ବ୍ରିଟେନ ସଂସଦ ଭିତରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ ସାଂସଦ! ତୀବ୍ର ଅସନ୍ତୋଷ ଓ ଅଭିଯୋଗ ପରେ ଏମିତି କଥା କହିଲେ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ…

ନିକଟରେ ବ୍ରିଟିଶ ସଂସଦରେ ଘଟି ଯାଇଛି ଏକ ଲଜ୍ଜାଜନକ ଘଟଣା। ଏଠାରେ ଜଣେ ସାଂସଦଙ୍କ ଉପରେ ଗୁରୁତର ଅଭିଯୋଗ ଆସିଛି। ଅଭିଯୋଗ ଅନୁସାରେ, ସେ ସଂସଦ ଭିତରେ ନିଜ ମୋବାଇଲ ଫୋନରେ ପର୍ଣ୍ଣ ଫିଲ୍ମ ଦେଖୁଥିଲେ, ଯାହାକୁ ଦେଖି ସେଠାରେ ଉପସ୍ଥିତ ଜଣେ ମହିଳା ସାଂସଦ ରାଗି ଯାଇଥିଲେ ଏବଂ ଘଟଣାର ତୁରନ୍ତ ପରେ ଏ ନେଇ ଅଭିଯୋଗ କରିଥିଲେ। ଏବେ ଏହି ଘଟଣାକୁ ଅନ୍ୟ ସାଂସଦମାନେ ମଧ୍ୟ ଘୋର ବିରୋଧ କରିଛନ୍ତି। ମହିଳା ସାଂସଦଙ୍କ ଅଭିଯୋଗ ମୁତାବକ, ଯେତେବେଳେ ଏହି ସବୁ ଘଟଣା ଚାଲିଥିଲା, ସେହି ସମୟରେ ସେ ଅଭିଯୁକ୍ତ ସାଂସଦଙ୍କ ପାଖରେ ହିଁ ବସିଥିଲେ। ତେବେ ପର୍ଣ୍ଣ ଫିଲ୍ମ ଦେଖୁଥିବା ସାଂସଦ ଜଣକ କିଏ, ତାଙ୍କୁ ଚିହ୍ନଟ କରାଯାଇ ପାରି ନାହିଁ।

ଅନ୍ୟପକ୍ଷରେ ଏହି ମାମଲା ଉପରେ ବର୍ତ୍ତମାନ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ କୌଣସି ବି କାର୍ଯ୍ୟସ୍ଥଳୀରେ ପର୍ଣ୍ଣ ଫିଲ୍ମ ଦେଖିବା ଆଦୌ ଗ୍ରହଣୀୟ ନୁହେଁ। ବାସ୍ତବରେ, ଏକ ପ୍ରେସ୍‌ କନଫେରେନ୍ସରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପ୍ରଶ୍ନର ଉତ୍ତରରେ ସେ ଏହା କହିଛନ୍ତି। ପ୍ରତିନିଧିମାନେ ଯେତେବେଳେ ବୋରିସ୍‌ ଜନସନଙ୍କୁ ପଚାରିଥିଲେ ଯେ ତାଙ୍କ ଦଳର ସାଂସଦ ପର୍ଣ୍ଣ ଦେଖିବା ନେଇ ଆପଣ କ’ଣ କହିବେ? ତ ଉତ୍ତରରେ ପ୍ରଧାନମନ୍ତ୍ରୀ କହିଥିଲେ, ଓ୍ଵାର୍କ ପ୍ଲେସ୍‌ରେ ଏମିତି କାର୍ଯ୍ୟ ସମ୍ପୂର୍ଣ୍ଣ ଅସ୍ୱୀକାର୍ଯ୍ୟ। ଆପଣ କ’ଣ କାମ କରୁଛନ୍ତି, ତାହାର କୌଣସି ଫରକ୍‌ ପଡ଼େ ନାହିଁ, କିନ୍ତୁ ଓ୍ଵାର୍କ ପ୍ଲେସ୍‌ରେ ଏହି ପ୍ରକାରର ଭିଡିଓ ବିଲ୍‌କୁଲ ବରଦାସ୍ତ କରାଯାଇ ପାରିବ ନାହିଁ।

ସୂଚନାଥାଉ କି, ବ୍ରିଟେନ କଞ୍ଜର୍ଭେଟିଭ୍‌ ପାର୍ଟିର ଜଣେ ସାଂସଦଙ୍କ ଉପରେ ଏହି ଅଭିଯୋଗ ରହିଛି, ଯାହାକି ଜଣେ ମହିଳା ସାଂସଦଙ୍କ ଦ୍ୱାରା କରାଯାଇଥିଲା। ଏହି ମାମଲାରେ କଞ୍ଜର୍ଭେଟିଭ୍‌ ହ୍ଵିପ୍ସ କାର୍ଯ୍ୟାଳୟ ଏକ ବୟାନ ଜାରି କରି କହିଛି ଯେ ହ୍ଵିପ୍‌ ମୁଖ୍ୟ କ୍ରିସ୍‌ ହିଟନ ହ୍ୟାରିସ୍‌ ମାମଲାର ତଦନ୍ତ କରୁଛନ୍ତି। ଏହି ପ୍ରକାର ବ୍ୟବହାରକୁ ବିଲକୁଲ ବି ବରଦାସ୍ତ କରାଯାଇ ପାରିବ ନାହିଁ। ସେପଟେ ମାମଲାର ରିପୋର୍ଟ ଆସିବା କ୍ଷଣି ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ହେଉଛି।

ତେବେ କିଛି ରିପୋର୍ଟର ଦାବି ମୁତାବକ, ଅଭିଯୁକ୍ତ ସାଂସଦ ହେଉଛନ୍ତି ଟୋରୀ ପାର୍ଟିର। କହି ରଖୁଛୁ, କଞ୍ଜର୍ଭେଟିଭ୍‌ ପାର୍ଟି, ଟୋରୀ ପାର୍ଟିରୁ ଅଲଗା ହୋଇ ୧୮୩୪ରେ ଅସ୍ତିତ୍ୱକୁ ଆସିଥିଲା। ଏମିତିରେ ବ୍ରିଟେନରେ ଟୋରୀ ପାର୍ଟିକୁ କଞ୍ଜର୍ଭେଟିଭ୍‌ ପାର୍ଟି ନାଁରେ ବି ଜଣାଯାଇଥାଏ। ବର୍ତ୍ତମାନ ମାମଲାର ତଦନ୍ତ ଆରମ୍ଭ କରି ଦିଆଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.