କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବଢ଼ିଲା, MUDA ମାମଲାରେ ମକଦ୍ଦମା ଚଳାଇବାକୁ ରାଜ୍ୟପାଳଙ୍କ ମଞ୍ଜୁରୀ

MUDA ଜମି ଦୁର୍ନୀତି ମାମଲାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ସମସ୍ୟା ବଢ଼ିଲା । ରାଜ୍ୟପାଳ ଥାୱାର ଚାନ୍ଦ ଗେହଲୋଟ୍ ସିଦ୍ଧରମୈୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ମଞ୍ଜୁରୀ ଦେଇଛନ୍ତି । ମୈସୁର ସହରୀ ବିକାଶ ପ୍ରାଧିକରଣ (MUDA) ଜମି ଆବଣ୍ଟନ ମାମଲାରେ ସିଏମ୍‌ଙ୍କ ବିରୋଧରେ ଅଭିଯୋଗକୁ ମଞ୍ଜୁରୀ ଦେବା ପାଇଁ ଆର୍‌ଟିଆଇ କର୍ମୀ ଟିଜେ ଅବ୍ରାହମ୍‌ ରାଜ୍ୟପାଳଙ୍କୁ ଅନୁରୋଧ କରିଥିଲେ ।

ରାଜ୍ୟପାଳ ଆର୍‌ଟିଆଇ କର୍ମୀଙ୍କ ଦ୍ୱାରା ଦାଖଲ ଅଭିଯୋଗ ଆଧାରରେ ସିଦ୍ଧରମୈୟାଙ୍କ ବିରୋଧରେ ମକଦ୍ଦମା ଚଳାଇବାକୁ ମଞ୍ଜୁରୀ ପ୍ରଦାନ କରିଛନ୍ତି । ଆଜି ଶନିବାର ଅପରାହ୍ନ ୩ଟାରେ ରାଜ୍ୟପାଳ ଅବ୍ରାହମଙ୍କୁ ଭେଟିବେ ।

ସୂତ୍ରରୁ ପ୍ରକାଶ ଯେ MUDA ଦ୍ୱାରା ଅଧିକୃତ ଜମିର ଗୋଟିଏ ଅଂଶକୁ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ତାଙ୍କ ପତ୍ନୀଙ୍କ ନାମରେ ବଦଳାଇଥିବା ନେଇ ଅଭିଯୋଗ ହୋଇଛି । ପତ୍ନୀଙ୍କୁ ମୈସୁରର ଏକ ପୋଶ ଅଞ୍ଚଳରେ ଜମି ଦିଆଯାଇଥିଲା, ଯାହାର ବଜାର ମୂଲ୍ୟ ତାଙ୍କ ନିଜ ଜମିଠାରୁ ଢେର୍‌ ଅଧିକ । ନିକଟରେ ବିଜେପି ଏହି ମାମଲାରେ ସିଏମ୍‌ଙ୍କ ଇସ୍ତଫା ଦାବି ନେଇ ବେଙ୍ଗାଲୁରୁରୁ ମୈସୁର ପର୍ଯ୍ୟନ୍ତ ପଦଯାତ୍ରା କରିଥିଲା ।

ଜୁଲାଇ ୨୬ରେ କର୍ଣ୍ଣାଟକ ରାଜ୍ୟପାଳ ଅବ୍ରାହମ୍‌ଙ୍କ ଦ୍ୱାରା ଦାଖଲ ଆବେଦନକୁ ଆଧାର କରି କାରଣ ଦର୍ଶାଅ ନୋଟିସ୍ ଜାରି କରିଥିଲେ । ଅଗଷ୍ଟ ୧ରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀଙ୍କୁ ଦିଆଯାଇଥିବା କାରଣ ଦର୍ଶାଅ ନୋଟିସ ପ୍ରତ୍ୟାହାର କରିବାକୁ ରାଜ୍ୟପାଳଙ୍କୁ ପରାମର୍ଶ ଦେଇଥିଲେ । ସାମ୍ବିଧାନିକ କାର୍ଯ୍ୟାଳୟର ଦୂରୁପଯୋଗ ନେଇ ସେ ରାଜ୍ୟପାଳଙ୍କ ଉପରେ ଅଭିଯୋଗ ଆଣିଥିଲେ ।

You might also like