ମୁକେଶ ଅମ୍ବାନୀ ହେଲେ ଏସିଆର ସବୁଠାରୁ ଧନୀ ବ୍ୟକ୍ତି !

ନୂଆଦିଲ୍ଳୀ : ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଡ଼େଟର ମୁଖ୍ୟ ମୁକେଶ ଅମ୍ବାନୀ ଏସିଆର ସବୁଠାରୁ ଧନୀ ଭାବେ ବିବେଚିତ ହୋଇଛନ୍ତି। ଏପରିକି ମୁକେଶ ଏବଂ ଏସିଆର ସବୁଠାରୁ ଧନୀ ଭାବେ ଜଣାଯାଉଥିବା ଜାକ୍ ମା ତାଙ୍କ ଠାରୁ ୩ଲକ୍ଷ ଡ଼ଲାରରେ ଅଧିକ ରହିଛନ୍ତି। ମୁକେଶ ଭାରତର ସବୁଠାରୁ ଧନୀ ମାନଙ୍କ ମଧ୍ୟରେ ରହିଥିବା ବେଳେ ଅଲିବାବା ଗ୍ରୁପର ମୁଖ୍ୟ ଜେକ ମାଙ୍କୁ ମଧ୍ୟ ଏବେ ପଛରେ ପକାଇଛନ୍ତି। ଜାକଙ୍କ ନେଟ୍ ସମ୍ପତ୍ତିର ମୂଲ୍ୟ ୪୪ଅରବ ଡ଼ଲାର ରହିଥିବା ବେଳେ ମୁକେଶଙ୍କର ୪୪.୩ ରହିଛନ୍ତି।

ମିଡ଼ିଆ ରିପୋର୍ଟ ଅନୁଯାୟୀ, ଶୁକ୍ରବାର ଦିନ ରିଲାଆନ୍ସ ଇଣ୍ଡଷ୍ଟ୍ରି ସେୟାର ୧.୬ପ୍ରତିଶତ ବଢ଼ି ୧,୦୯୯.୮ରେ ପହଞ୍ଚିଥିଲା। ଯାହା ଫଳରେ କମ୍ପାନି ନେଟ ମୂଲ୍ୟ ୪୪.୩ଅରବ ଡ଼ଲାରରେ ପହଞ୍ଚିଥିଲା। ଜେକ୍ ମାଙ୍କ କମ୍ପାନୀ ୟୁଏସରେ ସବୁଠାରେ ଶ୍ରେଷ୍ଠ ତାଲିକାରେ ଗଣା ଯାଆନ୍ତି। କିନ୍ତୁ ତାଙ୍କର ନେଟ ମୂଲ୍ୟ ଗୁରୁବାର ୪୪ ଅରବ ଡ଼ଲାର ରହିଥିଲା।

Leave A Reply

Your email address will not be published.