଥିବା ବେଳେ ଝିଅ ଘର ଲୋକ ଦେଖି ଦେଇଥିଲେ। ସେମାନେ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଥିଲେ। ବିନୋଦଙ୍କୁ ସେମାନେ ଠେଙ୍ଗା, ବାଡ଼ିରେ ପିଟିପିଟି ମାରି ଦେଇଥିଲେ। ଶବର ଅବସ୍ଥା ଦେଖି ଲାଗୁଛି ପିଣ୍ଡରୁ ପ୍ରାଣ ଛାଡ଼ିବା ପର୍ଯ୍ୟନ୍ତ ତାଙ୍କୁ ମାଡ଼ ମରାଯାଇଛି। ଆମେ ସନ୍ଦେହ କରୁଛୁ ଯେ ତାଙ୍କ ତଣ୍ଟିଟି ବି ଚିପା ଯାଇଛି ବୋଲି କହିଛନ୍ତି ପୋଲିସ।

ପୋଲିସଙ୍କ କହିବାନୁସାରେ, ବିନୋଦ ଚୌହ୍ଵାନଙ୍କ ହତ୍ୟା ପରେ ଯୁବତୀଙ୍କ ମାତା-ପିତା ଓ ଭାଇ ଫେରାର ହୋଇ ଯାଇଛନ୍ତି। ତାଙ୍କୁ ଖୋଜାଯାଉଛି। ସେମାନେ ଧରାପଡ଼ିବା ପରେ ପ୍ରକୃତ ସତ ଜଣାପଡ଼ିବ। ତେବେ ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

Also Read: ଦ୍ୱିତୀୟ ଥର ପାଇଁ ମା’ ହେଲେ ଦୟାବେନ୍‌ ଓରଫ୍‌ ଦିଶା ବକାନୀ, ଶୋ’କୁ ଫେରୁଥିବା ନେଇ ହେଉଥିଲା ଚର୍ଚ୍ଚା

Leave A Reply

Your email address will not be published.