ଚାଲିଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ, ଶପଥ ନେଉଛନ୍ତି ନବ ନିର୍ବାଚିତ ସାଂସଦ

ନୂଆଦିଲ୍ଲୀ(କେନ୍ୟୁଜ୍) : ଆରମ୍ଭ ହୋଇଛି ସପ୍ତଦଶ ଲୋକସଭାର ପ୍ରଥମ ଅଧିବେଶନ । ପ୍ରଥମ ଦୁଇ ଦିନ ନବନିର୍ବାଚିତ ସାଂସଦମାନେ ଶପଥ ନେବେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରଥମେ ଲୋକସଭାର ସାଂସଦ ଭାବେ ଶପଥ ନେଇଛନ୍ତି । ରାଜନାଥ ସିଂହ, ଅମିତ ଶାହ, ରବି ଶଙ୍କର ପ୍ରଧାନ, ନୀତିନ ଗଡ଼କରୀ, ସ୍ମୃତି ଇରାନୀ ପ୍ରମୁଖ ଶପଥ ନେଇଛନ୍ତି । କାମଚଳା ବାଚସ୍ପତି ବିରେନ୍ଦ୍ର କୁମାରଙ୍କୁ ସାଂସଦଙ୍କୁ ଶପଥ ପାଠ କରାଉଛନ୍ତି ।

smrutiଆଜିଠାରୁ ଆରମ୍ଭ ହୋଇଥିବା ବଜେଟ୍‌ ଅଧିବଶେନ ଜୁଲାଇ ୨୬ ତାରିଖ ପର୍ଯ୍ୟନ୍ତ ଚାଲିବ । ୧୯ ତାରିଖରେ ଲୋକସଭା ବାଚସ୍ପତି ନିର୍ବାଚନ ହେବ । ୨୦ରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ମିଳିତ ଅଧିବେଶନରେ ଉଦବୋଧନ ଦେବେ । ଜୁଲାଇ ୪ରେ ଆସିବ ସଂସଦର ଅର୍ଥନୈତିକ ସର୍ଭେ ରିପୋର୍ଟ । ୫ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍‌ ଆଗତ ହେବ । ଦେଶର ପ୍ରଥମ ପୂର୍ଣ୍ଣକାଳୀନ ମହିଳା ଅର୍ଥମନ୍ତ୍ରୀ ଭାବେ ନିର୍ମଳା ସୀତାରମଣ୍‌ ପ୍ରଥମ ବଜେଟ୍‌ ଉସ୍ଥାପନ କରିବେ ।

pratapପ୍ରଥମେ କ୍ୟାବିନେଟ୍‌ ମନ୍ତ୍ରୀ ଶପଥ ନେଇଛନ୍ତି । ଏହା ପରେ ରାଷ୍ଟ୍ରମନ୍ତ୍ରୀମାନେ ଶପଥ ନେଇଛନ୍ତି । ରାଷ୍ଟ୍ରମନ୍ତ୍ରୀ ଭାବେ ବାଲେଶ୍ୱର ସାଂସଦ ପ୍ରତାପ ଷଡଙ୍ଗୀ ଶପଥ ନେଇଛନ୍ତି । ପ୍ରତାପ ଷଡଙ୍ଗୀ ସଂସ୍କୃତରେ ଶପଥ ନେଇଥିଲେ ।

ଶପଥ ପାଠ କରାଇବା ପାଇଁ ଏକ ତିନି ଜଣିଆ ପ୍ୟାନେଲ ଗଠନ

ଶପଥ ପାଠ କରାଇବା ପାଇଁ ଏକ ତିନି ଜଣିଆ ପ୍ୟାନେଲ ଗଠନ କରାଯାଇଛି । ଏଥିରେ ଅଛନ୍ତି କଟକ ସାଂସଦ ଭର୍ତ୍ତୃହରି ମହତାବ, ବିଜେପିର ସାଂସଦ ବ୍ରିଜଭୂଷଣ ଶାରଣ ସିଂ ଓ କଂଗ୍ରେସର କୋଡୁକୁନିଲ ସୁରେଶ ।

bhartuhariଏମାନେ କାମଚଳା ବାଚସ୍ପତିକୁ ଶପଥପାଠ କରାଇବାରେ ସହଯୋଗ କରାଇବେ । ପ୍ରଧାନମନ୍ତ୍ରୀ ଶପଥ ନେବା ପରେ ଏହି ତିନି ଜଣିଆ ପ୍ୟାନେଲ୍‌ କଂଗ୍ରେସର କୋଡୁକୁନିଲ ସୁରେଶ ଶପଥ ନେଇଥିଲେ । ଏହା ପରେ ତିନି ନମ୍ବରରେ କଟକର ସାଂସଦ ଭର୍ତ୍ତୃହରି ମହତାବ ଶପଥ ନେଇଥିଲେ । ଓଡ଼ିଆରେ ଶପଥ ନେଇଥିଲେ ଭର୍ତ୍ତୃହରି ।

You might also like