ବିଶ୍ୱ ପାଣିପାଗ ସଂସ୍ଥାର କାର୍ଯ୍ୟନିର୍ବାହୀ ପରିଷଦକୁ ପୁଣି ନିର୍ବାଚିତ ହେଲା ଭାରତ, ଆଇଏମ୍‌ଡି ଏଡିଜି ମୃତ୍ୟୁଞ୍ଜୟ ମହାପାତ୍ର ହେଲେ ସଦସ୍ୟ

କେନ୍ୟୁଜ୍ : ଜେନେଭା ସ୍ଥିତ ବିଶ୍ୱ ପାଣିପାଗ ସଂସ୍ଥାର କାର୍ଯ୍ୟନିର୍ବାହୀ ପରିଷଦକୁ ପୁଣି ଥରେ ନିର୍ବାଚିତ ହୋଇଛି ଭାରତ। ଓ୍ଵାଲ୍ଡ ମେଟ୍ରୋଲୋଜିକାଲ୍‌ ଅର୍ଗାନାଇଜେସନ୍‌ର ଏକଜିକ୍ୟୁଟିଭ୍‌ କାଉନ୍‌ସିଲ୍‌ ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏଡିଜି ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର। ୨୦୨୩ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିବେ। ୧୮ତମ ଓ୍ଵାର୍ଲଡ ମେଟ୍ରୋଲୋଜିକାଲ୍‌ ଅର୍ଗାନାଇଜେସନ୍‌ କଂଗ୍ରେସରେ ମୃତ୍ୟୁଞ୍ଜୟ ମହାପାତ୍ର ସଦସ୍ୟ ଭାବରେ ନିର୍ବାଚିତ ହୋଇଛନ୍ତି। ୧୪୩ ରାଷ୍ଟ୍ର ମଧ୍ୟରୁ ଭାରତ ସପକ୍ଷରେ ପଡ଼ିଥିଲା ୧୧୦ ଦେଶର ଭୋଟ୍‌।

mrutyunjayaଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ଏବେ ଆଇଏମ୍‌ଡି ଏଡିଜି ଅଛନ୍ତି। ନିକଟରେ ତାଙ୍କୁ ଆଇଏମ୍‌ଡି ଡିଜି ଭାବରେ ନିଯୁକ୍ତି ମିଳିଥିଲା। ଆସନ୍ତା ଅଗଷ୍ଟ ୧ ତାରିଖରେ ସେ ଆଇଏମ୍‌ଡି ଡିଜି ଭାବରେ ଦାୟିତ୍ୱ ଗ୍ରହଣ କରିବେ। ପାଣିପାଗ ପୂର୍ବାନୁମାନ କ୍ଷେତ୍ରରେ ମୃତ୍ୟୁଞ୍ଜୟଙ୍କର ବହୁ ଆକଳନ ଠିକ୍‌ ପ୍ରମାଣିତ ହୋଇଛି। ବାତ୍ୟା ଫନି ବେଳେ ଓଡ଼ିଶାବାସୀଙ୍କୁ ପ୍ରତିଟି ମୂହୂର୍ତ୍ତରେ ଦେଉଥିଲେ ଟିକନିଖ ସୂଚନା। ତାପୂର୍ବରୁ ଫାଇଲିନ୍‌, ହୁଡହୁଡ୍‌ ଓ ତିତଲି ବେଳେ ବି ମୃତ୍ୟୁଞ୍ଜ ମହାପାତ୍ରଙ୍କ ଆକଳନ ସଠିକ୍‌ ରହିଥିଲା।

 

You might also like