ସ୍କୁଲ କାର୍ଯ୍ୟକ୍ରମରେ ‘ଆଖେଁ ମାରେ….’ ଗୀତରେ ସାଂସଦଙ୍କ ଠୁମକା , ଦେଖନ୍ତୁ ଭିଡିଓ

ମହାରାଷ୍ଟ୍ରର : ମହାରାଷ୍ଟ୍ରର ଭଣ୍ଡାରା-ଗୋଣ୍ଡିଆ ସଂସଦୀୟ କ୍ଷେତ୍ରରେ ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟିର ସାଂସଦ ମଧୁକର କୁକାଡେ ସ୍ଥାନୀୟ ଏକ ସ୍କୁଲର କାର୍ଯ୍ୟକ୍ରମରେ ବିଦ୍ୟାର୍ଥୀଙ୍କ ସହିତ ଏକ ମଂଚରେ ନାଚୁଥିବାର ଦେଖିବାକୁ ମିଳିଛି । ଏହି ଅବସରରେ ଗୀତ ବାଜୁଥିଲା ‘ଆଖେଁ ମାରେ ଔର ଲଡକି ଆଖେଁ ମାରେ…।’

ଫିଲ୍ମ ଗୀତରେ ବିଦ୍ୟାର୍ଥୀଙ୍କ ସହିତ ସାଂସଦଙ୍କ ନାଚକୁ ଦେଖିକି ସଠାରେ ଉପସ୍ଥିତ ଥିବା ଅନ୍ୟ ଛାତ୍ରଛାତ୍ରୀ ଏବଂ ଅତିଥୀମାନେ ମଧ୍ୟ ନାଚିବାକୁ ଲାଗିଥିଲେ । ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ଭାଇରାଲ ଭିଡିଓରେ ଦେଖିବାକୁ ମିଳିଛି କି ସ୍କୁଲର ଏକ କାର‌୍ୟ୍ୟକ୍ରମରେ ଆଖେଁ ମାରେ ଗୀତରେ ଏନସିପି ସାଂସଦ ମଧୁକର ଛାତ୍ରଛାତ୍ରୀଙ୍କ ନାଚୁଛନ୍ତି । ସେ ପ୍ରଥମେ ଧିରେ ଧିରେ ନାଚ ଆରମ୍ଭ କରିଥିବା ବେଳେ ଗୀତର ତାଳେ ତାଳେ ପୁରା ଜୋସରେ ନାଚିବାକୁ ଲାଗିଥିଲେ ।

ଦେଖନ୍ତୁ ଏହି ଭିଡିଓ :


video courtesy- Jagaran